ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୫।୨(ସୁନିତ୍‌ ମିଶ୍ର): ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଗୁରୁବାର ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ୩ ଦିନିଆ ଗସ୍ତରେ ସେ ଆସିଥିବା ବେଳେ ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ମଧ୍ୟ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆସିଥିବା ଜଣାପଡ଼ିଛି। ୨୦୨୪ ସାଧାରଣ ନିର୍ବାଚନ ନେଇ ସେ ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିବେ। ଶୁକ୍ରବାର ଏହି ଟିମ୍‌ ବିଭିନ୍ନ ଜାତୀୟ […] The post ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.

ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୫।୨(ସୁନିତ୍‌ ମିଶ୍ର): ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଗୁରୁବାର ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ୩ ଦିନିଆ ଗସ୍ତରେ ସେ ଆସିଥିବା ବେଳେ ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ମଧ୍ୟ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆସିଥିବା ଜଣାପଡ଼ିଛି। ୨୦୨୪ ସାଧାରଣ ନିର୍ବାଚନ ନେଇ ସେ ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିବେ। ଶୁକ୍ରବାର ଏହି ଟିମ୍‌ ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଏହାର ପରଦିନ ଅର୍ଥାତ୍‌ ୧୭ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଏବଂ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍‌ ସମୀକ୍ଷାକରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

The post ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.