ଓଡ଼ିଶାରେ ୧୧ରୁ ‘ଆୟୁଷ୍ମାନ’
ଭୁବନେଶ୍ୱର, ୫।୪(ସୁନିତ୍ ମିଶ୍ର): ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ମନମୋହନ ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର କହିଛନ୍ତି, ନଡ୍ଡା ୧୦ ତାରିଖ ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବେ। ଭାରତ ଯୋଜନାର ଶୁଭାରମ୍ଭ କରିବେ। ସେ ସିପେଟ୍ ଏବଂ ଏମ୍ସ ଯିବା କାର୍ଯ୍ୟକ୍ରମ […] The post ଓଡ଼ିଶାରେ ୧୧ରୁ ‘ଆୟୁଷ୍ମାନ’ appeared first on Dharitri Odia News.
ଭୁବନେଶ୍ୱର, ୫।୪(ସୁନିତ୍ ମିଶ୍ର): ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ମନମୋହନ ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର କହିଛନ୍ତି, ନଡ୍ଡା ୧୦ ତାରିଖ ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବେ।
ଭାରତ ଯୋଜନାର ଶୁଭାରମ୍ଭ କରିବେ। ସେ ସିପେଟ୍ ଏବଂ ଏମ୍ସ ଯିବା କାର୍ଯ୍ୟକ୍ରମ ରହିଛି। ସେହିଦିନ ବିଧାୟକମାନଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୧୨ ତାରିଖରେ ସେ ଫେରିଯିବେ ବୋଲି ମନମୋହନ କହିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସତ୍ୟଭମାପୁର କାର୍ଯ୍ୟକ୍ରମରେ ଯୋଗଦେଇ ୨ ସପ୍ତାହ ଭିତରେ ଆୟୁଷ୍ମାନ୍ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଥିଲେ। ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ସ୍ବାସ୍ଥ୍ୟବୀମାର ସୁଫଳ ପାଇବେ। ଏହି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ୨୯ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ପୂର୍ବ ସରକାର ସମୟରେ ୯ ଶହ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ଆୟୁଷ୍ମାନ୍ ଯୋଜନାକୁ ରାଜନୈତିକ ଉଦ୍ଦେଶ୍ୟରେ ଲାଗୁ କରାଉ ନ ଥିଲେ। ଗତ ମାର୍ଚ୍ଚ ୨୧ରେ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା। ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ରାଜ୍ୟରେ ଆୟୁଷ୍ମାନ୍ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁହେବ। ଏହି ଯୋଜନାରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବା ଆଶା କରାଯାଉଛି। ଏହାସହ ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ୍ ବୟୋବନ୍ଦନ ଯୋଜନା ଲାଗୁ କରାଯିବ।
The post ଓଡ଼ିଶାରେ ୧୧ରୁ ‘ଆୟୁଷ୍ମାନ’ appeared first on Dharitri Odia News.