ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍‌ କଳି

ଭୁବନେଶ୍ୱର,୭ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେମାର ସ୍ଥିତି ସୁଧୁରି ଆସୁଥିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡ୍‌ରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ରାମ ଚଳଚ୍ଚିତ୍ରକୁ ପଶ୍ଚିମ ଓଡ଼ିଶାରେ ଚଲାଇ ଦିଆ ନ ଯିବା ଓ ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍‌ରୁ ବାସନ୍ଦ କରାଯିବା ଘଟଣାକୁ ନେଇ ଦୀର୍ଘଦିନ ଧରି କଳି ଲାଗି ରହିଥିଲା। ଏବେ ଆଉଏକ ବିବାଦ ସାମ୍ନାକୁ ଆସିଛି। ଅଭିନେତା ଅନୁଭବ ମହାନ୍ତି ଓ […] The post ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍‌ କଳି appeared first on Dharitri Odia News.

ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍‌ କଳି

ଭୁବନେଶ୍ୱର,୭ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେମାର ସ୍ଥିତି ସୁଧୁରି ଆସୁଥିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡ୍‌ରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ରାମ ଚଳଚ୍ଚିତ୍ରକୁ ପଶ୍ଚିମ ଓଡ଼ିଶାରେ ଚଲାଇ ଦିଆ ନ ଯିବା ଓ ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍‌ରୁ ବାସନ୍ଦ କରାଯିବା ଘଟଣାକୁ ନେଇ ଦୀର୍ଘଦିନ ଧରି କଳି ଲାଗି ରହିଥିଲା। ଏବେ ଆଉଏକ ବିବାଦ ସାମ୍ନାକୁ ଆସିଛି। ଅଭିନେତା ଅନୁଭବ ମହାନ୍ତି ଓ ପ୍ରଯୋଜକ ଟୁଟୁ ନାୟକଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଳି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ଏହି କଳି ଭିତରେ ମନୋଜଙ୍କ ଏଣ୍ଟ୍ରି ବିବାଦର ନୂଆ ମୋଡ଼ ଦେଇଛି। ଫଳରେ ପୂଜା ବଜାରରେ ସିନେମାର ଚର୍ଚ୍ଚା ବଦଳରେ ଓଲିଉଡ୍‌ କଳିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅନୁଭବ ମହାନ୍ତି, ବାବୁସାନ ମହାନ୍ତି ଓ ଅରିନ୍ଦମ ରାୟଙ୍କ ଭଳି ଷ୍ଟାର୍‌ଙ୍କୁ ବ୍ରେକ୍‌ ଦେଇଥିବା ନେଇ ବାରମ୍ବାର ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କହିଆସୁଛନ୍ତି ପ୍ରଯୋଜକ ଟୁଟୁ ନାୟକ। ହେଲେ ଏବେ ଅନୁଭବଙ୍କ ନାଁରେ ଅଭିଯୋଗ ଉଠାଇଛନ୍ତି ଟୁଟୁ। ଅରିନ୍ଦମଙ୍କୁ ଫିଲ୍ମରେ ନ ନେବାକୁ ଅନୁଭବ କହିଥିବା, ଏପରିକି ସେ ନିର୍ଦ୍ଦିଷ୍ଟ ଜଣେ ନିର୍ଦ୍ଦେଶକଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ ବାଧ୍ୟ କରୁଥିଲେ ବୋଲି ଟୁଟୁ କହିଛନ୍ତି। ଏହାର ପ୍ରତି ଉତ୍ତରରେ ଅନୁଭବ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଛାଡ଼ି କହିଛନ୍ତି, ଟୁଟୁ ନାୟକ ମୋ ନାମରେ ଅପପ୍ରଚାର କରୁଛନ୍ତି। ମୁଁ ଆପଣଙ୍କଠୁ ବହୁତ ସାନ। ଆପଣ ନିଜର ସମ୍ମାନ ରକ୍ଷା କରନ୍ତୁ ଭଳି ଅନେକ କଥା କହିଛନ୍ତି। ସେହିପରି ଅନୁଭବ ଓ ଟୁଟୁଙ୍କ କଳି ଭିତରେ ଅଭିନେତା ମନୋଜ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ସେଥିରେ ସେ ଟୁଟୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣ ଓଡ଼ିଆ ସିନେମାର ବ୍ରହ୍ମା ନୁହନ୍ତି। ସବୁ ଷ୍ଟାର୍‌ଙ୍କ ଭିତରେ ନିଜସ୍ବ କ୍ବାଲିଟି ରହିଛି। ଅନୁଭବ ମଧ୍ୟ ବୟାନବାଜିରୁ ଦୂରେଇ ରହିବା ସହ ଷ୍ଟାର୍‌ଙ୍କ ଭିତରେ ଅଯଥା କଳି ନ ଲଗାଇବାକୁ ପରାମର୍ଶ ଦେଇଛନ୍ତି।

The post ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍‌ କଳି appeared first on Dharitri Odia News.