ମେଟ ଗାଲା ୨୦୨୫ ; ଡେବ୍ୟୁ କରିବେ ଶାହରୁଖ-କିଆରା-ଦିଲଜିତ ,ଦେଖାଇବେ ଜଲୱା

ମୁମ୍ଵାଇ ୦୪।୦୫; ୨୦୨୫ ମେଟ୍ ଗାଲା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏପରି ପରିସ୍ଥିତିରେ, ଭାରତୀୟ ସେଲିବ୍ରିଟିମାନେ ନ୍ୟୁୟର୍କରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଶନିବାର, ମେ ୩ ତାରିଖରେ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏକ ଫଟୋ ସେୟାର କରି ହିଣ୍ଟ ଦେଇଥିଲେ ଯେ ସେ ମେଟ୍ ଗାଲା ଡେବ୍ୟୁ କରିବାକୁ ଯାଉଛନ୍ତି । କିଆରାଙ୍କ ପରେ, ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ନ୍ୟୁୟର୍କ ଆସିବା ଖବର ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ଯାହା ଫଳରେ ବିଶ୍ୱର ସବୁଠାରୁ ବଡ଼ ଫ୍ୟାଶନ୍ ଇଭେଣ୍ଟରେ ତାଙ୍କର ବହୁ ପ୍ରତୀକ୍ଷିତ ଡେବ୍ୟୁକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହି ସମୟରେ, ପଞ୍ଜାବୀ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ମଧ୍ୟ ମେଟ୍ ଗାଲାର ପ୍ରଥମ ଝଲକ ଦେଖାଇଛନ୍ତି ।ମେଟ ଗାଲାରେ ଡେବ୍ୟୁ କରିବେ ଶାହରୁଖ ଖାନଚଳିତ ବର୍ଷ ମେଟ୍ ଗାଲା ୨୦୨୫ ବହୁତ ସ୍ୱତନ୍ତ୍ର ହେବ କାରଣ ଏଥିରେ କିଆରା ଆଡଭାନୀ, ଶାହରୁଖ ଖାନ ଏବଂ ଦିଲଜିତ ଦୋସାଞ୍ଜ ଡେବ୍ୟୁ କରିବେ । ସୁପରଷ୍ଟାର ଶାହରୁଖ ଖାନ ଏହି ପ୍ରତିଷ୍ଠିତ ଫ୍ୟାଶନ୍ ଇଭେଣ୍ଟରେ ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପହଞ୍ଚି ସାରିଛନ୍ତି । ବଲିଉଡ୍ ବାଦଶାହାଙ୍କ ବିମାନବନ୍ଦରରେ ପହଞ୍ଚିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଶାହରୁଖଙ୍କୁ ବିମାନବନ୍ଦର ଟର୍ମିନାଲରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା । ସୁପରଷ୍ଟାରଙ୍କ ସହ ତାଙ୍କ

ମେଟ ଗାଲା ୨୦୨୫ ; ଡେବ୍ୟୁ କରିବେ ଶାହରୁଖ-କିଆରା-ଦିଲଜିତ ,ଦେଖାଇବେ ଜଲୱା

ମୁମ୍ଵାଇ ୦୪।୦୫; ୨୦୨୫ ମେଟ୍ ଗାଲା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏପରି ପରିସ୍ଥିତିରେ, ଭାରତୀୟ ସେଲିବ୍ରିଟିମାନେ ନ୍ୟୁୟର୍କରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଶନିବାର, ମେ ୩ ତାରିଖରେ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏକ ଫଟୋ ସେୟାର କରି ହିଣ୍ଟ ଦେଇଥିଲେ ଯେ ସେ ମେଟ୍ ଗାଲା ଡେବ୍ୟୁ କରିବାକୁ ଯାଉଛନ୍ତି । କିଆରାଙ୍କ ପରେ, ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ନ୍ୟୁୟର୍କ ଆସିବା ଖବର ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ଯାହା ଫଳରେ ବିଶ୍ୱର ସବୁଠାରୁ ବଡ଼ ଫ୍ୟାଶନ୍ ଇଭେଣ୍ଟରେ ତାଙ୍କର ବହୁ ପ୍ରତୀକ୍ଷିତ ଡେବ୍ୟୁକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହି ସମୟରେ, ପଞ୍ଜାବୀ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ମଧ୍ୟ ମେଟ୍ ଗାଲାର ପ୍ରଥମ ଝଲକ ଦେଖାଇଛନ୍ତି ।

