ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ
ଏଣିକି ଆଉ କେହି ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ । ଏପରିକି ନିଜ ବାଡିରେ ତାଳ ଗଛ ଥିଲେ ମଧ୍ୟ ଏହାକୁ କାଟିବାକୁ ଅନୁମତି ଆବଶ୍ୟକ । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ । ବଜ୍ରପାତର ମୁକାବିଲା ପାଇଁ ବ୍ୟାପକ ତାଳଗଛ ରୋପଣ ଜରୁରୀ । ଏନେଇ […] The post ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ appeared first on KNews Odisha.

ଏଣିକି ଆଉ କେହି ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ । ଏପରିକି ନିଜ ବାଡିରେ ତାଳ ଗଛ ଥିଲେ ମଧ୍ୟ ଏହାକୁ କାଟିବାକୁ ଅନୁମତି ଆବଶ୍ୟକ । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ । ବଜ୍ରପାତର ମୁକାବିଲା ପାଇଁ ବ୍ୟାପକ ତାଳଗଛ ରୋପଣ ଜରୁରୀ । ଏନେଇ ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳ ଗଛ ରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବନବିଭାଗ । ରାଜ୍ୟର ୫୨ଟି ବନଖଣ୍ଡରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ଏଥିପାଇଁ ସ୍ବତନ୍ତ୍ର ରିଲିଫ କମିସନର ବନବିଭାଗକୁ ନିର୍ଦ୍ଦେଶ ଦେବା ସହ ତାଳଗଛ ରୋପଣ ପାଇଁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ବଜ୍ରପାତଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ଓ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଛି । କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି ।
The post ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ appeared first on KNews Odisha.