ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ: ଆଗାମୀ ୨ ଦିନ ସମ୍ପୂର୍ଣ୍ଣ ଅପସରିଯିବ
ଭୁବନେଶ୍ୱର,୧୩।୧୦: ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ତଥା ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, […] The post ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ: ଆଗାମୀ ୨ ଦିନ ସମ୍ପୂର୍ଣ୍ଣ ଅପସରିଯିବ appeared first on Dharitri Odia News.
ଭୁବନେଶ୍ୱର,୧୩।୧୦: ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ତଥା ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ସୋନପୁର, ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଏବଂ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର କିଛି ଅଂଶରୁ ଅପସରି ଯାଇଛି।
ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଭାରତ ମହାସାଗର ମଧ୍ୟମ ଟ୍ରପୋସଫେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହାର ପ୍ରଭାବରେ ଅକ୍ଟୋବର ୧୪ ରେ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।
ତେବେ ବର୍ତମାନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିବା ଆରମ୍ଭ କରିଥିବା ଦେଖୁଇବାକୁ ମିଳିଛି। ଏହି କ୍ରମରେ ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଛତିଶଗଡର କିଛି ଅଂଶ ଏବଂ ଓଡିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ଫେରି ସାରିଛି।
ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ। କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା। ଓଡ଼ିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ନ ଥିବାରୁ ମୌସୁମୀ ଫେରିଯିବ ନେଇ ସୂଚନା ଦେଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି।
The post ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ: ଆଗାମୀ ୨ ଦିନ ସମ୍ପୂର୍ଣ୍ଣ ଅପସରିଯିବ appeared first on Dharitri Odia News.