ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ

ଆସିସାରିଛି ନୂଆବର୍ଷ, ସମସ୍ତେ ପିକନିକ ଆଉ ବୁଲାବୁଲିରେ ବ୍ୟସ୍ତ । କିଏ ସାଙ୍ଗସାଥୀ ସହିତ ତ ଆଉ କିଏ ପରିବାର ସହିତ ଏହି ବଣଭୋଜି ଋତୁର ମଜା ନେଉଛନ୍ତି । ହେଲେ ଏହି ସବୁ ମଜାମଜଲିସରୁ ସବୁବେଳେ ବହୁଦୂରରେ ରହିଯାଆନ୍ତି ନିଜ ପରିବାରଠୁ ଦୂରରେ ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ । ତେବେ ଏମାନଙ୍କ ମନରେ ଏକ ନୂଆ ଆଶା ଭରିଛି ସୁନ୍ଦରଗଡର ଅଗ୍ରଣୀ ଅନୁଷ୍ଠାନ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ । ଏହି […] The post ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ appeared first on KNews Odisha.

ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ

ଆସିସାରିଛି ନୂଆବର୍ଷ, ସମସ୍ତେ ପିକନିକ ଆଉ ବୁଲାବୁଲିରେ ବ୍ୟସ୍ତ । କିଏ ସାଙ୍ଗସାଥୀ ସହିତ ତ ଆଉ କିଏ ପରିବାର ସହିତ ଏହି ବଣଭୋଜି ଋତୁର ମଜା ନେଉଛନ୍ତି । ହେଲେ ଏହି ସବୁ ମଜାମଜଲିସରୁ ସବୁବେଳେ ବହୁଦୂରରେ ରହିଯାଆନ୍ତି ନିଜ ପରିବାରଠୁ ଦୂରରେ ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ । ତେବେ ଏମାନଙ୍କ ମନରେ ଏକ ନୂଆ ଆଶା ଭରିଛି ସୁନ୍ଦରଗଡର ଅଗ୍ରଣୀ ଅନୁଷ୍ଠାନ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ । ଏହି ଅନୁଷ୍ଠାନର ସହାୟତାରେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିବେ ।

କିଏ ଶୁଣି ପାରେ ନାହିଁ, ଆଉ କିଏ କହିପାରେ ନାହିଁ ହେଲେ ମନରେ ସାଧାରଣ ମଣିଷ ଭଳି ଇଚ୍ଛାଶକ୍ତି । କେବଳ ପାଠପଢା ନୁହେଁ ସେମାନେ ବି ଏହି ବଣଭୋଜି ଋତୁର ମଜା ଉଠାଇବେ, ବୁଲାବୁଲି କରି ନୂଆନୂଆ ସ୍ଥାନ ଅନ୍ୱେଷଣ କରିବେ । ଆଉ ତାଙ୍କର ଏହି ଇଚ୍ଛା ଆଜି ପୂରଣ ହେବାକୁ ଯାଉଛି । ସୁନ୍ଦରଗଡ ସାର୍ଥକ ଦିବ୍ୟାଙ୍ଗ ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ । ୫ ଦିନ ଧରି ରାଜ୍ୟର ବଭିନ୍ନ ସ୍ଥାନ ଯେପରି ଦେବଗଡ, ଘଟଗାଁ, ଭୁବନେଶ୍ଵର, ପୁରୀ, କୋଣାର୍କ ଏବଂ ଚିଲିକା ଆଦି ସ୍ଥାନ ପରିଦର୍ଶନ କରି ଆସନ୍ତା ୭ ତାରିଖ ଦିନ ସୁନ୍ଦରଗଡ ଫେରିବେ । ଯିବା ସମୟରେ ଏହି ଛାତ୍ର ଛାତ୍ରୀଙ୍କ ମୁହଁରେ ଯେଉଁ ହସ ଫୁଟୁଥିଲା ତାହା ବୟାନ କରୁଥିଲା ତାଙ୍କର ଖୁସିକୁ ।

ଗତକାଲି ସକାଳେ ରାଜବାଟୀ ସ୍ଥିତ ସମଲେଇ ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ଏକ ସ୍ଵତନ୍ତ୍ର ବସରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହିତ ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାକୁ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ସଭାପତି ସଞ୍ଜୟ ନନ୍ଦ ସବୁଜ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ । ଏହି ଯାତ୍ରାର ସମସ୍ତ ଖର୍ଚ୍ଚ ଆସୋସିଏସନ ବହନ କରିବ ବୋଲି କହିବା ସହିତ ଏପରି ଅସହାୟଙ୍କ ପ୍ରତି ସବୁବେଳେ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବ ବୋଲି କହିଛନ୍ତି ସଞ୍ଜୟ ନନ୍ଦ ।

The post ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ appeared first on KNews Odisha.