ଓଡିଶା ଉଠା ଜଳ ସେଚନ ନିଗମର କାମ ଖିଆଳି ନିତି:କାମ ସରିବାର ୩ ବର୍ଷ ବିତିଲା,କାର୍ଯ୍ୟକ୍ଷମ ପ୍ରତି ଦୃଷ୍ଟି ନାହିଁ

ସମ୍ବଲପୁର:କାମ ସରିବାର ୩ ବର୍ଷ ବିତିଲାଣି,ହେଲେ କାର୍ଯ୍ୟକ୍ଷମ କରାଇବାରେ ବିଭାଗୀୟ କାର୍ଯଦକ୍ଷତା ଫେଲ ମାରିବା ଦେଖା ଦେଇଛି ଚାଷ ଓ ଚାଷୀଙ୍କ ସ୍ୱାର୍ଥ ଭଳି ଉଠା ଜଳସେଚନ ଭଳି ମହତ୍ ଲକ୍ଷରେ। ମାଲତୀ ଯୋର ରୁ ଜଳ ଉଠାଇ ୨୦ ହେକ୍ଟର ଚାଷ ଜମିର ପ୍ରାୟ ୨୦ ଜଣ ଚାଷୀଙ୍କ ମେରୁଦଣ୍ଡ ସଲଖ କରିବାକୁ କଦଲୀମୁଣ୍ଡା ମାଲତୀ ଯୋର ନିକଟରେ ନିର୍ମାଣ ହୋଇଛି ଉଠା ଜଳ ସେଚନ ପ୍ରକଳ୍ପ।ବିକେଭିୱାଇ ଆରଆଇଡିଏଫ ଅଧିନରେ ୨୦୨୧-୨୨ ଉଠା ଜଳସେଚନ ନିଗମ […] The post ଓଡିଶା ଉଠା ଜଳ ସେଚନ ନିଗମର କାମ ଖିଆଳି ନିତି:କାମ ସରିବାର ୩ ବର୍ଷ ବିତିଲା,କାର୍ଯ୍ୟକ୍ଷମ ପ୍ରତି ଦୃଷ୍ଟି ନାହିଁ appeared first on Odisha.News.

ଓଡିଶା ଉଠା ଜଳ ସେଚନ ନିଗମର କାମ ଖିଆଳି ନିତି:କାମ ସରିବାର ୩ ବର୍ଷ ବିତିଲା,କାର୍ଯ୍ୟକ୍ଷମ ପ୍ରତି ଦୃଷ୍ଟି ନାହିଁ

ସମ୍ବଲପୁର:କାମ ସରିବାର ୩ ବର୍ଷ ବିତିଲାଣି,ହେଲେ କାର୍ଯ୍ୟକ୍ଷମ କରାଇବାରେ ବିଭାଗୀୟ କାର୍ଯଦକ୍ଷତା ଫେଲ ମାରିବା ଦେଖା ଦେଇଛି ଚାଷ ଓ ଚାଷୀଙ୍କ ସ୍ୱାର୍ଥ ଭଳି ଉଠା ଜଳସେଚନ ଭଳି ମହତ୍ ଲକ୍ଷରେ।
ମାଲତୀ ଯୋର ରୁ ଜଳ ଉଠାଇ ୨୦ ହେକ୍ଟର ଚାଷ ଜମିର ପ୍ରାୟ ୨୦ ଜଣ ଚାଷୀଙ୍କ ମେରୁଦଣ୍ଡ ସଲଖ କରିବାକୁ କଦଲୀମୁଣ୍ଡା ମାଲତୀ ଯୋର ନିକଟରେ ନିର୍ମାଣ ହୋଇଛି ଉଠା ଜଳ ସେଚନ ପ୍ରକଳ୍ପ।ବିକେଭିୱାଇ ଆରଆଇଡିଏଫ ଅଧିନରେ ୨୦୨୧-୨୨ ଉଠା ଜଳସେଚନ ନିଗମ ପକ୍ଷରୁ କେଶରୀନନ୍ଦନ ପାଣି ପଞ୍ଚାୟତ ପାଇଁ ୨୯ ଲକ୍ଷ ୫୬ ହଜାର ୬୦ ଟଙ୍କା ବ୍ୟୟ ଅଟକଳରେ କଦଲୀମୁଣ୍ଡା ନିକଟସ୍ଥ ଖସୁପାଲି ଠାରେ ଏଲଆଇପି ନିର୍ମାଣ କାମ ଶେଷ ହୋଇଛି।ଏହି କାର୍ଯ ସରିବାର ଇତିମଧ୍ୟରେ ୩ ବର୍ଷ ବିତିଲାଣି।କିନ୍ତୁ କାର୍ଯ୍ୟକ୍ଷମ କରାଇବାରେ ବିଭାଗୀୟ ବିଫଳତା ଯୋଜନା ପ୍ରତି ଉପହାସ ସଦୃଶ ହୋଇଛି।ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ୧ /୧୫ ଏଚପି ମୋଟର ମଧ୍ୟ ବ୍ୟବହାର ହୋଇଛି।କିନ୍ତୁ ଚାଷୀଙ୍କ କାମରେ ଏହା ଲାଗି ପାରୁନାହିଁ।ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ହାରିଗୁହାରୀ କରିବା ସତ୍ତ୍ୱେ ଏହାର ବ୍ୟବହାର କାହିଁକି ହୋଇପାରୁନି ତାକୁ ନେଇ ଅଶ୍ଚର୍ଯ୍ୟ ପ୍ରକାଶ ପାଇଛି।
ବର୍ତ୍ତମାନ ଅନିୟମିତତା ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚାଷୀକୂଳରେ ଦାବି ହୋଇଛି। ସବୁ କାମ ସରିଥିବା ସତ୍ତ୍ୱେ ସଂପୃକ୍ତ କେଶରୀ ନନ୍ଦନ ପାଣି ପଞ୍ଚାୟତକୁ ଏହା ହସ୍ତାନ୍ତର କରାଯାଇନଥିବାରୁ ଜନ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ତେଣୁ କାଳ ବିଳମ୍ଭ ନକରି ସମ୍ବଲପୁର ଜିଲ୍ଲା ଉଠା ଜଳ ସେଚନ ନିଗମ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ଉଠିଛି।

The post ଓଡିଶା ଉଠା ଜଳ ସେଚନ ନିଗମର କାମ ଖିଆଳି ନିତି:କାମ ସରିବାର ୩ ବର୍ଷ ବିତିଲା,କାର୍ଯ୍ୟକ୍ଷମ ପ୍ରତି ଦୃଷ୍ଟି ନାହିଁ appeared first on Odisha.News.