ଶାଢ଼ି ପିନ୍ଧୁଥିଲେ ସାବଧାନ ! କର୍କଟ ରୋଗର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ ୦୩।୦୪: ଭାରତୀୟଙ୍କର ପରିଚୟ ଶାଢ଼ି । ଭାରତରେ ଅଧିକାଂଶ ମହିଳାମାନେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି । ରାଜ୍ୟ ଅନୁଯାୟୀ ବଦଳିଥାଏ ଶାଢ଼ିର ଷ୍ଟାଇଲ । କିନ୍ତୁ, ନିକଟରେ ଶାଢ଼ିକୁ ନେଇ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କୁ ତାଜୁବ୍ କରିଦେଇଛି । କର୍କଟ ରୋଗର କାରଣ ହୋଇପାରେ ଶାଢ଼ି । ଏହି ରିପୋର୍ଟ ଅନୁଯାୟୀ ଶାଢ଼ି ପିନ୍ଧିବାର ଭୁଲ ଶୈଳୀ ପାଇଁ ହୋଇପାରେ କର୍କଟ । କୁହାଯାଉଛି କି ଏହି ଶାଢ଼ି କ୍ୟାନସର କେବଳ ଭାରତରେ ହିଁ ଦେଖିବାକୁ ମିଳେ । କାରଣ ଭାରତରେ ଅଧିକାଂଶ ମହିଲା ଶାଢ଼ି ପିନ୍ଧନ୍ତି । ଭାରତରେ ଅନେକ ମହିଳା ବର୍ଷର ୧୨ ମାସ ଧରି ଶାଢ଼ି ପିନ୍ଧିଥାନ୍ତି । ଶାଢ଼ିକୁ ବାନ୍ଧିବା ପାଇଁ ପେଟିକୋଟର ସୂତାକୁ ଅଣ୍ଟାରେ ଜୋରରେ ବନ୍ଧାଯାଏ । ଆଉ ଏହା ଅଣ୍ଟାରେ ଘଷି ହେବା ଆରମ୍ଭ କରେ । ସେଠାରେ ଥିବା ଚର୍ମ ଧିରେ ଧିରେ କଳା ହୋଇଯାଏ । ବାରମ୍ବାର ଏପରି ହେବା ଦ୍ୱାରା କର୍କଟ ରୋଗ ହୋଇପାରେ । ଅନ୍ୟପଟେ କର୍କଟ ପାଇଁ ମୁଖ୍ୟତଃ ଦାୟୀ ଅପରିଷ୍କାର ଶାଢ଼ି । ଯେଉଁ ଅଞ୍ଚଳରେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତା ହୁଏ, ସେହି ଅଞ୍ଚଳରେ ହିଁ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ବିହାର ଓ ଝାଡ଼ଖଣ୍ଡରେ ଏପରି ମାମଲା ଏବେ ବି ଦେଖିବାକୁ ମିଳୁଛି । ତେବେ ଶାଢ଼ି କ୍ୟାନସର ବିଷୟରେ ବମ୍ବେର ଏକ ହସ୍ପିଟାଲ୍ ଖୁଲାସା କରିଥିଲେ । ଏହି ହସ୍ପିଟାଲ୍ରେ ଜଣେ ୬୮ ବର୍ଷୀୟ ମହିଳାଙ୍କ ନିକଟରେ ଶାଢ଼ି କ୍ୟାନସର ଦେଖିବାକୁ ମିଳିଥିଲା ।

ଶାଢ଼ି ପିନ୍ଧୁଥିଲେ ସାବଧାନ ! କର୍କଟ ରୋଗର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ ୦୩।୦୪: ଭାରତୀୟଙ୍କର ପରିଚୟ ଶାଢ଼ି । ଭାରତରେ ଅଧିକାଂଶ ମହିଳାମାନେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି । ରାଜ୍ୟ ଅନୁଯାୟୀ ବଦଳିଥାଏ ଶାଢ଼ିର ଷ୍ଟାଇଲ । କିନ୍ତୁ, ନିକଟରେ ଶାଢ଼ିକୁ ନେଇ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କୁ ତାଜୁବ୍ କରିଦେଇଛି । କର୍କଟ ରୋଗର କାରଣ ହୋଇପାରେ ଶାଢ଼ି । ଏହି ରିପୋର୍ଟ ଅନୁଯାୟୀ ଶାଢ଼ି ପିନ୍ଧିବାର ଭୁଲ ଶୈଳୀ ପାଇଁ ହୋଇପାରେ କର୍କଟ । 

