ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ
ସମାଜ ଡିଜିଟାଲ ଡେସ୍କ: କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ପୂର୍ବତନ କଂଗ୍ରେସ ବିଧାୟକ ସ୍ଵର୍ଗତ ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ। ୨୦୦୮ରେ ଅନନ୍ତରାମଙ୍କ ମୃତ୍ୟୁ ପରେ ସେ ବିଧାୟକ ଭାବେ କଂଗ୍ରେସ ଟିକେଟରୁ ଉପନିର୍ବାଚନ ଲଢ଼ିବା ସହିତ ନିର୍ବାଚିତ ବି ହୋଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ବାପା ଅନନ୍ତରାମ ୧୯୭୪, ୧୯୮୦, ୧୯୮୫, ୧୯୯୫ ଏବଂ ୨୦୦୪ ମସିହାରେ ଲକ୍ଷ୍ମୀପୁରରୁ ବିଧାୟକ ଭାବେ […]

ସମାଜ ଡିଜିଟାଲ ଡେସ୍କ: କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ପୂର୍ବତନ କଂଗ୍ରେସ ବିଧାୟକ ସ୍ଵର୍ଗତ ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ। ୨୦୦୮ରେ ଅନନ୍ତରାମଙ୍କ ମୃତ୍ୟୁ ପରେ ସେ ବିଧାୟକ ଭାବେ କଂଗ୍ରେସ ଟିକେଟରୁ ଉପନିର୍ବାଚନ ଲଢ଼ିବା ସହିତ ନିର୍ବାଚିତ ବି ହୋଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ବାପା ଅନନ୍ତରାମ ୧୯୭୪, ୧୯୮୦, ୧୯୮୫, ୧୯୯୫ ଏବଂ ୨୦୦୪ ମସିହାରେ ଲକ୍ଷ୍ମୀପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।