ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ

ନାଇରୋବି,୨।୭:ନୂଆ ଟିକସ ବୃଦ୍ଧି ବିରୋଧରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସପ୍ତାହରେ କେନିଆରେ ବିକ୍ଷୋଭକାରୀମାନେ ଏକ ନୂଆ ରାଉଣ୍ଡ ବିରୋଧ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। କେନିଆ ନ୍ୟାଶନାଲ କମିଶନ ଅଫ ମାନବିକ ଅଧିକାର ରେକର୍ଡ ଅନୁଯାୟୀ, କେନିଆରେ ଦେଶବ୍ୟାପୀ ଟିକସ ଆଇନ ପ୍ରତିବାଦରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬୧ ଜଣ […] The post ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ appeared first on Dharitri Odia News.

ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ

ନାଇରୋବି,୨।୭:ନୂଆ ଟିକସ ବୃଦ୍ଧି ବିରୋଧରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସପ୍ତାହରେ କେନିଆରେ ବିକ୍ଷୋଭକାରୀମାନେ ଏକ ନୂଆ ରାଉଣ୍ଡ ବିରୋଧ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।
କେନିଆ ନ୍ୟାଶନାଲ କମିଶନ ଅଫ ମାନବିକ ଅଧିକାର ରେକର୍ଡ ଅନୁଯାୟୀ, କେନିଆରେ ଦେଶବ୍ୟାପୀ ଟିକସ ଆଇନ ପ୍ରତିବାଦରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬୧ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ୩୨ଟି ନିଖୋଜ ମାମଲା ରୁଜୁ ହୋଇଛି। ଏଥିସହ ୬୨୭ ବିକ୍ଷୋଭକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।
କେନିଆର ଲୋକମାନେ ସରକାରଙ୍କ ଦ୍ୱାରା ନୂତନ ଟିକସ ଲାଗୁ ହେତୁ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନିଆ ଫାଇନାନ୍ସ ବିଲ ୨୦୨୪ ମେ’ ମାସରେ ଉପସ୍ଥାପିତ ହୋଇଥିଲା।

The post ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ appeared first on Dharitri Odia News.