ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା ଜସ୍ତ ରାଜ୍ୟ ରାଜନୀତିକୁ ସରଗରମ କରୁଛି। ସେହିପରି ଜଣକୁ ଜଣେ ଏକାଠି ହୋଇ ବିଜେଡି ସରକାରଙ୍କୁ ଘେରାବନ୍ଦୀ କରି ରଖୁଛନ୍ତି। ଏହି କ୍ରମରେ ପୁଣି ଓଡ଼ିଶା ଆସୁଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ଯୋଗୀ ଆଦିତ୍ୟନାଥ ଓ ରାମାୟଣର ଚର୍ଚ୍ଚିତ ଚେହେରା ‘ରାମ’ ଅର୍ଥାତ ଅରୁଣ ଗୋଭିଲ […] The post ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.
ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା ଜସ୍ତ ରାଜ୍ୟ ରାଜନୀତିକୁ ସରଗରମ କରୁଛି। ସେହିପରି ଜଣକୁ ଜଣେ ଏକାଠି ହୋଇ ବିଜେଡି ସରକାରଙ୍କୁ ଘେରାବନ୍ଦୀ କରି ରଖୁଛନ୍ତି। ଏହି କ୍ରମରେ ପୁଣି ଓଡ଼ିଶା ଆସୁଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ଯୋଗୀ ଆଦିତ୍ୟନାଥ ଓ ରାମାୟଣର ଚର୍ଚ୍ଚିତ ଚେହେରା ‘ରାମ’ ଅର୍ଥାତ ଅରୁଣ ଗୋଭିଲ ମଧ୍ୟ ଓଡିଶା ଆସୁଛନ୍ତି।
ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ବୁଧବାର ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ । ସେ ରାଜ୍ୟର ୪ଟି ସ୍ଥାନରେ ପ୍ରଚାର କରିବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ ସେ ପ୍ରଚାର କରିବେ । ୨୩ ଅର୍ଥାତ୍ ଗୁରୁବାର ଆସୁଛନ୍ତି ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମଗନର, ବଡଚଣା, ବାଲିକୁଦାରେ ସଭା କରିବେ ନଡ୍ଡା । ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ।
The post ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.