‘ଓଲା’ ଇଲେକ୍ଟ୍ରିକ୍ IPO ପ୍ରାଇସ୍ ବ୍ୟାଣ୍ଡ୍ ଧାର୍ଯ୍ୟ; ଅଗଷ୍ଟ ପହିଲାରୁ ଖୋଲିବ ସେୟାର
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନି ‘ଓଲା’ ଆଇପିଓ ଖୋଲିବାକୁ ଯାଉଛି । ଓଲା’ ଇଲେକ୍ଟ୍ରିକ୍ ଆଇପିଓର ପ୍ରାଇସ୍ ବ୍ୟାଣ୍ଡ ୭୨ରୁ ୭୬ ଟଙ୍କା ଧାର୍ଯ୍ୟ କରାଯାଇଛି । ସୋମବାର କମ୍ପାନି ପ୍ରାଇସ୍ ବ୍ୟାଣ୍ଡର ସୂଚନା ବିଜ୍ଞାପନ ମାଧ୍ୟମରେ ଜାରି କରିଛି । ଅଗଷ୍ଟ ୨ ତାରିଖରୁ ରିଟେଲ୍ ନିବେଶକଙ୍କ ପାଇଁ ଖୋଲିବ । ଓଲା ଇଲେକ୍ଟ୍ରିକ୍ ଚଳିତ ବର୍ଷର ସବୁଠୁ ବଡ଼ ଆଇପିଓ ହେବ । ସୂଚନା ଅନୁଯାୟୀ, କମ୍ପାନି ସଫ୍ଟ ବ୍ୟାଙ୍କିଂରେ ମଧ୍ୟ ପଇସା ଲଗାଇଛି । ଆସନ୍ତୁ ଜାଣିବା ଏହାର ଗ୍ରେ ମାର୍କେଟ୍ ସହିତ ଅନ୍ୟାନ୍ୟ ତଥ୍ୟ ।ସୋମବାର ଫାଇନାସିଆଲ୍ ଏକ୍ସପ୍ରେସରେ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ, କମ୍ପାନି ଆଇରିଓ ର ପ୍ରାଇସ୍ ବ୍ୟାଣ୍ଡ ୭୨ ଟଙ୍କାରୁ ୭୬ ଟଙ୍କା ପ୍ରତି ସେୟାର ରହିଛି । ଓଲା କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଆଇପିଓରେ ୭ଟା ହ୍ରାସ କରିଛି । ଏହି ଆଇପିଓର ସାଇଜ୍ ୭୪୦ ମିଲିୟନ ଡଲାର ରହିଛି । ଓଲା ଇଲେକ୍ଟ୍ରିକ୍ ଆଇପିଓ ରିଟେଲ୍ ନିବେଶକ ପାଇଁ ଆଗଷ୍ଟ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ମାତ୍ର ବଡ଼ ନିବେଶକ ମାନଙ୍କ ପାଇଁ ଅଗଷ୍ଟ ପହିଲାରୁ ଆଇପିଓ ଉପରେ ନିବେଶ କରିପାରିବେ ।ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁଯାୟୀ, ଓଲା ଇଲେକ୍ଟ୍ରିକର ଆଇପିଓ ଉପରେ Fidelity, Nomura ଏବଂ Norges Bank ଉପରେ ନିବେଶ କରିପାରନ୍ତି । କମ୍ପାନି ନୂଆ ସେୟାର ଜାରି କରି ୬୬୦ ମିଲିୟନ ଡଲାର ସଂଗ୍ରହ ପାଇଁ ଚେଷ୍ଟା କରିବ । କମ୍ପାନି
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନି ‘ଓଲା’ ଆଇପିଓ ଖୋଲିବାକୁ ଯାଉଛି । ଓଲା’ ଇଲେକ୍ଟ୍ରିକ୍ ଆଇପିଓର ପ୍ରାଇସ୍ ବ୍ୟାଣ୍ଡ ୭୨ରୁ ୭୬ ଟଙ୍କା ଧାର୍ଯ୍ୟ କରାଯାଇଛି । ସୋମବାର କମ୍ପାନି ପ୍ରାଇସ୍ ବ୍ୟାଣ୍ଡର ସୂଚନା ବିଜ୍ଞାପନ ମାଧ୍ୟମରେ ଜାରି କରିଛି । ଅଗଷ୍ଟ ୨ ତାରିଖରୁ ରିଟେଲ୍ ନିବେଶକଙ୍କ ପାଇଁ ଖୋଲିବ । ଓଲା ଇଲେକ୍ଟ୍ରିକ୍ ଚଳିତ ବର୍ଷର ସବୁଠୁ ବଡ଼ ଆଇପିଓ ହେବ । ସୂଚନା ଅନୁଯାୟୀ, କମ୍ପାନି ସଫ୍ଟ ବ୍ୟାଙ୍କିଂରେ ମଧ୍ୟ ପଇସା ଲଗାଇଛି । ଆସନ୍ତୁ ଜାଣିବା ଏହାର ଗ୍ରେ ମାର୍କେଟ୍ ସହିତ ଅନ୍ୟାନ୍ୟ ତଥ୍ୟ ।
ସୋମବାର ଫାଇନାସିଆଲ୍ ଏକ୍ସପ୍ରେସରେ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ, କମ୍ପାନି ଆଇରିଓ ର ପ୍ରାଇସ୍ ବ୍ୟାଣ୍ଡ ୭୨ ଟଙ୍କାରୁ ୭୬ ଟଙ୍କା ପ୍ରତି ସେୟାର ରହିଛି । ଓଲା କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଆଇପିଓରେ ୭ଟା ହ୍ରାସ କରିଛି । ଏହି ଆଇପିଓର ସାଇଜ୍ ୭୪୦ ମିଲିୟନ ଡଲାର ରହିଛି । ଓଲା ଇଲେକ୍ଟ୍ରିକ୍ ଆଇପିଓ ରିଟେଲ୍ ନିବେଶକ ପାଇଁ ଆଗଷ୍ଟ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ମାତ୍ର ବଡ଼ ନିବେଶକ ମାନଙ୍କ ପାଇଁ ଅଗଷ୍ଟ ପହିଲାରୁ ଆଇପିଓ ଉପରେ ନିବେଶ କରିପାରିବେ ।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁଯାୟୀ, ଓଲା ଇଲେକ୍ଟ୍ରିକର ଆଇପିଓ ଉପରେ Fidelity, Nomura ଏବଂ Norges Bank ଉପରେ ନିବେଶ କରିପାରନ୍ତି । କମ୍ପାନି ନୂଆ ସେୟାର ଜାରି କରି ୬୬୦ ମିଲିୟନ ଡଲାର ସଂଗ୍ରହ ପାଇଁ ଚେଷ୍ଟା କରିବ । କମ୍ପାନି ସଂସ୍ଥାପକ ଭବେଶ ଅଗ୍ରଓ୍ବାଲ ପ୍ରାୟ ୮୦ ମିଲିୟନ ଡଲାର ଅଂଶଧନ ହ୍ରାସ କରିପାରନ୍ତି । କମ୍ପାନି ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନରେ ଆଇପିଓର ୧୦ ପ୍ରତିଶତ ଅଂଶ ରେଟେଲ୍ ନିବେଶକଙ୍କ ପାଇଁ ସଂରକ୍ଷିତ ରହିବ ।