କୁହାଯାଉଛି କି ଏହି ଶାଢ଼ି କ୍ୟାନସର କେବଳ ଭାରତରେ ହିଁ ଦେଖିବାକୁ ମିଳେ । କାରଣ ଭାରତରେ ଅଧିକାଂଶ ମହିଲା ଶାଢ଼ି ପିନ୍ଧନ୍ତି । ଭାରତରେ ଅନେକ ମହିଳା ବର୍ଷର ୧୨ ମାସ ଧରି ଶାଢ଼ି ପିନ୍ଧିଥାନ୍ତି । ଶାଢ଼ିକୁ ବାନ୍ଧିବା ପାଇଁ ପେଟିକୋଟର ସୂତାକୁ ଅଣ୍ଟାରେ ଜୋରରେ ବନ୍ଧାଯାଏ । ଆଉ ଏହା ଅଣ୍ଟାରେ ଘଷି ହେବା ଆରମ୍ଭ କରେ । ସେଠାରେ ଥିବା ଚର୍ମ ଧିରେ ଧିରେ କଳା ହୋଇଯାଏ । ବାରମ୍ବାର ଏପରି ହେବା ଦ୍ୱାରା କର୍କଟ ରୋଗ ହୋଇପାରେ । 

ଅନ୍ୟପଟେ କର୍କଟ ପାଇଁ ମୁଖ୍ୟତଃ ଦାୟୀ ଅପରିଷ୍କାର ଶାଢ଼ି । ଯେଉଁ ଅଞ୍ଚଳରେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତା ହୁଏ, ସେହି ଅଞ୍ଚଳରେ ହିଁ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ବିହାର ଓ ଝାଡ଼ଖଣ୍ଡରେ ଏପରି ମାମଲା ଏବେ ବି ଦେଖିବାକୁ ମିଳୁଛି । ତେବେ ଶାଢ଼ି କ୍ୟାନସର ବିଷୟରେ ବମ୍ବେର ଏକ ହସ୍ପିଟାଲ୍ ଖୁଲାସା କରିଥିଲେ । ଏହି ହସ୍ପିଟାଲ୍ରେ ଜଣେ ୬୮ ବର୍ଷୀୟ ମହିଳାଙ୍କ ନିକଟରେ ଶାଢ଼ି କ୍ୟାନସର ଦେଖିବାକୁ ମିଳିଥିଲା । ସେ ୧୩ ବର୍ଷ ବୟସରୁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ । 

ଏହାବ୍ୟତୀତ କାଶ୍ମୀରରେ ଦେଖିବାକୁ ମିଳୁଛି କାଙ୍ଗ୍ରି କର୍କଟ । ଏହା ଏକ ପ୍ରକାର ଚର୍ମ କର୍କଟ । ଏହି କର୍କଟ କେବଳ କାଶ୍ମୀରରେ ହିଁ ହୋଇଥାଏ । ଅତ୍ୟଧିକ ଥଣ୍ଡା ଯୋଗୁଁ ସେଠାରେ ଥିବା ଲୋକମାନେ ନିଜ ପୋଷାକ ଭିତରେ ନିଆଁ ପୁଆଇଁ ଥାଆନ୍ତି । ଫଳରେ ପେଟ ଏବଂ ଜଙ୍ଘ ଦ୍ୱାରା କ୍ରମାଗତ ହେଉଥିବା ଉତ୍ତାପ, କର୍କଟ ରୋଗର କାରଣ ହୋଇଥାଏ ।

 ସେହିପରି ଟାଇଟ୍ ଫିଟ୍ ଜିନ୍ସ ମଧ୍ୟ କର୍କଟର କାରଣ ହେଉଛି । ଅତ୍ୟଧିକ ଟାଇଟ୍ ଜିନ୍ସ ପିନ୍ଧିବା ଫଳରେ ଶରୀରରେ ଅମ୍ଳଜାନ ଠିକ୍ ଭାବେ ପହଞ୍ଚିପାରେନି । ଘଣ୍ଟା ଘଣ୍ଟା ଧରି ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଏହା ତଳି ପେଟର ତାପମାତ୍ରାକୁ ବଢ଼ାଇଥାଏ । ଫଳରେ ଶୁକ୍ରାଣୁର ପରିମାଣ ହ୍ରାସ ହୁଏ ଓ ଟେଷ୍ଟିକୁଲାର କର୍କଟ ବା ଓଭାରି କ୍ୟାନସର ମଧ୍ୟ କରିପାରେ । ତେବେ ଏପରି କ୍ୟାନସରରୁ ଦୂରେଇବା ପାଇଁ ଟାଇଟ୍ କପଡ଼ାରୁ ଦୂରେଇ ରୁହନ୍ତୁ ।