ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି; କମିଶନରେଟ୍ ପୋଲିସର କାର୍କେଡ୍ ରିହର୍ସାଲ୍
ଭୁବନେଶ୍ବର ୦୫/୦୫: ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ । ଏହା ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶନିବାର ରାତି ସାଢ଼େ ୮ଟାରେ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ୍ ହୋଇଛି । ରିହର୍ସାଲ ସମୟରେ ୨୮ ଗାଡି ବ୍ୟବହାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଯିବା ବେଳେ ପ୍ରଥମେ ୱାର୍ଣ୍ଣିଂ କାର, ତାପରେ ଟେକ୍ନୋ କାର ବା ଜାମର୍, ପାଇଲ୍ଟ କାର୍, ଭିଆଇପି କାର୍, ଏସ୍କର୍ଟ ୱାନ୍ରେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ସୁରକ୍ଷାକର୍ମୀ, ଏସ୍କର୍ଟ ଟୁରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ, ତା’ପଛରେ କାର୍ ୱାନ୍, କାର୍ ଟୁ, କାର୍ ଥ୍ରି.... ଏହିପରି କାର୍ ରହିବ । ଏସବୁ ଗାଡିରେ ପ୍ରଧାନମନ୍ତ୍ରୀଙ୍କ ପିଅନ, ପ୍ରଶାସନିକ ଅଧିକାରୀ, ଫଟୋଗ୍ରାଫର ଯିବାର ବ୍ୟବସ୍ଥା ରହିଛି । ତା’ପଛକୁ ପଛ ଆମ୍ୱୁଲାନ୍ସ, ଅଗ୍ନିଶମ ଗାଡି, ସ୍ପେୟାର କାର୍ ଯିବ । ପ୍ରଧାନମନ୍ତ୍ରୀଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ବକ୍ସ୍ ପାର୍ଟନ୍ ସିକ୍ୟୁରିଟିରେ ନିଆଯିବ । ପ୍ରଧାନମନ୍ତ୍ରୀଙ୍କ କାରର୍ ଆଗପଛରେ ଓ ଡାହାଣବାମ ପଟେ କାର୍ ବ୍ୟବସ୍ଥାକୁ ବକ୍ସ ପାର୍ଟନ୍ ସିକ୍ୟୁରିଟି କୁହାଯାଏ । ଆସନ୍ତା ସପ୍ତାହରେ ମଧ୍ୟ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ଓ ୧୧ ତାରିଖରେ ତାଙ୍କର ଓଡ଼ିଶାରେ କାର୍ଯ୍ୟକ
ଭୁବନେଶ୍ବର ୦୫/୦୫: ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ । ଏହା ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶନିବାର ରାତି ସାଢ଼େ ୮ଟାରେ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ୍ ହୋଇଛି । ରିହର୍ସାଲ ସମୟରେ ୨୮ ଗାଡି ବ୍ୟବହାର କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଯିବା ବେଳେ ପ୍ରଥମେ ୱାର୍ଣ୍ଣିଂ କାର, ତାପରେ ଟେକ୍ନୋ କାର ବା ଜାମର୍, ପାଇଲ୍ଟ କାର୍, ଭିଆଇପି କାର୍, ଏସ୍କର୍ଟ ୱାନ୍ରେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ସୁରକ୍ଷାକର୍ମୀ, ଏସ୍କର୍ଟ ଟୁରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ, ତା’ପଛରେ କାର୍ ୱାନ୍, କାର୍ ଟୁ, କାର୍ ଥ୍ରି.... ଏହିପରି କାର୍ ରହିବ । ଏସବୁ ଗାଡିରେ ପ୍ରଧାନମନ୍ତ୍ରୀଙ୍କ ପିଅନ, ପ୍ରଶାସନିକ ଅଧିକାରୀ, ଫଟୋଗ୍ରାଫର ଯିବାର ବ୍ୟବସ୍ଥା ରହିଛି । ତା’ପଛକୁ ପଛ ଆମ୍ୱୁଲାନ୍ସ, ଅଗ୍ନିଶମ ଗାଡି, ସ୍ପେୟାର କାର୍ ଯିବ । ପ୍ରଧାନମନ୍ତ୍ରୀଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ବକ୍ସ୍ ପାର୍ଟନ୍ ସିକ୍ୟୁରିଟିରେ ନିଆଯିବ । ପ୍ରଧାନମନ୍ତ୍ରୀଙ୍କ କାରର୍ ଆଗପଛରେ ଓ ଡାହାଣବାମ ପଟେ କାର୍ ବ୍ୟବସ୍ଥାକୁ ବକ୍ସ ପାର୍ଟନ୍ ସିକ୍ୟୁରିଟି କୁହାଯାଏ ।
ଆସନ୍ତା ସପ୍ତାହରେ ମଧ୍ୟ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ଓ ୧୧ ତାରିଖରେ ତାଙ୍କର ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି। ୧୦ ତାରିଖରେ ସେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ । ଏଥିପାଇଁ ରାଜଭବନରେ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ନେଇ ଓଡ଼ିଶା ପୁଲିସର ଅଧିକାରୀମାନେ ସମୀକ୍ଷା କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; କମିଶନରେଟ୍ ପୋଲିସର କାର୍କେଡ୍ ରିହର୍ସାଲ୍