ଓଡିଶା ଟ୍ୟାଲେଣ୍ଟ ହଣ୍ଟ ଜିତି ଗଞ୍ଜାମ ପାଇଁ ଗୌରବ ଆଣିଲେ ଆକାଂକ୍ଷା
ଗଞ୍ଜାମ,୨୨।୮(ବିଦ୍ୟାଧର ସାହୁ): ଓଡିଶା ଟେଲେଣ୍ଟ ହଣ୍ଟ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି ଗଞ୍ଜାମର କୁନି ବିସ୍ମୟୀ ଝିଅ ଆକାଂକ୍ଷା ପଣ୍ଡା। ଗଞ୍ଜାମ ସହର ସାନବଜ଼ାର ପ୍ରଫୁଲ କୁମାର ପଣ୍ଡା ଓ ସୋନାଲିଙ୍କ ଝିଅ ଆକାଂକ୍ଷା। ଖୋର୍ଦ୍ଧାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଟେଲେଣ୍ଟ ହଣ୍ଟ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆକାଂକ୍ଷା ଷ୍ଟାଣ୍ଡାର୍ଡ ୱାନରେ ପାଠ ପଢୁଥିବାବେଳେ ନାଚ ପ୍ରତି ଆଗ୍ରହ ଦେଖି […] The post ଓଡିଶା ଟ୍ୟାଲେଣ୍ଟ ହଣ୍ଟ ଜିତି ଗଞ୍ଜାମ ପାଇଁ ଗୌରବ ଆଣିଲେ ଆକାଂକ୍ଷା appeared first on Dharitri Odia News.
ଗଞ୍ଜାମ,୨୨।୮(ବିଦ୍ୟାଧର ସାହୁ): ଓଡିଶା ଟେଲେଣ୍ଟ ହଣ୍ଟ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି ଗଞ୍ଜାମର କୁନି ବିସ୍ମୟୀ ଝିଅ ଆକାଂକ୍ଷା ପଣ୍ଡା। ଗଞ୍ଜାମ ସହର ସାନବଜ଼ାର ପ୍ରଫୁଲ କୁମାର ପଣ୍ଡା ଓ ସୋନାଲିଙ୍କ ଝିଅ ଆକାଂକ୍ଷା।
ଖୋର୍ଦ୍ଧାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଟେଲେଣ୍ଟ ହଣ୍ଟ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆକାଂକ୍ଷା ଷ୍ଟାଣ୍ଡାର୍ଡ ୱାନରେ ପାଠ ପଢୁଥିବାବେଳେ ନାଚ ପ୍ରତି ଆଗ୍ରହ ଦେଖି ମାଆ ବାପା ଗଞ୍ଜାମ ବଡ଼ବଜ଼ାରଠାରେ ଡ୍ରିମର ଡ୍ୟାନ୍ସ ଓ ଫିଟନେସ ସେଣ୍ଟରରେ ଗୁରୁ ଏସ. ସନ୍ତୋଷ କୁମାରଙ୍କ ନିକଟରୁ ନୃତ୍ୟ ଶିକ୍ଷା କରୁଛନ୍ତି। ପୂର୍ବରୁ ଆକାଂକ୍ଷା ଗଞ୍ଜାମ ସହରରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଜୟୀ ହୋଇ ନିଜର ପ୍ରତିଭା ଦେଖାଇଥିବାବେଳେ, ପରବର୍ତ୍ତୀ ସମୟରେ ବ୍ରହ୍ମପୁର, ଜିଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କ୍ରମାଗତ ଭାବେ ପ୍ରଥମ ସ୍ଥାନ ଅଧିକାର ଆଉ ପଛକୁ ନ ଫେରି ନିଜର କରିସ୍ମା ଦେଖାଇ ଆସୁଛନ୍ତି l ଛୋଟ ବୟସରୁ ପ୍ରତିଭା ଦେଖି ଯୋଗୁ ସେ ବିସ୍ମୟୀ ବାଳିକା ରୂପେ ପରିଚିତ l ବର୍ତ୍ତମାନ ଏହି ସଫଳତା ଗଞ୍ଜାମ ସହର ଓ ଜିଲା ପାଇଁ ଗୌରବ ଆଣିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l
The post ଓଡିଶା ଟ୍ୟାଲେଣ୍ଟ ହଣ୍ଟ ଜିତି ଗଞ୍ଜାମ ପାଇଁ ଗୌରବ ଆଣିଲେ ଆକାଂକ୍ଷା appeared first on Dharitri Odia News.