ବିଶ୍ୱକପ୍ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୩୫ ବର୍ଷୀୟ ଲାକ୍ରା ମୁଖ୍ୟ କୋଚ୍ ତଥା କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ନେତୃତ୍ୱାଧୀନ କୋଚିଂ ଦଳରେ କାମ କରିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଜୁନିୟର ପୁରୁଷ ଦଳର ସଦସ୍ୟ ହେବା ସମ୍ମାନର […] The post ବିଶ୍ୱକପ୍ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୩୫ ବର୍ଷୀୟ ଲାକ୍ରା ମୁଖ୍ୟ କୋଚ୍ ତଥା କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ନେତୃତ୍ୱାଧୀନ କୋଚିଂ ଦଳରେ କାମ କରିବେ।
ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଜୁନିୟର ପୁରୁଷ ଦଳର ସଦସ୍ୟ ହେବା ସମ୍ମାନର ବିଷୟ। ଭାରତୀୟ ଜର୍ସି ପିନ୍ଧିବା ପାଇଁ କ’ଣ କ’ଣ ଦରକାର ମୋତେ ତାହା ଜଣାଅଛି। ଏବେ ମୁଁ ନୂଆ ପିଢ଼ିର ଖେଳାଳିଙ୍କୁ ବଡ଼ ଟୁର୍ନାମେଣ୍ଟ ଲାଗି ପ୍ରସ୍ତୁତ ହେବାରେ ସାହାଯ୍ୟ କରିବାକୁ ଯାଉଛି। ମୋ ଦୀର୍ଘ ଦିନର ସାଥି ଖେଳାଳି ଓ ପ୍ରେରଣା ଶ୍ରୀଜେଶଙ୍କ ସହ କାମ କରିବା ଏକ କୌତୁହଳପୂର୍ଣ୍ଣ ଚ୍ୟାଲେଞ୍ଜ। ଆମେ ଏକ ଭୟମୁକ୍ତ ଏବଂ ଭଲ ଭାବେ ପ୍ରସ୍ତୁତ ଥିବା ଦଳ ଗଠନ କରିବା ପାଇଁ ପ୍ରତିବଦ୍ଧ ବୋଲି ଲାକ୍ରା କହିଛନ୍ତି।
ଭାରତୀୟ ଦଳର ଡିଫେନ୍ସ ଭାଗକୁ ସୁଦୃଢ଼ କରିବା ଲାକ୍ରାଙ୍କ ମୁଖ୍ୟ ଦାୟିତ୍ୱ ହେବ। ଆସନ୍ତା ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମଦୁରାଇଠାରେ ଜୁନିୟର ହକି ବିଶ୍ୱକପ୍ ଖେଳାଯିବ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ଭାରତ ପାଇଁ ପଦାର୍ପଣ କରିଥିବା ଲାକ୍ରା ଖୁବ ଶୀଘ୍ର ଦଳର ସବୁଠୁ ନିର୍ଭରଯୋଗ୍ୟ ଡିଫେଣ୍ଡର ପାଲଟି ଯାଇଥିଲେ। ସେ ଭାରତକୁ ୨୦୧୨ ଲଣ୍ଡନ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲା।
The post ବିଶ୍ୱକପ୍ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ appeared first on Dharitri Odia News.