ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍: ଡ୍ରାଇଭର୍ ଜୀବନ୍ତ ଦଗ୍ଧ
ଭବାନୀପାଟଣା/କେସିଙ୍ଗା,୨୮।୧୨(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ କୋଇଲା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଟ୍ରକ ନିଆଁ ଲାଗି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ରାତିରୁ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତିରୁ ଅଟକି ଥିଲା। ଡ୍ରାଇଭର ଓ ହେଲାପର ରାନ୍ଧି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା […] The post ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍: ଡ୍ରାଇଭର୍ ଜୀବନ୍ତ ଦଗ୍ଧ appeared first on Dharitri Odia News.
ଭବାନୀପାଟଣା/କେସିଙ୍ଗା,୨୮।୧୨(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ କୋଇଲା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଟ୍ରକ ନିଆଁ ଲାଗି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗତ ରାତିରୁ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତିରୁ ଅଟକି ଥିଲା। ଡ୍ରାଇଭର ଓ ହେଲାପର ରାନ୍ଧି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା ବେଳେ ଏକ କୋଇଲା ଟ୍ରକ ପଛ ପଟୁ ଧକ୍କା ଦେବାରୁ ନିଆ ଲାଗିଯାଇଥିଲା। ଫଳରେ ଶୋଇଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବାବେଳେ। ଅନ୍ୟ କୋଇଲା ଗାଡିର ଡ୍ରାଇଭର ହେଲପର ଫେରାର ଅଛନ୍ତି। ସ୍ଥାନୀୟ ନାସିଗାର ପୂର୍ବତନ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭାଇଥିଲେ।
The post ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍: ଡ୍ରାଇଭର୍ ଜୀବନ୍ତ ଦଗ୍ଧ appeared first on Dharitri Odia News.