ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ

ପାରାଦୀପ,୧୦।୧୨: ବାଂଲାଦେଶରେ ଏବେ କ୍ଷମତା ସଙ୍କଟ ଚାଲିଥିବା ବେଳେ ଭାରତ ସହିତ ମଧ୍ୟ ସମ୍ପର୍କ ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ଦୁଇ ବାଂଲାଦେଶୀ ମାଛଧରା ବୋଟ୍ ରେ ୭୮ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ବନ୍ଦୀମାନଙ୍କୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜରେ ପାରାଦୀପ ବନ୍ଦରକୁ ଅଣାଯାଉଛି। କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା […] The post ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ appeared first on Dharitri Odia News.

ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ

ପାରାଦୀପ,୧୦।୧୨: ବାଂଲାଦେଶରେ ଏବେ କ୍ଷମତା ସଙ୍କଟ ଚାଲିଥିବା ବେଳେ ଭାରତ ସହିତ ମଧ୍ୟ ସମ୍ପର୍କ ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଅଟକ ରଖାଯାଇଛି।

ସୂଚନା ଅନୁସାରେ ଦୁଇ ବାଂଲାଦେଶୀ ମାଛଧରା ବୋଟ୍ ରେ ୭୮ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ବନ୍ଦୀମାନଙ୍କୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜରେ ପାରାଦୀପ ବନ୍ଦରକୁ ଅଣାଯାଉଛି। କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ମେରାଇନ ପୋଲିସକୁ ହସ୍ତାନ୍ତର କରିବ।

The post ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ appeared first on Dharitri Odia News.