ଓଡିଶା ବଜାରରେ ବିକ୍ରୀ ହେଉଛି ନକଲି ସମ୍ବଲପୁରୀ ଶାଢ଼ୀ

ଭୁବନେଶ୍ୱର:ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି ହେଉଛି। ସମ୍ବଲପୁରୀ ଶାଢ଼ୀର ବାନ୍ଧ କଳାର କପି ରାଇଟ ଉଲଂଘନ କରି ବ୍ୟାପକ ଭାବେ ନକଲି ଶାଢ଼ୀ ବିକ୍ରି ହେଉଛି। ରାଜ୍ୟ ସରକାର ମାର୍କେଟରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଢୀ ଉପରେ ନଜର ରଖିଛନ୍ତି। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁରେ କେସ କରିଛନ୍ତି ସରକାର। […]

ଓଡିଶା ବଜାରରେ ବିକ୍ରୀ ହେଉଛି ନକଲି ସମ୍ବଲପୁରୀ ଶାଢ଼ୀ

ଭୁବନେଶ୍ୱର:ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି ହେଉଛି। ସମ୍ବଲପୁରୀ ଶାଢ଼ୀର ବାନ୍ଧ କଳାର କପି ରାଇଟ ଉଲଂଘନ କରି ବ୍ୟାପକ ଭାବେ ନକଲି ଶାଢ଼ୀ ବିକ୍ରି ହେଉଛି। ରାଜ୍ୟ ସରକାର ମାର୍କେଟରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଢୀ ଉପରେ ନଜର ରଖିଛନ୍ତି। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁରେ କେସ କରିଛନ୍ତି ସରକାର।

ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି ଯୋଗୁଁ ବୁଣାକାର ମାନେ ହାତ ବାନ୍ଧି ବସିଛନ୍ତି।ସେମାନଙ୍କ ଦ୍ୱାରା ବୁଣା ହେଉଥିବା ଶାଢୀର ମୂଲ୍ୟ ରହୁ ନାହିଁ। ଫଳରେ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୁଣାକାର ମାନେ। ଯେଉଁ ଅସାଧୁ ବ୍ୟବସାୟୀ ମାନେ ନକଲି ଶାଢ଼ୀ ବଜାରରେ ବିକ୍ରି କରୁଛନ୍ତି ସେହି ବ୍ୟବସାୟୀଙ୍କ ନାଁରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।