ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ
ଭୁବନେଶ୍ୱର,୨୧।୪: ଓଡ଼ିଶାରେ ପ୍ରଚଣ୍ଡ ତାତି ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତାର ମାମଲା ରିପୋର୍ଟ କରିଛନ୍ତି। ଯେଉଁଥିରେ ଅନେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିବରଣୀ ପ୍ରଦାନ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଏପ୍ରିଲ ୨୦ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ, ସମ୍ବଲପୁର ଜିଲାରେ ସର୍ବାଧିକ ୪୦ଟି ମାମଲା ରିପୋର୍ଟ ହୋଇଛି, ଯାହା ରବିବାର ରେକର୍ଡ କରାଯାଇଛି। ଦେଓଗଡ଼ରେ ୬ଟି ମାମଲା ରିପୋର୍ଟ ହୋଇଥିବା ବେଳେ ଖୋର୍ଦ୍ଧା, […] The post ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ appeared first on Dharitri Odia News.
ଭୁବନେଶ୍ୱର,୨୧।୪: ଓଡ଼ିଶାରେ ପ୍ରଚଣ୍ଡ ତାତି ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତାର ମାମଲା ରିପୋର୍ଟ କରିଛନ୍ତି। ଯେଉଁଥିରେ ଅନେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିବରଣୀ ପ୍ରଦାନ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଏପ୍ରିଲ ୨୦ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ, ସମ୍ବଲପୁର ଜିଲାରେ ସର୍ବାଧିକ ୪୦ଟି ମାମଲା ରିପୋର୍ଟ ହୋଇଛି, ଯାହା ରବିବାର ରେକର୍ଡ କରାଯାଇଛି। ଦେଓଗଡ଼ରେ ୬ଟି ମାମଲା ରିପୋର୍ଟ ହୋଇଥିବା ବେଳେ ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଛି।
ମୋଟ ମାମଲା ମଧ୍ୟରୁ ଏକ ବ୍ୟକ୍ତିଙ୍କୁ ଏପ୍ରିଲ ୧୯ରେ ତାତି ସମ୍ବନ୍ଧୀୟ ରୋଗ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ଃ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ହିଟ ଷ୍ଟ୍ରୋକ ମୃତ୍ୟୁ କିମ୍ବା ହିଟ ଷ୍ଟ୍ରୋକ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ରିପୋର୍ଟ ମିଳିନାହିଁ।
ସେ ନାଗରିକମାନଙ୍କୁ ବଢ଼ୁଥିବା ତାପମାତ୍ରା ମଧ୍ୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଏବଂ ନିହାତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛନ୍ତି।
ସେପଟେ ଆଜି ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୫ ଟପିଛି ତାତି। ଗତ ଦୁଇଦିନ ହେଲା ଝାରସୁଗୁଡା ରାଜ୍ୟର ଉତପ୍ତ ସହର ପାଲଟିଛି। ଆଜି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରେକର୍ଡ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ବେଳେ ଏହା ପଛକୁ ସମ୍ବଲପୁର ୪୩, ହୀରାକୁଦ ୪୨.୪, ରାଉରକେଲା ୪୨, କେନ୍ଦୁଝର ୩୮.୩, ଚାନ୍ଦବାଲି ୩୮.୨, ବାଲେଶ୍ୱର ୩୭, ଭୁବନେଶ୍ୱର ୩୬ ରହିଛି।
ଆଗାମୀ ତିନିଦିନରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍, ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଏବଂ ମାଲକାନଗିରି ଜିଲାରେ କାଳବୈଶାଖୀ ପ୍ରଭାବରେ ଝାଡ଼ବର୍ଷା ହୋଇପାରେ।
ତେବେ ମଙ୍ଗଳବାରଠାରୁ ରାଜ୍ୟରେ ଆହୁରି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀର ଜିଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି।
ସେହିପରି ବୁଧବାର ପାଇଁ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡା, ସୋନପୁର ଏ ବୌଦ୍ଧ ଜିଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଥିଲା ବେଳେ ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ଆଦ୍ରତା ଅନୁଭବ ହେବା ନେଇ ଆଲର୍ଟ ଜାରି କରାଯାଇଛି।
ଗୁରୁବାର ଏବଂ ଶୁକ୍ରବାର ମଧ୍ୟ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡା, ଅନୁଗୋଳ, ସୋନପୁର ଏବଂ ବୌଦ୍ଧ ଜିଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଥିଲା ବେଳେ ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ଆଦ୍ରତା ଅନୁଭବ ହେବା ନେଇ ଆଲର୍ଟ ଜାରି କରାଯାଇଛି।
The post ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ appeared first on Dharitri Odia News.