ପ୍ରିୟଙ୍କା ବାରଣାସୀରୁ ଲଢିଥିଲେ ଲୋକସଭା ନିର୍ବାଚନ ହାରି ଯାଇଥାନ୍ତେ ମୋଦି: ରାହୁଲ ଗାନ୍ଧି

ରାୟବରେଲୀ ୧୧।୬: ଲୋକସଭା ନିର୍ବାଚନରେ କଂଗ୍ରେସର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ପାର୍ଟି ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରା ମଙ୍ଗଳବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ୟୁପି ରାୟବରେଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ‘କାର୍ଯ୍ୟକର୍ତ୍ତା ଆଭାର ସମାରୋହ’ରେ କହିଛନ୍ତି ଯେ ଆମେଥି ଓ ରାୟବରେଲୀ ଜନତାଙ୍କୁ ମୋ ହୃଦୟରୁ ଧନ୍ୟବାଦ ଜଣାଉଛି। ୟୁପି ଲୋକସଭା ନିର୍ବାଚନରେ ମିଳିଥିବା ପରିଣାମ ଆଧାରରେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ସେମାନେ ଅଯୋଧ୍ୟା ଆସନ ମଧ୍ୟ ହରାଇଛନ୍ତି। ରାହୁଲ କହିଛନ୍ତି ଯେ କେବଳ ଅଯୋଧ୍ୟା ନୁହେଁ ବାରଣାସୀରେ ମଧ୍ୟ ପରାଜୟରୁ ଅଳ୍ପକେ ବର୍ତ୍ତିଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରିୟଙ୍କା ବାରଣାସୀ ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ୨ରୁ ୩ଲକ୍ଷ ଭୋଟରେ ହାରିଥାନ୍ତେ। ଏଥି ପାଇଁ ରାହୁଲ ଗାନ୍ଧି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଆପଣଙ୍କ ପରିଶ୍ରମ ଲାଗି ହିଁ କଂଗ୍ରେସର ବିଜୟ ହୋଇଛି। ରାହୁଲ କହିଛନ୍ତି ଯେ କଂଗ୍ରେସ ପାର୍ଟି ରାୟବରେଲୀ, ଆମେଥି, ଉତ୍ତରପ୍ରଦେଶ ଓ ସାରା ଦେଶରେ ଏକ ହୋଇ ଲଢିଛି। ଏଣୁ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ରାହୁଲ ଗାନ୍ଧି ଧନ୍ୟବାଦ ଜଣାଇଛନ୍ତି। ରାହୁଲ କହିଛନ୍ତି ଯେ ପ୍ରଥମେ ହେଉଥିବା ମେଣ୍ଟରେ ଅଭିଯୋଗ ହେଉଥିଲା, ହେଲେ ଏଥର ପ୍ରଥମ ଥର ସମସ୍ତେ ଏକ ହୋଇ ଲଢିଥିଲେ। ତାମିଲନାଡୁ, ରାଜସ୍ଥାନ, ମଣିପୁର,

ପ୍ରିୟଙ୍କା ବାରଣାସୀରୁ ଲଢିଥିଲେ ଲୋକସଭା ନିର୍ବାଚନ ହାରି ଯାଇଥାନ୍ତେ ମୋଦି: ରାହୁଲ ଗାନ୍ଧି

ରାୟବରେଲୀ ୧୧।୬: ଲୋକସଭା ନିର୍ବାଚନରେ କଂଗ୍ରେସର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ପାର୍ଟି ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରା ମଙ୍ଗଳବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ୟୁପି ରାୟବରେଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ‘କାର୍ଯ୍ୟକର୍ତ୍ତା ଆଭାର ସମାରୋହ’ରେ କହିଛନ୍ତି ଯେ ଆମେଥି ଓ ରାୟବରେଲୀ ଜନତାଙ୍କୁ ମୋ ହୃଦୟରୁ ଧନ୍ୟବାଦ ଜଣାଉଛି। ୟୁପି ଲୋକସଭା ନିର୍ବାଚନରେ ମିଳିଥିବା ପରିଣାମ ଆଧାରରେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ସେମାନେ ଅଯୋଧ୍ୟା ଆସନ ମଧ୍ୟ ହରାଇଛନ୍ତି। 

ରାହୁଲ କହିଛନ୍ତି ଯେ କେବଳ ଅଯୋଧ୍ୟା ନୁହେଁ ବାରଣାସୀରେ ମଧ୍ୟ ପରାଜୟରୁ ଅଳ୍ପକେ ବର୍ତ୍ତିଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରିୟଙ୍କା ବାରଣାସୀ ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ୨ରୁ ୩ଲକ୍ଷ ଭୋଟରେ ହାରିଥାନ୍ତେ। ଏଥି ପାଇଁ ରାହୁଲ ଗାନ୍ଧି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଆପଣଙ୍କ ପରିଶ୍ରମ ଲାଗି ହିଁ କଂଗ୍ରେସର ବିଜୟ ହୋଇଛି। ରାହୁଲ କହିଛନ୍ତି ଯେ କଂଗ୍ରେସ ପାର୍ଟି ରାୟବରେଲୀ, ଆମେଥି, ଉତ୍ତରପ୍ରଦେଶ ଓ ସାରା ଦେଶରେ ଏକ ହୋଇ ଲଢିଛି। ଏଣୁ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ରାହୁଲ ଗାନ୍ଧି ଧନ୍ୟବାଦ ଜଣାଇଛନ୍ତି। 

ରାହୁଲ କହିଛନ୍ତି ଯେ ପ୍ରଥମେ ହେଉଥିବା ମେଣ୍ଟରେ ଅଭିଯୋଗ ହେଉଥିଲା, ହେଲେ ଏଥର ପ୍ରଥମ ଥର ସମସ୍ତେ ଏକ ହୋଇ ଲଢିଥିଲେ। ତାମିଲନାଡୁ, ରାଜସ୍ଥାନ, ମଣିପୁର, ତେଲେଙ୍ଗାନା ସମେତ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ସମସ୍ତେ ଏକ ହୋଇଯାଇଥିଲେ। ଏହାର କାରଣ ହେଉଛି ସମସ୍ତେ ବୁଝି ଯାଇଥିଲେ ଯେ ନରେନ୍ଦ୍ର ମୋଦି ଓ ଅମିତ ଶାହ ସମ୍ବିଧାନକୁ ସମାପ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସେହିପରି ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଘୃଣାର ରାଜନୀତି କରୁଥିଲେ ଓ ୟୁପିର ଜନତା ଘୃଣା ଓ ହିଂସା ବିରୋଧରେ ଭୋଟ ଦେଇଛନ୍ତି।

ତେବେ ଆମର କାମ ସରିଯାଇଛି ବୋଲି ଏବେ କହିପାରିବା ନାହିଁ, ଏବେ ତ ଆମର କାମ ଆରମ୍ଭ ହୋଇଛି। ରାହୁଲ କହିଛନ୍ତି ଯେ ୟୁପି ଯେଉଁ ବାର୍ତ୍ତା ଦେଇଛି ତାହା ହେଉଛି ରାଜ୍ୟରେ ଲୋକେ ସପା ଓ କଂଗ୍ରେସ ପାର୍ଟିକୁ ଚାହୁଁଛନ୍ତି। ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କୁ ଉଚିତ ଜବାବ ଦେଇଛନ୍ତି। ଆମେ ବିପକ୍ଷରେ ବସିବୁ ସତ, ହେଲେ ଅଗ୍ନିବୀର ଯୋଜନା କିପରି ବନ୍ଦ ହେବ ଏହା ଆମ ଉଦ୍ୟମ ରହିବ।