ମୋଦୀ ସରକାର ୩.୦ରେ ସାମିଲ ମହିଳା ମନ୍ତ୍ରୀଙ୍କୁ କେଉଁ-କେଉଁ ବିଭାଗ ? ଜାଣନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇଛି । ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଅନେକ ମନ୍ତ୍ରୀଙ୍କୁ ସେମାନଙ୍କ ପୁରୁଣା ବିଭାଗ ମିଳିଛି । ଅନ୍ୟପଟେ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇଛି । ପିଏମ୍ ମୋଦୀଙ୍କ ସମେତ ରବିବାର ମୋଟ ୭୨ ସାଂସଦ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଏଥିରେ ୭ ଜଣ ମହିଳା ସାଂସଦ ସାମିଲ ଅଛନ୍ତି । ତେବେ ଆସନ୍ତୁ ଜାଣିବା ମୋଦୀ କ୍ୟାବିନେଟ ୩.୦ରେ ସାମିଲ ଏହି ମହିଳା ମନ୍ତ୍ରୀଙ୍କୁ କେଉଁ କେଉଁ ବିଭାଗ ମିଳିଛି ।ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଣାଳୟଅନ୍ନପୂର୍ଣ୍ଣା ଦେବୀ-ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀଶୋଭା କରନ୍ଦଲାଜେ- ଏମଏସଏମଇ (ରାଷ୍ଟ୍ର ମନ୍ତ୍ରୀ), ଶ୍ରମ ଏବଂ ରୋଜଗାର (ରାଷ୍ଟ୍ର ମନ୍ତ୍ରୀ)ସାବିତ୍ରୀ ଠାକୁର-ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀନୀମୁବେନ ବାମ୍ଭାନିଆ- ଖାଉଟି ମାମଲା ଏବଂ ସାର୍ବଜାନୀନ ବିତରଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀରକ୍ଷା ଖଡସେ-ଯୁବ ଏବଂ ଖେଳ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀଉଲ୍ଲେଖଯୋଗ୍ୟ ଯେ ମୋଦୀ ୩.୦ କ୍ୟାବିନେଟରେ ସାମିଲ ମୋଟ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ୨୫ ଜଣ ଏବଂ ସହଯୋଗୀ ଦଳଙ୍କ ୫ ଜଣ ଅଛନ୍ତି । ଅନ୍ୟପଟେ ସ୍ୱତନ୍ତ୍ର ପ୍ରଭାର ସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇଛି । ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଅନେକ ମନ୍ତ୍ରୀଙ୍କୁ ସେମାନଙ୍କ ପୁରୁଣା ବିଭାଗ ମିଳିଛି । ଅନ୍ୟପଟେ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇଛି । ପିଏମ୍ ମୋଦୀଙ୍କ ସମେତ ରବିବାର ମୋଟ ୭୨ ସାଂସଦ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଏଥିରେ ୭ ଜଣ ମହିଳା ସାଂସଦ ସାମିଲ ଅଛନ୍ତି । ତେବେ ଆସନ୍ତୁ ଜାଣିବା ମୋଦୀ କ୍ୟାବିନେଟ ୩.୦ରେ ସାମିଲ ଏହି ମହିଳା ମନ୍ତ୍ରୀଙ୍କୁ କେଉଁ କେଉଁ ବିଭାଗ ମିଳିଛି ।
- ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଣାଳୟ
- ଅନ୍ନପୂର୍ଣ୍ଣା ଦେବୀ-ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
- ଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀ
- ଶୋଭା କରନ୍ଦଲାଜେ- ଏମଏସଏମଇ (ରାଷ୍ଟ୍ର ମନ୍ତ୍ରୀ), ଶ୍ରମ ଏବଂ ରୋଜଗାର (ରାଷ୍ଟ୍ର ମନ୍ତ୍ରୀ)
- ସାବିତ୍ରୀ ଠାକୁର-ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀ
- ନୀମୁବେନ ବାମ୍ଭାନିଆ- ଖାଉଟି ମାମଲା ଏବଂ ସାର୍ବଜାନୀନ ବିତରଣ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀ
- ରକ୍ଷା ଖଡସେ-ଯୁବ ଏବଂ ଖେଳ ମନ୍ତ୍ରଣାଳୟରେ ରାଷ୍ଟ୍ର ମନ୍ତ୍ରୀ
ଉଲ୍ଲେଖଯୋଗ୍ୟ ଯେ ମୋଦୀ ୩.୦ କ୍ୟାବିନେଟରେ ସାମିଲ ମୋଟ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ୨୫ ଜଣ ଏବଂ ସହଯୋଗୀ ଦଳଙ୍କ ୫ ଜଣ ଅଛନ୍ତି । ଅନ୍ୟପଟେ ସ୍ୱତନ୍ତ୍ର ପ୍ରଭାର ସହ ୫ ସାଂସଦଙ୍କୁ ରାଷ୍ଟ୍ର ମନ୍ତ୍ରୀ କରାଯାଇଛି । ଯେଉଁଥିରେ ବିଜେପିର ୩ ଏବଂ ଜୟନ୍ତ ଚୌଧୁରୀଙ୍କ ରୂପେ ଆରଏଲଡି ଏବଂ ପ୍ରତାପରାଓ ଯାଦବଙ୍କ ରୂପେ ଶିବସେନାର ଜଣେ ସାମିଲ ଅଛନ୍ତି ।