ବାଜିଲା ମୋହର! ଏହି ଖେଳାଳି ନେବେ ରାହୁଲ ଦ୍ରାବିଡଙ୍କ ସ୍ଥାନ, ହେବେ ନୂଆ ମୁଖ୍ୟ କୋଚ୍
ମୁମ୍ବାଇ,୧।୬: ୨୦୦୭ ଏବଂ ୨୦୧୧ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ଭାବେ ଗମ୍ଭୀରଙ୍କ ନାମର ଔପଚାରିକ ଘୋଷଣା କେବଳ ବାକି ଅଛି। ବିସିସିଆଇ ଏନେଇ ଶୀଘ୍ର ଘୋଷଣା କରିପାରେ। ଆଇପିଏଲ୍ ୨୦୨୪ ଫାଇନାଲରେ କୋଲକାତା ନାଇଟ ରାଇଡର୍ସର ବିଜୟ ପରେ ବିସିସିଆଇ ସଚିବ ଜୟ ଶାହା ଏବଂ […] The post ବାଜିଲା ମୋହର! ଏହି ଖେଳାଳି ନେବେ ରାହୁଲ ଦ୍ରାବିଡଙ୍କ ସ୍ଥାନ, ହେବେ ନୂଆ ମୁଖ୍ୟ କୋଚ୍ appeared first on Dharitri Odia News.
ମୁମ୍ବାଇ,୧।୬: ୨୦୦୭ ଏବଂ ୨୦୧୧ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ଭାବେ ଗମ୍ଭୀରଙ୍କ ନାମର ଔପଚାରିକ ଘୋଷଣା କେବଳ ବାକି ଅଛି। ବିସିସିଆଇ ଏନେଇ ଶୀଘ୍ର ଘୋଷଣା କରିପାରେ।
ଆଇପିଏଲ୍ ୨୦୨୪ ଫାଇନାଲରେ କୋଲକାତା ନାଇଟ ରାଇଡର୍ସର ବିଜୟ ପରେ ବିସିସିଆଇ ସଚିବ ଜୟ ଶାହା ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଭେଟ ମଇଦାନରେ ହୋଇଥିଲା। ଏହାପରଠାରୁ ଗମ୍ଭୀରଙ୍କୁ ଦଳର ନୂଆ କୋଚ୍ କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ। କୋଚ୍ ପଦ ଲାଗି ଆବେଦନର ଅନ୍ତିମ ତାରିଖ ୨୭ ମେ’ରେ ଥିଲା। ହେଲେ ଏଥିଲାଗି ଗମ୍ଭୀର ଆବେଦନ କରିଛନ୍ତି କି ନାହିଁ ସେନେଇ ସୂଚନା ମିଳିନାହିଁ।
The post ବାଜିଲା ମୋହର! ଏହି ଖେଳାଳି ନେବେ ରାହୁଲ ଦ୍ରାବିଡଙ୍କ ସ୍ଥାନ, ହେବେ ନୂଆ ମୁଖ୍ୟ କୋଚ୍ appeared first on Dharitri Odia News.