ବାପାର ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର
ଭଦ୍ରକ (କେନ୍ୟୁଜ୍): ବାପା ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଘରୋଇ କଳହକୁ କେନ୍ଦ୍ର କରି ବାପା ପୁଅ ହଣାହଣି । ପୁଅ ମୃତ ବାପା ଗୁରୁତର । ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏନେଇ ମେଡିକାଲ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା । ସୁଚନା ମୁତାବିକ୍, ମଧ୍ୟାହ୍ନ ସମୟରେ ଖାଇବାକୁ ବସିଥିଲେ ମାଧବ ବାରିକ ଓ ତାଙ୍କର ୩୬ […] The post ବାପାର ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର appeared first on KNews Odisha.

ଭଦ୍ରକ (କେନ୍ୟୁଜ୍): ବାପା ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଘରୋଇ କଳହକୁ କେନ୍ଦ୍ର କରି ବାପା ପୁଅ ହଣାହଣି । ପୁଅ ମୃତ ବାପା ଗୁରୁତର । ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏନେଇ ମେଡିକାଲ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା ।
ସୁଚନା ମୁତାବିକ୍, ମଧ୍ୟାହ୍ନ ସମୟରେ ଖାଇବାକୁ ବସିଥିଲେ ମାଧବ ବାରିକ ଓ ତାଙ୍କର ୩୬ ବର୍ଷୀୟ ପୁଅ ଶଙ୍କର୍ଷଣ ବାରିକ। ସେହି ସମୟରେ କୌଣସି କଥାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରସ୍ପରକୁ ଆକ୍ରମଣ କରିବା ପାଇଁ ଘରୁ ଭୁଜାଲି କାଢ଼ି ଆଣିଥିଲେ। ପରସ୍ପରକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିଲା ବେଳେ ମାଧବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଶଙ୍କର୍ଷଣକୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
The post ବାପାର ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର appeared first on KNews Odisha.