ରେଳ ଧାରଣା ମଝିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଆରପି ଥାନା ଅନ୍ତର୍ଗତ ଅତାବିରା ଷ୍ଟେସନ ନିକଟରସ୍ଥ ଦେଓବାହାଲ ଦେଇ ଯାଇଥିବା ରେଳ ଧାରଣା ମଝିରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ଜିଆରପି ଥାନାର ସୂଚନାନୁଯାୟୀ, ସୋମବାର ଦିନ ପ୍ରାୟ ୨ଟା ସମୟରେ ଏକ ମୃତଦେହ ପଡ଼ିଥିବାର ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। କୌଣସି ଏକ ରେଳଗାଡିରୁ ଖସି ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଣୁ ଏକ ମାମଲା ଥାନାରେ ରୁଜୁ କରାଯାଇ […]

ରେଳ ଧାରଣା ମଝିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଆରପି ଥାନା ଅନ୍ତର୍ଗତ ଅତାବିରା ଷ୍ଟେସନ ନିକଟରସ୍ଥ ଦେଓବାହାଲ ଦେଇ ଯାଇଥିବା ରେଳ ଧାରଣା ମଝିରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ଜିଆରପି ଥାନାର ସୂଚନାନୁଯାୟୀ, ସୋମବାର ଦିନ ପ୍ରାୟ ୨ଟା ସମୟରେ ଏକ ମୃତଦେହ ପଡ଼ିଥିବାର ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। କୌଣସି ଏକ ରେଳଗାଡିରୁ ଖସି ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଣୁ ଏକ ମାମଲା ଥାନାରେ ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ କରାଯାଇ ବୁର୍ଲା ଭିମସାର ଠାରେ ସଂରକ୍ଷିତ ରଖାଯାଇ ମୃତକଙ୍କ ପରିଚୟ ଖୋଜା ଯାଉଛି ବୋଲି ଜିଆରପି କହିଛି।