ମେଟ ଗାଲାରେ ଡେବ୍ୟୁ କରିବେ ଶାହରୁଖ ଖାନ

ଚଳିତ ବର୍ଷ ମେଟ୍ ଗାଲା ୨୦୨୫ ବହୁତ ସ୍ୱତନ୍ତ୍ର ହେବ କାରଣ ଏଥିରେ କିଆରା ଆଡଭାନୀ, ଶାହରୁଖ ଖାନ ଏବଂ ଦିଲଜିତ ଦୋସାଞ୍ଜ ଡେବ୍ୟୁ କରିବେ । ସୁପରଷ୍ଟାର ଶାହରୁଖ ଖାନ ଏହି ପ୍ରତିଷ୍ଠିତ ଫ୍ୟାଶନ୍ ଇଭେଣ୍ଟରେ ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପହଞ୍ଚି ସାରିଛନ୍ତି । ବଲିଉଡ୍ ବାଦଶାହାଙ୍କ ବିମାନବନ୍ଦରରେ ପହଞ୍ଚିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଶାହରୁଖଙ୍କୁ ବିମାନବନ୍ଦର ଟର୍ମିନାଲରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା । ସୁପରଷ୍ଟାରଙ୍କ ସହ ତାଙ୍କ ମ୍ୟାନେଜର ପୂଜା ଦଦଲାନି ମଧ୍ୟ ଥିଲେ । ଏହି ସମୟରେ, ଏକ ଭିଡିଓରେ ସେ ପ୍ରଶଂସକଙ୍କ ସହ ହାତ ମିଳାଉଥିବାର ଦେଖିବାକୁ ମିଳିଛି। 

ଦିଲଜିତ୍ ଦୋସାଞ୍ଜ ମଧ୍ୟ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଏହି କାର୍ଯ୍ୟକ୍ରମ ପୂର୍ବରୁ, ପଞ୍ଜାବୀ ଗାୟକ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପରଦା ପଛର ଫଟୋ ସହିତ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ। ସେ ନିଶ୍ଚିତ କରିଛନ୍ତି ଯେ ସେ ଚଳିତ ବର୍ଷର ମେଟ୍ ଗାଲାରେ ଡେବ୍ୟୁ କରିବେ । ଗତ ଶନିବାର ଦିନ, ଦିଲଜିତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଲେଖାଯାଇଛି, 'ମେଟ୍ ଗାଲା ୨୦୨୫'।

ମାଆ ହେବାକୁ ଥିବା ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ନ୍ୟୁୟର୍କରେ ପହଞ୍ଚିବା ପରେ ଏକ BTS ଫଟୋ ସେୟାର କରିଥିଲେ। ଫଟୋଟିରେ ଏକ ଟେବୁଲ ଦେଖାଯାଉଛି - ଯେଉଁଥିରେ ଗୋଲାପୀ ଗୋଲାପର ଫୁଲଦାନୀ, ଏବଂ କିଛି ଚକୋଲେଟ୍‌ ଥିବା ନେଇ ଦେଖିବାକୁ ମିଳିଛି । କହିବାକୁ ଗଲେ ମେଟ୍ ଗାଲା ୨୦୨୫ ମେ ୫ ତାରିଖରେ ନ୍ୟୁୟର୍କର ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଅନୁଷ୍ଠିତ ହେବ । ଚଳିତ ବର୍ଷର ମେଟ୍ ଗାଲାର ବିଷୟବସ୍ତୁ ହେଉଛି 'ସୁପରଫାଇନ୍: ଟେଲରିଂ ବ୍ଲାକ୍ ଷ୍ଟାଇଲ୍', ଯାହା ଫ୍ୟାଶନ୍ ଏବଂ କଳା ସଂସ୍କୃତି ମଧ୍ୟରେ ସମ୍ପର୍କକୁ ଅନୁସନ୍ଧାନ କରିବ ।