ଶ୍ରୀକ୍ଷେତ୍ରକୁ ଦଣ୍ଡ ମାରି ମାରି ଯାଉଛି ପୁଅ, ତୁଣ୍ଡରେ ଖାଲି ଗୋଟିଏ ନାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ପିପିଲି : ମୋ ପୁଅ କଣ, ଇଏ ଭଗବାନଙ୍କ ପୁଅ । ଦୁଇ ମାସରୁ ତାକୁ ମୁଁ ସେଇ କାଳିଆ ସାଆନ୍ତକୁ ଟେକି ଦେଇଛି । ଯେତେବେଳେ ଡାକ୍ତର ସବୁ ମନା କରିଦେଲେ, ସେତେବେଳେ ଆଉ କିଛି ଉପାୟ ପାଇଲିନି । ପୁଅକୁ ଟେକିଦେଲି ତାଙ୍କରି ଭରଷାରେ । ହଁ ପୁଅକୁ ହୋଇଥିଲା ମାତ୍ର ଦୁଇ ମାସ, ଗୁରୁତର ଅବସ୍ଥାରେ ମେଡିକାଲ ରେ ହେଉଥିଲା ଚିକିତ୍ସା । ସେତେବେଳେ ଡାକ୍ତର କହିଥିଲେ ପୁଅର ଅବସ୍ଥା ଶଙ୍କଟାପନ୍ନ କେବଳ […] The post ଶ୍ରୀକ୍ଷେତ୍ରକୁ ଦଣ୍ଡ ମାରି ମାରି ଯାଉଛି ପୁଅ, ତୁଣ୍ଡରେ ଖାଲି ଗୋଟିଏ ନାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ appeared first on KNews Odisha.

ଶ୍ରୀକ୍ଷେତ୍ରକୁ ଦଣ୍ଡ ମାରି ମାରି ଯାଉଛି ପୁଅ, ତୁଣ୍ଡରେ ଖାଲି ଗୋଟିଏ ନାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
DANDA

ପିପିଲି : ମୋ ପୁଅ କଣ, ଇଏ ଭଗବାନଙ୍କ ପୁଅ । ଦୁଇ ମାସରୁ ତାକୁ ମୁଁ ସେଇ କାଳିଆ ସାଆନ୍ତକୁ ଟେକି ଦେଇଛି । ଯେତେବେଳେ ଡାକ୍ତର ସବୁ ମନା କରିଦେଲେ, ସେତେବେଳେ ଆଉ କିଛି ଉପାୟ ପାଇଲିନି । ପୁଅକୁ ଟେକିଦେଲି ତାଙ୍କରି ଭରଷାରେ । ହଁ ପୁଅକୁ ହୋଇଥିଲା ମାତ୍ର ଦୁଇ ମାସ, ଗୁରୁତର ଅବସ୍ଥାରେ ମେଡିକାଲ ରେ ହେଉଥିଲା ଚିକିତ୍ସା । ସେତେବେଳେ ଡାକ୍ତର କହିଥିଲେ ପୁଅର ଅବସ୍ଥା ଶଙ୍କଟାପନ୍ନ କେବଳ ଭଗବାନ ହିଁ ଭରସା ।

ସେହି ସମୟରେ ମା ମଞ୍ଜୁଲତା ପୁଅ କୁସୁନିଆଙ୍କୁ କଦଳୀ ପତ୍ରରେ ଶୁଆଇ ଦେଇ ଜଗନ୍ନାଥ ମହାପ୍ରଭୁ କାଳିଆକୁ ଟେକି ଦେଇଥିଲେ ମାନସିକ କରି । ଜଗା ମୋ ପୁଅକୁ ଭଲ କରିଦେ, ମୋ ପୁଅ ମୋ ଭଙ୍ଗା କୁଡ଼ିଆରୁ ତୋ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଦଣ୍ଡ ମାରି ମାରି ତୁଣ୍ଡରେ କେବଳ ତୋରି ନାମ ଧରି ତୋ ସିଂଘ ଦୁଆରେ ଦର୍ଶନ କରିବ ।

