ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ
ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ତ’ ଦୂରର କଥା ସ୍ଥାନୀୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତୁରାରେ ବାଲି ପଶ୍ଚିମବଙ୍ଗକୁ ଚୋରାଚାଲାଣ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଛି। ଭୋଗରାଇ ବ୍ଲକ ର ମୁଖ୍ୟ ଜଳେଶ୍ୱର -ଚନ୍ଦନେଶ୍ୱର-ଦୀଘା ରାଜ୍ୟ ରାଜପଥ ଓ ଅନ୍ୟ ଗଳାବାଟା ରାସ୍ତା ଦେଇ ଦୈନନ୍ଦିନ ଶତାଧିକ […] The post ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ appeared first on Dharitri Odia News.
ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ତ’ ଦୂରର କଥା ସ୍ଥାନୀୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତୁରାରେ ବାଲି ପଶ୍ଚିମବଙ୍ଗକୁ ଚୋରାଚାଲାଣ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଛି। ଭୋଗରାଇ ବ୍ଲକ ର ମୁଖ୍ୟ ଜଳେଶ୍ୱର -ଚନ୍ଦନେଶ୍ୱର-ଦୀଘା ରାଜ୍ୟ ରାଜପଥ ଓ ଅନ୍ୟ ଗଳାବାଟା ରାସ୍ତା ଦେଇ ଦୈନନ୍ଦିନ ଶତାଧିକ ୧୦ ଚକିଆଠୁ ଆରମ୍ଭ କରି ୧୬ ଚକିଆ ଡମ୍ପର ପର୍ଯ୍ୟନ୍ତ ବାଲି ବୋଝେଇ ଗାଡି ଅବାଧରେ ଗଡୁଛି। ଏଭଳି ସ୍ଥିତିରେ ବାଲି ମାଫିଆ ମାନେ ସମୁଦ୍ରକୂଳ ହୁଗୁଳି,ସାହାବାଜିପୁର,ଗୋଚ୍ଛିଦା ତେଘରି ପଞ୍ଚାୟତର ୬ ଟି ରାଜସ୍ବ ଗ୍ରାମ ସରକାରୀ ଖାତାରେ ଥିବା ସୁଉଚ୍ଚ ବାଲି ପନ୍ତାରେ ଜେସିବି ଦ୍ୱାରା ଗଭୀର ପୋଖରୀ ଖୋଳି ବିପୁଳ ପରିମାଣର ବାଲି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି l କୂଳଖାଉଥିବା ସମୁଦ୍ର ପ୍ରାକୃତିକ ଦ୍ୱାରା ସୃଷ୍ଟ ଶହ ବର୍ଷର ପାହାଡ଼ ସଦୃଶ ସୁଉଚ୍ଚ ବାଲିପନ୍ତା ଏବେ ସମତଳ ଭୂମି ଓ ଗଭୀର ପୋଖରୀରେ ପରିଣତ ହେଉଥିବାରୁ ତଟ ସୁରକ୍ଷା ପ୍ରତି ବିପଦ ଦେଖାଦେଇଥିବାବେଳେ ଗଛ ପତ୍ର ଉଜୁଡି ଯିବାରୁ ପରିବେଶ ପ୍ରତି ଗଭୀର ପ୍ରଭାବ ପଡୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରେ ସ୍ଥାନୀୟଲୋକଙ୍କ ଅଭିଯୋଗ ପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନ ମାନଙ୍କରେ ପୂର୍ବରୁ ୧୪୪ ଧାରା ଜାରି କରାଯିବା ସହିତ ବାଲି ଚୋରି ରୋକିବା ପାଇଁ ଖଣି ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି l ଅପରପକ୍ଷରେ ଆଇନକୁ ଉଲଙ୍ଘନ କରି ପୁଣି ଖୁଲମଖୁଲା ସମୁଦ୍ରକୂଳରୁ ବାଲି ଚୋରା ଚାଲାଣ ହେଉଛି। ଏହାସହିତ ଚନ୍ଦନେଶ୍ୱର-ଦୀଘା ମୁଖ୍ୟ ରାସ୍ତାରେ ଦିନରାତି ୧୬ ଚକିଆ ଶହଶହ ଡମ୍ପର ନଦୀ ବାଲି ବୋଝେଇ ଗାଡି ପଶ୍ଚିମବଙ୍ଗକୁ ଯାଉଛି l ଗୁରୁବାର ବରବରିଆ ଗାଁରେ ସରକାରୀ ରାଜସ୍ବ ଖାତାରେ ଥିବା ଗୋଚର ଓ ଅନାବାଦୀ ଓ ଗ୍ରାମ୍ୟ ଜଙ୍ଗଲ କିସମ ଜମିରୁ ଜେସିବି ସାହାଯ୍ୟରେ ମାଟି ଖୋଳି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜେସିବିକୁ ଅଟକାଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ତାଳସାରି ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ବାଲି ମାଫିଆ ଓ ଜେସିବି ଚାଳକ କୌଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତାଳସାରି ସାମୁଦ୍ରିକ ଥାନା ପୋଲିସ ସେଠାକୁ ଯାଇ ଉକ୍ତ ଜେସିବିକୁ ଥାନା ପରିସର ଏକ ବଣ ମଧ୍ୟରେ ଲୁଚାଇ ରଖି ଥିବାର ରହସ୍ୟକୁ ନେଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଘଟଣାର ୩ ଦିନ ବିତିଥିଲେ ମଧ୍ୟ ପୋଲିସ ମାମଲା ଋ଼ଜୁ କରିବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଗ୍ରାମରେ ଅସନ୍ତୋଷ ର ତାତି ବଢ଼ିବାରେ ଲାଗିଛି lଚୋରା ବାଲି ଚାଲାଣ ଓ ଜେସିବି ଜବତକୁ ନେଇଁ ତାଳସାରୀ ମେରାଇନଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିବାବେଳେ ଚୋରାରେ ବାଲି ଉତ୍ତୋଳନ କରୁଥିବା ଜେସିବିକୁ ପୋଲିସ ଛାଡିଦେଲେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ଗଣ ଆନ୍ଦୋଳନ କରାଯିବବୋଲି ଗ୍ରାମବାସୀମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି l
The post ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ appeared first on Dharitri Odia News.