ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ
ଭୁବନେଶ୍ବର ୩୧।୮: ଓଡ଼ିଶା ଉଚ୍ଚନ୍ୟାୟାଳୟରେ ପଡି ରହିଛି ୧,୪୨,୮୫୮ ଗୋଟି ମାମଲା । ବିଗତ ପାଞ୍ଚ ବର୍ଷରେ ମୋଟ୍ ୫୫,୨୦୩ ଗୋଟି ମାମଲା ଫଇସଲା ହୋଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବକେୟା ଥିବା ମାମଲା ଗୁଡିକର ତ୍ବରିତ ସମାଧାନ କରିବା ପାଇଁ ଉଚ୍ଚନ୍ୟାୟାଳୟରେ ବିଚାରପତି ସଂଖ୍ୟାକୁ ବର୍ଦ୍ଧିତ କରାଯିବ ବୋଲି ବିଧାନସଭାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।ରାଜ୍ୟରେ ୧୯୫ ଗୋଟି ବିଚାରପତି ପଦବୀ ଖାଲି ପଡ଼ିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୫୧ଟି ଜିଲ୍ଲା ଜଜ୍, ୨୧ଟି ସିଭିଲ ଜଜ୍ (ସିନିୟର ଡିଭିଜନ), ୧୦୬ ସିଭିଲ ଜଜ୍ (ଜୁନିୟର ଡିଭିଜନ), ୧୭ଟି ସ୍ବତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଏହିପରି ମୋଟ୍ ୧୯୫ଟି ପଦବୀ ଖାଲି ପଡିଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁସାରେ ଖାଲି ଥିବା ପଦବୀଗୁଡିକର ପୂରଣ ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ବିଧାନସଭାର ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।You Can Read:ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଲେ ମେୟର, ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ
ଭୁବନେଶ୍ବର ୩୧।୮: ଓଡ଼ିଶା ଉଚ୍ଚନ୍ୟାୟାଳୟରେ ପଡି ରହିଛି ୧,୪୨,୮୫୮ ଗୋଟି ମାମଲା । ବିଗତ ପାଞ୍ଚ ବର୍ଷରେ ମୋଟ୍ ୫୫,୨୦୩ ଗୋଟି ମାମଲା ଫଇସଲା ହୋଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବକେୟା ଥିବା ମାମଲା ଗୁଡିକର ତ୍ବରିତ ସମାଧାନ କରିବା ପାଇଁ ଉଚ୍ଚନ୍ୟାୟାଳୟରେ ବିଚାରପତି ସଂଖ୍ୟାକୁ ବର୍ଦ୍ଧିତ କରାଯିବ ବୋଲି ବିଧାନସଭାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।
ରାଜ୍ୟରେ ୧୯୫ ଗୋଟି ବିଚାରପତି ପଦବୀ ଖାଲି ପଡ଼ିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୫୧ଟି ଜିଲ୍ଲା ଜଜ୍, ୨୧ଟି ସିଭିଲ ଜଜ୍ (ସିନିୟର ଡିଭିଜନ), ୧୦୬ ସିଭିଲ ଜଜ୍ (ଜୁନିୟର ଡିଭିଜନ), ୧୭ଟି ସ୍ବତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଏହିପରି ମୋଟ୍ ୧୯୫ଟି ପଦବୀ ଖାଲି ପଡିଛି ।
ମାନ୍ୟବର ଉଚ୍ଚନ୍ୟାୟାଳୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁସାରେ ଖାଲି ଥିବା ପଦବୀଗୁଡିକର ପୂରଣ ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ବିଧାନସଭାର ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।
You Can Read: