ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର 

କଟକ/ବାଲେଶ୍ୱର: ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଆଙ୍କର ଓରାଲ୍‌ କେୟାର୍‌ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରି ଏହାର ଉପସ୍ଥିତି ସୁଦୃଢ଼ କରିଛି । ଆଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବଜାରରେ ନିଜ ଉପସ୍ଥିତି ବଢ଼ାଇବା ଓ ବଜାରରେ ସ୍ଥିତିକୁ ସୁଦୃଢ଼ କରିବାରେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଅଭିଯାନ ଜରିଆରେ ଆଙ୍କର ଓରାଲ୍‌ କେୟାର ଏହି […]

ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର 

କଟକ/ବାଲେଶ୍ୱର: ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଆଙ୍କର ଓରାଲ୍‌ କେୟାର୍‌ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରି ଏହାର ଉପସ୍ଥିତି ସୁଦୃଢ଼ କରିଛି । ଆଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବଜାରରେ ନିଜ ଉପସ୍ଥିତି ବଢ଼ାଇବା ଓ ବଜାରରେ ସ୍ଥିତିକୁ ସୁଦୃଢ଼ କରିବାରେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ଅଭିଯାନ ଜରିଆରେ ଆଙ୍କର ଓରାଲ୍‌ କେୟାର ଏହି ଅଂଚଳରେ ଏହାର ଉପସ୍ଥିତି ଓ ବିତରଣ ନେଟ୍‌ୱର୍କ ବଢ଼ାଇବା ଏବଂ ବ୍ରାଣ୍ଡ୍‌କୁ ଅଧିକ ଲୋକାଦୃତ଼ କରି ବଜାର ଅଂଶ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଉଚ୍ଚ ମାନର ଓରାଲ୍‌ କେୟାର ସମାଧାନର ବର୍ଦ୍ଧିତ ଚାହିଦାକୁ ବୁଝିପାରି କମ୍ପାନି ଓଡ଼ିଆ ଗ୍ରାହକଙ୍କ ଆବଶ୍ୟତା ପୂରଣ କରିବାକୁ ଏହାର ଉପସ୍ଥିତି ସମ୍ପ୍ରସାରଣ କରୁଛି ।

ଏହି ସମ୍ପ୍ରସାରଣର ଅଂଶ ସ୍ୱରୂପ ଆଙ୍କର ଓରାଲ୍‌ କେୟାର ପକ୍ଷରୁ ଏହାର ପ୍ରମୁଖ ଉତ୍ପାଦ ଆଙ୍କର ରେଡ୍‌ ଟୁଥ୍‌ପେଷ୍ଟ ସମେତ ଏହାର ଉକ୍ରଷ୍ଟ ଓରାଲ୍‌ କେୟାର ଉତ୍ପାଦ ବର୍ଗମାଳାକୁ ବର୍ଣ୍ଣନା କରୁଥିବା ଦୁଇଟି ଅଭିଯାନକୁ ରାଜ୍ୟରେ ଉନ୍ମୋଚନ କରାଯାଇଛି । ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ଅଭିଯାନ ହେଉଛି “ଲାଲ୍‌, କମାଲ୍‌, ବେମିସାଲ୍‌” ଓ “ନୟେ ଜମାନେ କି ନୟି ସୁରକ୍ଷା” ।
ଲାଲ୍‌, କମାଲ, ବେମିସାଲ ଅଭିଯାନରେ ଆଙ୍କର ରେଡ୍‌ ଟୁଥପେଷ୍ଟରେ ଥିବା ୬ ମୂଳ ଆୟୁର୍ବେଦିକ ଉପାଦାନ ସହ ୧୦ ଆୟୁର୍ବେଦିକ ଉପାଦାନର ଲାଭକୁ ପ୍ରଦର୍ଶିତ କରାଯାଇଛି । ମାଢ଼ିକୁ ଦୃଢ଼ ଓ ସୁସ୍ଥକର ରଖିବା ଉଦ୍ଦେଶ୍ୟ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଟିଭିସିରେ ଏକ ସପିଂ କରିବା ସମୟର ଦୃଶ୍ୟ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏହି ଟୁଥ୍‌ପେଷ୍ଟର ପ୍ରଭାବ ଓ ସ୍ୱାଦ କିଭଳି ପରିବାରଗୁଡ଼ିକର ପସନ୍ଦ ପାଲଟିି ତାହା ଦର୍ଶାଯାଇଛି ।

ନୟି ଜମାନେ କି ନୟି ସୁରକ୍ଷାରେ ଅର୍ଚ୍ଚିତା ଅଭିନୟ କରିଛନ୍ତି, ଯାହା ଆଧୁନିକ ପରିବାରର ସମ୍ପୂର୍ଣ୍ଣ ଓରାଲ୍‌ କେୟାର ଉପରେ ଆଲୋକପାତ କରୁଛି । ଏହା ଆଙ୍କର ଓରାଲ୍‌ କେୟାରକୁ ଏକ ଉନ୍ନତ ବୈଜ୍ଞାନିକ ଓ ନୈତିକ ସଚେତନ ବ୍ରାଣ୍ଡ୍‌ ଭାବେ ଉପସ୍ଥାପନ କରୁଛି ଯାହା ଧଳା, ଦୃଢ଼ ଓ ସୁସ୍ଥକର ଦାନ୍ତର ପ୍ରତିଶ୍ରୁତି ଦେଉଥିବା ବେଳେ ଏହା ୧୦୦ ପ୍ରତିଶତ ଶାକାହାରୀ ଫର୍ମୁଲା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି ।