ସଂଗୀତ ପରେ ରାଜନୀତିରେ କ୍ୟାରିୟର ଆରମ୍ଭ କଲେ କଣ୍ଠଶିଳ୍ପୀ, ବିଜେପିରେ ସାମିଲ ହେଲେ ଅନୁରାଧା ପୋଡୱାଲ
ନୂଆଦିଲ୍ଲୀ ୧୬/୦୩: ଆଜିଠୁ ନୂଆ ଜୀବନ ଆରମ୍ଭ କଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପୋଡୱାଲ । ସଂଗୀତ ପରେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏହି ନାମିଦାମୀ କଣ୍ଠଶିଳ୍ପୀ । ଅର୍ଥାତ୍ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତିି ଅନୁରାଧ । ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । #WATCH | Delhi | On joining BJP, singer Anuradha Paudwal says, "I am happy that I am joining the government which has a deep connection with Sanatan (Dharma). It is my good fortune that I am joining BJP today." pic.twitter.com/oeF82icr6a— ANI (@ANI) March 16, 2024ସୂଚନା ଥାଉକି, ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । କହିବାକୁ ଅନୁରାଧା ପୋଡୱାଲ ବଲିଉଡର ଜଣେ ସୁନାମଧନ୍ୟ ଗାୟୀକା । #WATCH | Famous singer Anuradha Paudwal joins the Bharatiya Janata Party in DelhiOn being asked if she will contest the Lok Sabha election
ନୂଆଦିଲ୍ଲୀ ୧୬/୦୩: ଆଜିଠୁ ନୂଆ ଜୀବନ ଆରମ୍ଭ କଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପୋଡୱାଲ । ସଂଗୀତ ପରେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏହି ନାମିଦାମୀ କଣ୍ଠଶିଳ୍ପୀ । ଅର୍ଥାତ୍ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତିି ଅନୁରାଧ । ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
#WATCH | Delhi | On joining BJP, singer Anuradha Paudwal says, "I am happy that I am joining the government which has a deep connection with Sanatan (Dharma). It is my good fortune that I am joining BJP today." pic.twitter.com/oeF82icr6a— ANI (@ANI) March 16, 2024
ସୂଚନା ଥାଉକି, ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । କହିବାକୁ ଅନୁରାଧା ପୋଡୱାଲ ବଲିଉଡର ଜଣେ ସୁନାମଧନ୍ୟ ଗାୟୀକା ।
#WATCH | Famous singer Anuradha Paudwal joins the Bharatiya Janata Party in Delhi
On being asked if she will contest the Lok Sabha elections, she says, "I don't know yet, whatever suggestion they give me..." pic.twitter.com/91DCDia7Ca— ANI (@ANI) March 16, 2024
୯୦ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ ଅନୁରାଧା । କେବଳ ଭଜନ ନୁହେଁ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅନୁରାଧା । ଏବେ ସେ ୬୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୬୯ ମସିହାରେ ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ । ଅରୁଣ ପଡୱାଲ ଏସଡି ବର୍ମନଙ୍କ ନିକଟରେ ସହଯୋଗୀ ସଂଗୀତ ସଂଯୋଜକ ଭାବେ କାମ କରୁଥିଲେ । ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ । ହେଲେ କିଛି ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୯୯୧ ମସିହାରେ ଅରୁଣ ପଡୱାଲଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି ।