ବର୍ଡର-ଗାଭାସ୍କର ଟ୍ରଫି ଓ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ମହମ୍ମଦ ଶାମି ପୁଣି ନିରାଶ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଓ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଆଜି ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ନଭେମ୍ବର ୨୨ରୁ ପର୍ଥରେ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମରେ ଯଶପ୍ରୀତ ବୁମ୍ରା ଉପ ଅଧିନାୟକ ଭାବେ ସ୍ଥାନ ପାଇଥିବାବେଳେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି। ବ୍ୟାଟର୍ ଅଭିମନ୍ୟୁ […]

ବର୍ଡର-ଗାଭାସ୍କର ଟ୍ରଫି ଓ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ମହମ୍ମଦ ଶାମି ପୁଣି ନିରାଶ
team-india-squads-announced-for-border-gavaskar-trophy-and-south-africa-series

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଓ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଆଜି ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ନଭେମ୍ବର ୨୨ରୁ ପର୍ଥରେ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମରେ ଯଶପ୍ରୀତ ବୁମ୍ରା ଉପ ଅଧିନାୟକ ଭାବେ ସ୍ଥାନ ପାଇଥିବାବେଳେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି। ବ୍ୟାଟର୍ ଅଭିମନ୍ୟୁ ଈଶ୍ବରନ୍, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ପ୍ରଥମ ଥର ସାମିଲ କରାଯାଇଛି। ଆହତ କାରଣରୁ କୁଲ୍‌ଦୀପ ୟାଦବଙ୍କ ନାମ ବିଚାରକୁ ନିଆଯାଇ ନଥିବା କୁହାଯାଇଛି। ତେବେ ଭେଟରାନ ସ୍ପିଡଷ୍ଟର ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ନିଜକୁ ଫିଟ୍‌ ଘୋଷଣା କରିଥିଲେ ମଧ୍ୟ ମହମ୍ମଦ ସାମିଙ୍କୁ ସୁଯୋଗ ଦିଆଯାଇନାହିଁ।

Team India

ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି। ଟିମ୍ ଇଣ୍ଡିଆରେ, ଇଣ୍ଡିଆ Aର ଅଂଶ ହୋଇଥିବା ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ସଞ୍ଜୁ ସାମସନ୍ ଏବଂ ଜିତେଶ ଶର୍ମାଙ୍କୁ ୱିକେଟ୍ କିପର ଭାବରେ ସୁଯୋଗ ଦିଆଯାଇଥିବାବେଳେ ରିଙ୍କୁ ସିଂ, ତିଲକ ଭର୍ମା, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ବିଜୟ କୁମାର ଏବଂ ଯଶ ଦୟାଲଙ୍କୁ ସ୍ଥାନ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି ।

ଆଫ୍ରିକା ବିପକ୍ଷରେ ୪ ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ନଭେମ୍ବରରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସ୍ଥାନରେ ଖେଳାଯିବ । ଏହି ସିରିଜ୍ ୮ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ମ୍ୟାଚ୍ ୧୦ ନଭେମ୍ବରରେ, ତୃତୀୟଟି ୧୩ ନଭେମ୍ବରରେ ଏବଂ ଚତୁର୍ଥ ମ୍ୟାଚ୍ ୧୫ ନଭେମ୍ବରରେ ଖେଳାଯିବ ।