ଟି୨୦ ବିଶ୍ୱକପ୍ ଖେଳିବ କାନାଡା
ଓଣ୍ଟାରିଓ(କାନାଡା),୨୩ା୬: ଆମେରିକାରେ ଅନୁଷ୍ଠତି କ୍ୱାଲିଫାୟର୍ସରେ ବାହାମାସକୁ ୭ଉଇକେଟରେ ପରାସ୍ତ କରି କାନାଡାର ପୁରୁଷ କ୍ରିକେଟ ଦଳ ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟ ଲାଭ କରିଥିଲା। କାନାଡା ଗତବର୍ଷ ଆମେରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ରେ ମଧ୍ୟ ସ୍ଥାନ ପାଇଥିଲା। ଏହି ଦଳ ବର୍ତ୍ତମାନ ଆସନ୍ତା ଟି୨୦ ଇଭେଣ୍ଟ ଲାଗି ଗତ ଥରର […] The post ଟି୨୦ ବିଶ୍ୱକପ୍ ଖେଳିବ କାନାଡା appeared first on Dharitri Odia News.
ଓଣ୍ଟାରିଓ(କାନାଡା),୨୩ା୬: ଆମେରିକାରେ ଅନୁଷ୍ଠତି କ୍ୱାଲିଫାୟର୍ସରେ ବାହାମାସକୁ ୭ଉଇକେଟରେ ପରାସ୍ତ କରି କାନାଡାର ପୁରୁଷ କ୍ରିକେଟ ଦଳ ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ଦଳ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟ ଲାଭ କରିଥିଲା। କାନାଡା ଗତବର୍ଷ ଆମେରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ରେ ମଧ୍ୟ ସ୍ଥାନ ପାଇଥିଲା। ଏହି ଦଳ ବର୍ତ୍ତମାନ ଆସନ୍ତା ଟି୨୦ ଇଭେଣ୍ଟ ଲାଗି ଗତ ଥରର ଚାମ୍ପିୟନ ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା, ଓ୍ବେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦଳ ସହିତ ଯୋଗଦେଇଛି।
ଆହୁରି ୭ଟି ଦଳ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୟୁରୋପିଆନ କ୍ୱାଲିଫାୟର୍ସ (ଜୁଲାଇ ୫ରୁ ୧୧) ଦୁଇଟି, ଆଫ୍ରିକା କ୍ୱାଲିଫାୟର (ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪) ଦୁଇଟି ଏବଂ ଏସିଆ-ଇଏପି କ୍ୱାଲିଫାୟର (ଅକ୍ଟୋବର ୧ରୁ ୧୭)ରୁ ୩ଟି ଦଳ ଆଞ୍ଚଳିକ କ୍ୱାଲିଫାୟର୍ସ ଯୋଗେ ପୁରୁଷ ଟି୨୦ ବିଶ୍ୱକପ୍ରେ ଅଂଶଗ୍ରହଣ କରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ କୁହାଯାଇଛି।
ସ୍ଥାନୀୟ କିଙ୍ଗ୍ ସିଟି ଅନ୍ତର୍ଗତ ମାପଲ ଲିଫ୍ ନର୍ଥ-ଓ୍ବେଷ୍ଟ ଗ୍ରାଉଣ୍ଡରେ କାନାଡା ଏହାର ଫାଇନାଲ ଗେମ୍ରେ ଟସ୍ ଜିତି ବୋଲିଂ ନେଇଥିଲା। ବାହାମାସ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୧୯.୫ ଓଭରରେ ୫୬ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। କାନାଡାର ପେସ୍-ସ୍ପିନ୍ ଯୋଡ଼ି କଲିମ ସାନା (୩/୬) ଓ ଶିଭମ ଶର୍ମା (୩/୧୬) ଚମତ୍କାର ବୋଲିଂ କରି ମିଳିତ ଭାବେ ୬ ଉଇକେଟ ଅକ୍ତିଆର କରିଥିଲେ। କାନାଡା ମାତ୍ର ୫.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ପ୍ରଭାବୀ ବ୍ୟାଟିଂ ସହ ଦିଲପ୍ରୀତ ବାଜଓ୍ବା ୩୬ ରନ୍ କରି ଅପରାଜିତ ରହିଥିଲେ। ନିକୋଲାସ କିର୍ଟନଙ୍କ ନେତୃତ୍ୱରେ କାନାଡା ୧୧୦ରନରେ ବରମୁଡାକୁ ପରାସ୍ତ କରି ପ୍ରତିଯୋଗିତାରେ ଏହାର ଅଭିଯାନ ଆରମ୍ଭ କରିଥିଲା।
The post ଟି୨୦ ବିଶ୍ୱକପ୍ ଖେଳିବ କାନାଡା appeared first on Dharitri Odia News.