ଛାତ୍ରୀ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ
ଚିତ୍ରକୋଣ୍ଡା:ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରସବ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ।୨ ଜଣଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମ୍ୟାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ, ANM କବିତା ପାତ୍ର ନିଲମ୍ବିତ ହୋଇଛନ୍ତି। ସେହିପରି ପ୍ରଧାନ ଶିକ୍ଷକ ଅଜିତ ମାଡ଼କାମିଙ୍କୁ ନିଲମ୍ବନ ପାଇଁ ସୁପାରିସ୍ ହୋଇଛି।ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କରିଥିଲେ ଛାତ୍ରୀ। ଯାହାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଚିତ୍ରକୋଣ୍ଡାରେ ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ […]

ଚିତ୍ରକୋଣ୍ଡା:ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରସବ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ।୨ ଜଣଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମ୍ୟାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ, ANM କବିତା ପାତ୍ର ନିଲମ୍ବିତ ହୋଇଛନ୍ତି। ସେହିପରି ପ୍ରଧାନ ଶିକ୍ଷକ ଅଜିତ ମାଡ଼କାମିଙ୍କୁ ନିଲମ୍ବନ ପାଇଁ ସୁପାରିସ୍ ହୋଇଛି।ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କରିଥିଲେ ଛାତ୍ରୀ। ଯାହାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ଚିତ୍ରକୋଣ୍ଡାରେ ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିଥିବା ସମ୍ପର୍କରେ ସୂଚନା ପାଇ ଚିତ୍ରକୋଣ୍ଡା ପୁଲସି ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲା। ପ୍ରସବ କରିଥିବା ହଷ୍ଟେଲ ଛାତ୍ରୀଙ୍କୁ ବିଦ୍ୟାଳୟରୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପୁଲିସ ମେଡ଼ିକାଲ ପଠାଇଥିଲା। ଏହି ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।