ଓଡ଼ିଶାରେ ରହୁଥିବା ପାକିସ୍ତାନୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି : ଆଇନ ମନ୍ତ୍ରୀ
ଭୁବନେଶ୍ବର ୨୬।୪: ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠି ଥରହର । ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିଛି ଭାରତ । ଫଳରେ ଭାରତ ଛାଡିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡ଼ିଶାରେ ରହୁଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟାର୍ପଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ସମସ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହା ବି ସୁରକ୍ଷା ବ୍ୟବସ୍ଥା ଆପଣାଇବା କଥା ଆପଣାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯାଇଛି । ଏହି ୧୨ ଜଣ ଦୀର୍ଘକାଳୀନ ଭିସା (ଏଲ୍ଟିଭି)ରେ ଓଡ଼ିଶାରେ ରହୁଛନ୍ତି । ୧୨ ଜଣଙ୍କ ମଧ୍ୟରୁ ୨ରୁ ୩ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱର ଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ରାଜ୍ୟରେ ଦୀର୍ଘ ସମୟ ଧରି ରହୁଛନ୍ତି । ସେମାନଙ୍କୁ ଆନୁଷ୍ଠାନିକ ଭାବେ ଦେଶ ଛାଡ଼ିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ରହିଛି ।ତେବେ ରାଜଧାନୀ ଭୁବନେଶ୍ବରରେ ପାକିସ୍ତାନର ଜଣେ ମହିଳା ଥିବା ଜଣାପଡିଛି । ଦେଶ ଛାଡିବାକୁ ସଂପୃକ୍ତ ମହିଳାଙ୍କୁ ଗୃହ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ମହିଳାଙ୍କ ଭିସାର ଅବଧି ଶେଷ ହୋ
ଭୁବନେଶ୍ବର ୨୬।୪: ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠି ଥରହର । ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିଛି ଭାରତ । ଫଳରେ ଭାରତ ଛାଡିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡ଼ିଶାରେ ରହୁଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟାର୍ପଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ସମସ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହା ବି ସୁରକ୍ଷା ବ୍ୟବସ୍ଥା ଆପଣାଇବା କଥା ଆପଣାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯାଇଛି । ଏହି ୧୨ ଜଣ ଦୀର୍ଘକାଳୀନ ଭିସା (ଏଲ୍ଟିଭି)ରେ ଓଡ଼ିଶାରେ ରହୁଛନ୍ତି । ୧୨ ଜଣଙ୍କ ମଧ୍ୟରୁ ୨ରୁ ୩ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱର ଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ରାଜ୍ୟରେ ଦୀର୍ଘ ସମୟ ଧରି ରହୁଛନ୍ତି । ସେମାନଙ୍କୁ ଆନୁଷ୍ଠାନିକ ଭାବେ ଦେଶ ଛାଡ଼ିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ରହିଛି ।
ତେବେ ରାଜଧାନୀ ଭୁବନେଶ୍ବରରେ ପାକିସ୍ତାନର ଜଣେ ମହିଳା ଥିବା ଜଣାପଡିଛି । ଦେଶ ଛାଡିବାକୁ ସଂପୃକ୍ତ ମହିଳାଙ୍କୁ ଗୃହ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ମହିଳାଙ୍କ ଭିସାର ଅବଧି ଶେଷ ହୋଇଯାଇଛି । ମହିଳା ଜଣଙ୍କ ଗତ ଫେବୃଆରୀ ମାସ ୨୬ ତାରିଖରେ ଭିସା ଅବଧି ବଢାଇବାକୁ ଆବେଦନ କରିଛନ୍ତି । ଓଡ଼ିଶାରେ ଜଣେ ମୁସଲିମ୍ ଯୁବକଙ୍କୁ ପ୍ରେମ ବିବାହ କରି ଭୁବନେଶ୍ବରରେ ରହୁଛନ୍ତି । ମହିଳାଙ୍କ ସ୍ବାମୀ ରାଜଧାନୀରେ ଏସି ଫିଟର ଭାବେ କାମ କରୁଛନ୍ତି । ଗତ ବର୍ଷେ ହେଲା ମହିଳା ଜଣଙ୍କ ଭୁବନେଶ୍ବରରେ ରହୁଛନ୍ତି ।
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ କରି ଯଥାଶୀଘ୍ର ସେମାନଙ୍କୁ ପାକିସ୍ତାନ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ରକୁ ପୂର୍ଣ୍ଣ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ଗୃହ ବିଭାଗ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି । ଏନେଇ ଡିଜିପି ୱାଇ.ବି. ଖୁରାନିଆ କହିଥିଲେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ ୧୨ ଜଣ ପାକିସ୍ତାନ ନାଗରିକ ଅଛନ୍ତି । ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବା ପାଇଁ ନୋଟିସ୍ ଦିଆଯାଇଛି ।
You Can Read:
ଭିସା ସରିବା ପରେ ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା, ଦେଶ ଛାଡିବାକୁ ଗୃହ ବିଭାଗ ପକ୍ଷରୁ ନୋଟିସ୍