ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ!
ଭୁବନେଶ୍ୱର,୬।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ ସୃଷ୍ଟି ହୋଇଥିବା ବିରୋଧୀ ଶୂନ୍ୟ ପରିବେଶକୁ ଏଏପି ଦୂର କରିବାକୁ ଚେଷ୍ଟା କରିବ। ଏଥିପାଇଁ ଏଏପି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସେ କହିଛହିନ୍ତି। ଆମ […] The post ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ! appeared first on Dharitri Odia News.
ଭୁବନେଶ୍ୱର,୬।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି।
ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ ସୃଷ୍ଟି ହୋଇଥିବା ବିରୋଧୀ ଶୂନ୍ୟ ପରିବେଶକୁ ଏଏପି ଦୂର କରିବାକୁ ଚେଷ୍ଟା କରିବ। ଏଥିପାଇଁ ଏଏପି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସେ କହିଛହିନ୍ତି। ଆମ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଆହୁରି କହିଛନ୍ତି, ଏଏପି ତା’ର ପାଣି, ବିଜୁଳି, ଶିକ୍ଷା , ସ୍ବାସ୍ଥ୍ୟ ଓ ରୋଜଗାର ଭଳି ମୌଳିକ ପ୍ରସଙ୍ଗକ ନେଇ ଓଡ଼ିଶାରେ ଲୋକଙ୍କ ନିକଟକୁ ପହଞ୍ଚିବ। ଏଏପି ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ଉଦ୍ୟମ କରିବ। ତେବେ ଓଡିଶାରେ ଏଏପି ଲୋକ ସଭା ନିର୍ବାଚନ ଲଢିବନି ବୋଲି ସେ କହିଛନ୍ତି। ଯେହେତୁ ଇଣ୍ଡିଆ ମେଣ୍ଟକୁ ଏଏପି ସମର୍ଥନ କରୁଛି, ଏଣୁ ଓଡିଶାରେ ଏଏପି ଲୋକ ସଭା ନିର୍ବାଚନ ଲଢିବାତ୍କୁ ଏତେଟା ଗୁରୁତ୍ୱ ଦେଇନାହିଁ। ତେବେ ଏପ୍ରିଲ ୧୧ କିମ୍ବା ୧୨ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି ସେ କହିଛନ୍ତି।
The post ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ! appeared first on Dharitri Odia News.