ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବେଶୀ : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର ୧୮।୮: ବଜ୍ରପାତଜନିତ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଆପେକ୍ଷିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ବେଶୀ ରହିଛି । ପ୍ରତି ବର୍ଷ ପ୍ରାୟ ୩୦୦ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହେଉଛି । ପାଣିପାଗ ସମ୍ବନ୍ଧୀୟ ସୂଚନା କାମ କରୁଛି । କେନ୍ଦ୍ରଠୁ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସହ ଆଞ୍ଚଳିକ କେନ୍ଦ୍ର ଠାରୁ ମଧ୍ୟ ତଥ୍ୟ ନେଇଥାଉ । ଏ ସମ୍ବନ୍ଧରେ ସୂଚନା ସହ ଜିଲ୍ଲା ପ୍ରଶାସନକୁ ତାଗିଦ ମଧ୍ୟ କରାଯାଇଥାଏ । ତେଣୁ ସୂଚନା ପ୍ରାପ୍ତିର କୌଣସି ସମସ୍ୟା ନାହିଁ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଆପେକ୍ଷିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ବେଶୀ । ପ୍ରତି ବର୍ଷ ୩୦୦ ଲୋକଙ୍କ ମୃତ୍ୟ ହେଉଛି । ଅନେକ ବିଦ୍ୟାଳୟରେ ଅର୍ଥିଂ ନାହିଁ । ଗଣଶିକ୍ଷା ବିଭାଗ ସହ ଏ ନେଇ ଆଲୋଚନା କରିଛୁ । ଅନେକ ଜାଗାରେ ଘରେ ଆର୍ଥିଂ ନାହିଁ । ଏଣୁ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସହଯୋଗିତାରେ ତାଳ ଗଛ ଲଗାଇବାକୁ ନିର୍ଣ୍ଣୟ ନେଇଛୁ । କେନ୍ଦ୍ର ସରକାର ସାହାଯ୍ୟ ଓ ଆଧୁନିକ କାରିଗରୀ ବ୍ୟବହାର କିପରି ହୋଇପାରିବ ତାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନାରେ ଅଛୁ । ଓଡ଼ିଶାରେ ବଜ୍ରପାତ ମୃତ୍ୟୁ ଶୂନ ହେବା ନେଇ ଲକ୍ଷ୍ୟ ରହିଛୁ । ଚାଷୀଙ୍କ ନିକଟରେ ତଥ୍ୟ ପହଞ୍ଚାଇବାକୁ ଟେକ୍ନୋଲୋଜିର ସାହାଯ୍ୟ ନେବୁ । ସମୁଦ୍ରରେ ବିପଦ ଥିବା କହିବା ପରେ ମଧ୍ୟ ସମୁଦ୍ର ମଧ୍ୟକୁ ପ
ଭୁବନେଶ୍ବର ୧୮।୮: ବଜ୍ରପାତଜନିତ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଆପେକ୍ଷିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ବେଶୀ ରହିଛି । ପ୍ରତି ବର୍ଷ ପ୍ରାୟ ୩୦୦ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହେଉଛି । ପାଣିପାଗ ସମ୍ବନ୍ଧୀୟ ସୂଚନା କାମ କରୁଛି । କେନ୍ଦ୍ରଠୁ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସହ ଆଞ୍ଚଳିକ କେନ୍ଦ୍ର ଠାରୁ ମଧ୍ୟ ତଥ୍ୟ ନେଇଥାଉ । ଏ ସମ୍ବନ୍ଧରେ ସୂଚନା ସହ ଜିଲ୍ଲା ପ୍ରଶାସନକୁ ତାଗିଦ ମଧ୍ୟ କରାଯାଇଥାଏ । ତେଣୁ ସୂଚନା ପ୍ରାପ୍ତିର କୌଣସି ସମସ୍ୟା ନାହିଁ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଆପେକ୍ଷିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ବେଶୀ । ପ୍ରତି ବର୍ଷ ୩୦୦ ଲୋକଙ୍କ ମୃତ୍ୟ ହେଉଛି । ଅନେକ ବିଦ୍ୟାଳୟରେ ଅର୍ଥିଂ ନାହିଁ । ଗଣଶିକ୍ଷା ବିଭାଗ ସହ ଏ ନେଇ ଆଲୋଚନା କରିଛୁ । ଅନେକ ଜାଗାରେ ଘରେ ଆର୍ଥିଂ ନାହିଁ । ଏଣୁ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସହଯୋଗିତାରେ ତାଳ ଗଛ ଲଗାଇବାକୁ ନିର୍ଣ୍ଣୟ ନେଇଛୁ । କେନ୍ଦ୍ର ସରକାର ସାହାଯ୍ୟ ଓ ଆଧୁନିକ କାରିଗରୀ ବ୍ୟବହାର କିପରି ହୋଇପାରିବ ତାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନାରେ ଅଛୁ । ଓଡ଼ିଶାରେ ବଜ୍ରପାତ ମୃତ୍ୟୁ ଶୂନ ହେବା ନେଇ ଲକ୍ଷ୍ୟ ରହିଛୁ । ଚାଷୀଙ୍କ ନିକଟରେ ତଥ୍ୟ ପହଞ୍ଚାଇବାକୁ ଟେକ୍ନୋଲୋଜିର ସାହାଯ୍ୟ ନେବୁ । ସମୁଦ୍ରରେ ବିପଦ ଥିବା କହିବା ପରେ ମଧ୍ୟ ସମୁଦ୍ର ମଧ୍ୟକୁ ପଶୁଛନ୍ତି ।
ଯେଉଁ ମାଲିକ ମାନେ କାମ କରୁଥିବା ଶ୍ରମିକଙ୍କ ଜୀବନଙ୍କୁ ଭ୍ରୁକ୍ଷେପ ନ କରି ବିପଦ ସଂକେତ ସୂଚନା ଥାଇ ମଧ୍ୟ କାମକୁ ପଠାଉଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ପ୍ରଚଳିତ ଆଇନରେ ମଧ୍ୟ ପରିବର୍ତ୍ତନ କରାଯିବ । ବ୍ୟବସ୍ଥା ଠିକ୍ ଅଛି, ଆଗୁଆ ସୂଚନା ବି ଦିଆଯାଉଛି । କିନ୍ତୁ କିଛି ସ୍କୁଲ ଏବଂ ଘରେ ଆର୍ଥିଂ ସମସ୍ୟା ପାଇଁ ପ୍ରଭାବ ପଡୁଛି ।
ଏବେ ନିକଟରେ କୋଷ୍ଟଗାର୍ଡ ଏକ ଟ୍ରଲରରୁ ରକ୍ଷା କରି ଆଣିଲେ । ଆଣିବା ପରେ ମଧ୍ୟ ସେମାନେ ଟ୍ରଲରକୁ ଛାଡି ଆସିବାକୁ ପ୍ରସ୍ତୁତ ନଥିଲେ । ଆବଶ୍ୟକତା ଅନୁସାରେ ନୂଆ ଆଇନରେ ପରିବର୍ତ୍ତନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ପଦକ୍ଷେପ, ଉତ୍ତର ପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