କୋହଲି ନୁହନ୍ତି, ମଇଦାନରେ ଟିମ୍ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ…
ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍ ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଦଳରେ ଗଣା ହୋଇଥାନ୍ତି। ଯେବେ ବି ଏହି ଦୁଇ ଦଳ ମୁହାଁମୁହିଁ ହୋଇଥାନ୍ତି, ଜବରଦସ୍ତ କ୍ରିକେଟ ସହ ସ୍ଲେଜିଂ ଚର୍ଚ୍ଚାରେ ରହିଥାଏ। ଅଷ୍ଟ୍ରେଲିଆର କିଛି ଖେଳାଳି ସ୍ଲେଜିଂ କରିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏହି ମାମଲାରେ ଭାରତୀୟ ଖେଳାଳି ବି ପଛରେ ନାହାନ୍ତି। ମଇଦାନରେ ବିରାଟ କୋହଲି ସବୁଠାରୁ […] The post କୋହଲି ନୁହନ୍ତି, ମଇଦାନରେ ଟିମ୍ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ… appeared first on Dharitri Odia News.
ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍ ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଦଳରେ ଗଣା ହୋଇଥାନ୍ତି। ଯେବେ ବି ଏହି ଦୁଇ ଦଳ ମୁହାଁମୁହିଁ ହୋଇଥାନ୍ତି, ଜବରଦସ୍ତ କ୍ରିକେଟ ସହ ସ୍ଲେଜିଂ ଚର୍ଚ୍ଚାରେ ରହିଥାଏ।
ଅଷ୍ଟ୍ରେଲିଆର କିଛି ଖେଳାଳି ସ୍ଲେଜିଂ କରିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏହି ମାମଲାରେ ଭାରତୀୟ ଖେଳାଳି ବି ପଛରେ ନାହାନ୍ତି। ମଇଦାନରେ ବିରାଟ କୋହଲି ସବୁଠାରୁ ଅଧିକ ଆକ୍ରାମକ ନଜର ଆସିଥାନ୍ତି। ମାତ୍ର ଅଷ୍ଟ୍ରେଲିଆ ଖେଳାଳି ଏହା ଭାବନ୍ତି ନାହିଁ।
ଷ୍ଟାର ସ୍ପୋଟ୍ସ ଦ୍ୱାରା ଜାରି ଏକ ଭିଡିଓରେ ଅଷ୍ଟ୍ରେଲିୟ ଖେଳାଳି(ମିଚେଲ ଷ୍ଟାର୍କ, ଜୋଶ ହାଜଲଉଡ୍, ନାଥାନ ଲିଅନ୍, ପ୍ୟାଟ କମିନ୍,ଉସମାନ ଖ୍ବାଜା, ଟ୍ରାଭିସ ହେଡ୍) ପ୍ରମୁଖ ଏକତ୍ର ଋଷଭ ପନ୍ତଙ୍କ ନାମ ନେଇଥିଲେ। ୨୦୧୮ରେ ଭାରତ-ଅଷ୍ଟ୍ରେଲିଆ ଗସ୍ତ ସମୟରେ ପନ୍ତ ଟିମ୍ ପେନ୍ଙ୍କ ସହ ନିଜର ମଜାଳିଆ ବାର୍ତ୍ତାଳାପ ସହ କ୍ରୀଡା ପ୍ରଶଂସକଙ୍କ ହୃଦୟ ଜିତିଥିଲେ।
ଅପରପକ୍ଷେ ଭିଡିଓରେ ପନ୍ତ କହିଛନ୍ତି ଯେ, ସେ କୌଣସି ଯୋଜନା କରି ସ୍ଲେଜିଂ କରି ନ ଥାନ୍ତି। ଯଦି କେହି ଏଭଳି କରିଥାଏ ତେବେ ଭଲ ଲାଗେନାହିଁ,ଏଣୁ ମୁଁ ବିନମ୍ରତା ସହ ସ୍ଲେଜିଂ କରେ। ଏହାଛଡ଼ା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ସ୍ଲେଜିଂ ଯୋଗେ ଜାଣିଥିଲେ ବୋଲି ସେ କହିଥିଲେ। ତେବେ ଆଗାମୀ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପନ୍ତ ଖେଳୁଥିବା ନଜର ଆସିବେ।
“Main (sledging) pyaar se karta hu!”
![]()
Never change, @RishabhPant17
Once again, wishing you a Pant-astic year ahead!
![]()
See him soon in the #ToughestRivalry! #AUSvINDOnStar, starts NOV 22! pic.twitter.com/TIbRLQoTH3
— Star Sports (@StarSportsIndia) October 4, 2024
The post କୋହଲି ନୁହନ୍ତି, ମଇଦାନରେ ଟିମ୍ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ… appeared first on Dharitri Odia News.
Once again, wishing you a Pant-astic year ahead!