ବୁଧବାର ରାଶିଫଳ (୦୩-୦୪-୨୦୨୪)

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚିତ ହେବ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କଠିନ କାର୍ଯ୍ୟକୁ ସରଳ ବନାଇବାରେ ସଫଳ ହେବେ। ଚାକିରିରେ ପଦୋନ୍ନତି ସମ୍ଭାବନା ରହିଛି। ବୃଷ: ଆଇଟି ଓ ଇଞ୍ଜିନିୟରିଂ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଚଳିତ ସପ୍ତାହରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଭଲ। ମିଥୁନ: ଅଯଥା ରାଗରୁଷା କରନ୍ତୁନି। ନକାରାତ୍ମକ ଚିନ୍ତାଧାରା ଯୋଗୁଁ ହଇରାଣ ହୋଇପାରନ୍ତି। ନିଜ ଲୋକ […]

ବୁଧବାର ରାଶିଫଳ (୦୩-୦୪-୨୦୨୪)
wednesday-horoscope

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚିତ ହେବ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କଠିନ କାର୍ଯ୍ୟକୁ ସରଳ ବନାଇବାରେ ସଫଳ ହେବେ। ଚାକିରିରେ ପଦୋନ୍ନତି ସମ୍ଭାବନା ରହିଛି।

ବୃଷ: ଆଇଟି ଓ ଇଞ୍ଜିନିୟରିଂ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଚଳିତ ସପ୍ତାହରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଭଲ।

ମିଥୁନ: ଅଯଥା ରାଗରୁଷା କରନ୍ତୁନି। ନକାରାତ୍ମକ ଚିନ୍ତାଧାରା ଯୋଗୁଁ ହଇରାଣ ହୋଇପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନ ପ୍ରସନ୍ନ ରହିବ।

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇ ପ୍ରଶଂସିତ ହେବେ। କଳା ଓ ବିଜ୍ଞାନ ପ୍ରତି ରୁଚି ବଢ଼ିବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ।

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ଜଟିଳ ପରିସ୍ଥିତିରେ ଆତ୍ମବିଶ୍ବାସ ହରାନ୍ତୁନି। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବା ଭଲ।

କନ୍ୟା: ଦିନଟିରେ କର୍ମଚଞ୍ଚଳ ରହିବେ। ନୂତନ କାମ ଆରମ୍ଭ କରିବା ପାଇଁ ସମୟ ଭଲ। ଯୋଗ୍ୟତା ଅନୁଯାୟୀ ଚାକିରି ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଚାକିରି ଖୋଜୁଥିବା ବ୍ୟକ୍ତି ହତୋତ୍ସାହ ହେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଘରକୁ ଅତିଥିଙ୍କ ଆଗମନ ହେବ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଜରୁରି କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଉତ୍‌ଫୁଲ୍ଲିତ ରହିବେ। ସରକାରୀ କାମ ସମସ୍ୟା ସମାଧାନ ହେବ। ପାରିବାରିକ ବିବାଦରୁ ଦୂରେଇ ରହିବେ।

ଧନୁ: ପାରିବାରିକ ଜୀବନରେ କଳହ ଯୋଗ ରହିଛି। ଧୈର୍ଯ୍ୟର ସହ ଏହାକୁ ସମାଧାନ କରିବା ଭଲ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ।

ମକର: କ୍ୟାରିୟର ପାଇଁ ସଂଘର୍ଷ କରିବାକୁ ପଡ଼ିବ। କାର୍ଯ୍ୟସ୍ଥଳରେ କିଛି କଥାକୁ ଗୁପ୍ତ ରଖୀବା ଭଲ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।

କୁମ୍ଭ: ଆତ୍ମବିଶ୍ବାସ ସହିତ କାର୍ଯ୍ୟ କରି ସଫଳ ହେବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇପାରେ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ।

ମୀନ: ଅଧିକ ଚିନ୍ତା ରୋଗର କାରଣ ସାଜିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳତା ମିଳିବ। ଅଚାନକ ଖୁସି ଖବର ପାଇପାରନ୍ତି। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ।