ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା
କଟକ,୨ା୨ (କାର୍ତ୍ତିକ ସାହୁ): ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍ଜେଏଓ୍ବାଇ) ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ନିଷ୍କ୍ରିୟତା ପ୍ରଦର୍ଶନ କରୁଛନ୍ତି। ଫଳରେ ରାଜ୍ୟର ସାଧାରଣ ଲୋକେ ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ୧୪ ଓ ୨୧ ଧାରାର ଉଲ୍ଲଂଘନ କରୁଛନ୍ତି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ […] The post ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.
କଟକ,୨ା୨ (କାର୍ତ୍ତିକ ସାହୁ): ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍ଜେଏଓ୍ବାଇ) ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ନିଷ୍କ୍ରିୟତା ପ୍ରଦର୍ଶନ କରୁଛନ୍ତି। ଫଳରେ ରାଜ୍ୟର ସାଧାରଣ ଲୋକେ ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ୧୪ ଓ ୨୧ ଧାରାର ଉଲ୍ଲଂଘନ କରୁଛନ୍ତି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ଶୁକ୍ରବାର ମାମଲା ଦାୟର କରାଯାଇଛି।
ମାମଲାର ବିବରଣୀ ଅନୁସାରେ, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରେ ଆରମ୍ଭ ହୋଇଥିଲା। ଦେଶର ସମସ୍ତ ଜନସାଧାରଣଙ୍କ ନିକଟରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ। ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେସନ ଦ୍ୱାରା କରାଯାଇଥିବା ୭୧ତମ ସର୍ଭେ ଅନୁସାରେ ଦେଶର ୮୫.୯% ଗ୍ରାମାଞ୍ଚଳ ଓ ୮୨% ସହରାଞ୍ଚଳର ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପାଇଁ କୌଣସି ବୀମା ଉପଲବ୍ଧ ନାହିଁ। ଭାରତୀୟ ଜନସଂଖ୍ୟାର ୧୭% ଲୋକ ସର୍ବନିମ୍ନ ସେମାନଙ୍କର ବ୍ୟୟଚିଠାର ୧୦% ସ୍ବାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରନ୍ତି। ଏପରିସ୍ଥଳେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ବହୁବାର ଅନୁରୋଧ କରିଥିଲେ ବି ତାହା ଲାଗୁ କରାଯାଉନାହିଁ। ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କଓ୍ବୋଇ) ପ୍ରଚଳନ କରିଛନ୍ତି। ବିଏସ୍କଓ୍ବୋଇରେ ରାଜ୍ୟ ସରକାର ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଥିବାବେଳେ ଏଥିରେ ମଧ୍ୟ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ଉକ୍ତ ଯୋଜନାରେ ପ୍ରଦତ୍ତ କାର୍ଡ ନାମ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଚିକିତ୍ସିତ ହେବାର ସୁବିଧା ନାହିଁ। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିଟି ବ୍ୟକ୍ତି ଚିକିତ୍ସାସେବା ପାଇବାର ସୁବିଧା ରହିଛି। ସମଗ୍ର ଦେଶରେ ବିଏସ୍କଓ୍ବୋଇ ଯୋଜନାରେ ୯୮ଟି ହସ୍ପିଟାଲକୁ ପଞ୍ଜୀକୃତ କରାଯାଇଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାରେ ୨୮,୨୯୬ ହସ୍ପିଟାଲ ପଞ୍ଜୀକୃତ ହୋଇଛି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟସେବାର ବହୁତ ସୁଯୋଗ ଏଥିରେ ରହିଥିବାରୁ ଓଡ଼ିଶାରେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦକାରୀ ପ୍ରାର୍ଥନା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ, ନୂଆଦିଲ୍ଲୀସ୍ଥିତ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।
The post ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.