ଆଜି ପୁଅକୁ ପୂରିଛି ୨୦ ବର୍ଷ, ମାନସିକ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରୁ ଶ୍ରୀ କ୍ଷେତ୍ର ପାଖାପାଖୀ ୮୦ କିଲୋମିଟର । ସେହି ୮୦ କିଲୋମିଟର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ପଡିଛନ୍ତି କୁସୁନିଆଙ୍କ ପରିବାର । ମାନସିକ ପୂରଣ ପାଇଁ ଆଜକୁ ଦୀର୍ଘ ୮ ଦିନ ପୂର୍ବରୁ ବାହାରିଲେଣି ନିଜ ଗାଁରୁ । ସ୍ନାନ ପୂର୍ଣ୍ଣିମାରୁ ସେ ବାହାରିଲେଣି ଦଣ୍ଡ ମାରି ମାରି । ଆଗରେ ବଡ଼ ବାପା ନାରାୟଣ ମଲିକ କାନ୍ଧରେ ଜଗନ୍ନାଥଙ୍କ ପତାକା ଧରି ଯାଉଥିବା ବେଳେ ପଛେ ପଛେ କୁସୁନିଆ ମାରୁଛନ୍ତି ଦଣ୍ଡ । ସାଙ୍ଗରେ ଅଛନ୍ତି ମା ମଞ୍ଜୁଲତା ଓ ମାମୁଁ ପ୍ରମୋଦ ମଲିକ।

ଥକୁନି ମନ କି ହାରୁନି ପାଦ, ତୁଣ୍ଡରେ ସମସ୍ତଙ୍କର ଜଗନ୍ନାଥଙ୍କ ନାମ । ଖାଲି ପାଦରେ ପୁଅ ସାଙ୍ଗରେ ଯାଉଛନ୍ତି ପୁରା ପରିବାର ଶ୍ରୀକ୍ଷେତ୍ରରେ କରିବେ ଜଗନ୍ନାଥଙ୍କୁ ଦର୍ଶନ । ପୂରଣ କରିବେ ମାନସିକ ଜଗା ନିକଟରେ । ବର୍ଷା ଖରା ଦିନ ରାତି କାହାରିକୁ ଖାତିର ନକରି ପଛକୁ ନ ଚାହିଁ ଆଗେଇ ଚାଲିଛି କୁସୁନିଆଁ । ତୁଣ୍ଡରେ ଧରି ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ କରି ଆଗକୁ ଆଗକୁ ମାଡି ଚାଲିଛନ୍ତି । ପାଦ ଫୋଟକା ହୋଇଗଲାଣି ଆଣ୍ଠୁ ଫୁଲିଗଲାଣି ଏପଟେ କିନ୍ତୁ ଅଟକୁନାହିଁ ଦଣ୍ଡ ଜଗା ଦର୍ଶନ ପାଇଁ । ବର୍ତମାନ ୯ ଦିନ ଭିତରେ ୫୦ କିଲୋମିଟର ପୁରୀ ବଳଙ୍ଗା ମୁଖ୍ୟ ରାସ୍ତାରେ ପହଞ୍ଚିଥିବା ବେଳେ ଆହୁରି ୩୦ କିଲୋମିଟର ଯିବାକୁ ପଡିବ ଶ୍ରୀକ୍ଷେତ୍ର ଅଭିମୁଖେ । ସ୍ନାନ ଯାତ୍ରାରୁ ଆରମ୍ଭ ହୋଇଛି କୁସୁନିଆର ଦଣ୍ଡ ଯାତ୍ରା କେବେ ପହଂଜିବ ଶ୍ରୀକ୍ଷେତ୍ର ପୁରୀ କେବେ କରିବ କାଳିଆ ଦର୍ଶନ ଆଉ କେତେ ଦିନ ଲାଗିବ କେବଳ ସେଇ ଜଗନ୍ନାଥ ହିଁ କହିବେ ବୋଲି କହୁଛନ୍ତି ପରିବାର ।

 

The post ଶ୍ରୀକ୍ଷେତ୍ରକୁ ଦଣ୍ଡ ମାରି ମାରି ଯାଉଛି ପୁଅ, ତୁଣ୍ଡରେ ଖାଲି ଗୋଟିଏ ନାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ appeared first on KNews Odisha.