ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ
ଭୁବନେଶ୍ବର : ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଭୁବନେଶ୍ବରରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି । ଚାଷୀଙ୍କୁ ଧାନ କ୍ବିଣ୍ଟାଲକୁ ୩୧ ଶହ ଟଙ୍କା ଦିଆଯାଉଛି। ୧୩ ଆଦିବାସୀ ସମ୍ପ୍ରଦାୟକୁ ଜନଧନ ଯୋଜନାର ଲାଭ ମିଳୁଛି। ଓଡ଼ିଶାର ବିକାଶ ପାଇଁ ଲଗାତାର କାମ […] The post ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ appeared first on KNews Odisha.

ଭୁବନେଶ୍ବର : ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଭୁବନେଶ୍ବରରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି । ଚାଷୀଙ୍କୁ ଧାନ କ୍ବିଣ୍ଟାଲକୁ ୩୧ ଶହ ଟଙ୍କା ଦିଆଯାଉଛି। ୧୩ ଆଦିବାସୀ ସମ୍ପ୍ରଦାୟକୁ ଜନଧନ ଯୋଜନାର ଲାଭ ମିଳୁଛି।
ଓଡ଼ିଶାର ବିକାଶ ପାଇଁ ଲଗାତାର କାମ କରି ଆସୁଛୁ। ଭାରତ ସରକାରରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ବଢ଼ିଛି। ବିକାଶ ପଥରେ ଆଗେଇ ଚାଲିବ ଓଡ଼ିଶା। ଏପଟେ କେନ୍ଦ୍ରରେ ବିରୋଧୀ କ୍ଷମତା ଲୋଭୀ କହି ମୋଦି ଟାର୍ଗେଟ କରିଛନ୍ତି। ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ ବୋଲି ପିଏମ କହିଛନ୍ତି।
ସେହିପରି ଓଡ଼ିଶାକୁ ନୂଆ ଉଦ୍ୟୋଗ ଆସିବାର ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ଓଡ଼ିଶା ଯୁବ ସମାଜକୁ ରୋଜଗାର ମିଳିବ। ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା କଥା ବି କହିଥିଲେ ପ୍ରଧାନମନ୍ତ୍ରୀ। ପ୍ରତି କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ବିକାଶ ହୋଇଥିବା କହିଛନ୍ତି ମୋଦି। ୭୫ ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି । ଆସନ୍ତା ୪ ତାରିଖରେ ପୁରୀରେ ନୌସେନା ଦିବସ ପାଳନ ହେବ ।
The post ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ appeared first on KNews Odisha.