ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ : ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଜୁରେଲ୍‌-ସରଫରାଜ୍‌ ଡେବ୍ୟୁ

ରାଜକୋଟ ୧୫।୦୨ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ । ରାଜକୋଟରେ ଖେଳାଯାଉଛି ସିରିଜ୍‌ର ୩ୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଦୁଇ ଜଣ ଯୁବ ଖେଳାଳି ପଦାର୍ପଣ କରିଛନ୍ତି । କେଏସ୍‌ ଭରତଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ବଦଳରେ ଓ୍ୱିକେଟ୍‌ କପର ବ୍ୟାଟର ଧ୍ରୁବ ଜୁରେଲ୍‌ ସାମିଲ ହୋଇଥିବା ବେଳେ ଯୁବ ବ୍ୟାଟର ସରଫରାଜ ଖାନ୍‌ଙ୍କୁ ମିଳିଛି ସୁଯୋଗ । bcci ପୂର୍ବ ଦୁଇଟି ମ୍ୟାଚ୍ ମଧ୍ୟରୁ ପ୍ରଥମଟିରେ ଇଂଲଣ୍ଡ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ନାଁରେ କରି ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର କରିଛନ୍ତି । ୩ୟ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ । ଅଭିଜ୍ଞ ଇଂଲଣ୍ଡ ପୁନର୍ବାର ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ବିରାଟ କୋହଲି, ଶ୍ରେୟାସ  ଆୟର ଓ କେଏଲ୍‌ ରାହୁଲ ଦଳରେ ନଥିବାରୁ ବର୍ତ୍ତମାନ ଦଳର ମଧ୍ୟକ୍ରମ ନୂଆ ଖେଳାଳିଙ୍କ ଉପରେ ନିର୍ଭର କରିବ । ଯୁବ ତାରକାଙ୍କ ପାଇଁ ତୃତୀୟ ଟେଷ୍ଟ ଅଗ୍ନି ପରୀକ୍ଷା ସଦୃଶ । ୩ୟ ଟେଷ୍ଟରେ ପଦାର୍ପଣ କରିଛନ୍ତି ୨ ଯୁବ ବ୍ୟାଟର ସର୍ଫରାଜ୍ ଖାନ୍ ଓ ଧ୍ରୁବ ଜୁରେଲ୍ । ଅନ୍ୟପଟେ ରଜତ ପାତିଦାରଙ୍କ ମାତ୍ର ଗୋଟିଏ ଟେଷ୍ଟର  ଅଭିଜ୍ଞତା ରଖିଛନ୍ତି । ଆଜିର ମ୍ୟାଚରେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି । ୫ନଂ

ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ : ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଜୁରେଲ୍‌-ସରଫରାଜ୍‌ ଡେବ୍ୟୁ

ରାଜକୋଟ ୧୫।୦୨ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ । ରାଜକୋଟରେ ଖେଳାଯାଉଛି ସିରିଜ୍‌ର ୩ୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଦୁଇ ଜଣ ଯୁବ ଖେଳାଳି ପଦାର୍ପଣ କରିଛନ୍ତି । କେଏସ୍‌ ଭରତଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ବଦଳରେ ଓ୍ୱିକେଟ୍‌ କପର ବ୍ୟାଟର ଧ୍ରୁବ ଜୁରେଲ୍‌ ସାମିଲ ହୋଇଥିବା ବେଳେ ଯୁବ ବ୍ୟାଟର ସରଫରାଜ ଖାନ୍‌ଙ୍କୁ ମିଳିଛି ସୁଯୋଗ ।

bcci

ପୂର୍ବ ଦୁଇଟି ମ୍ୟାଚ୍ ମଧ୍ୟରୁ ପ୍ରଥମଟିରେ ଇଂଲଣ୍ଡ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ନାଁରେ କରି ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର କରିଛନ୍ତି । ୩ୟ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ । ଅଭିଜ୍ଞ ଇଂଲଣ୍ଡ ପୁନର୍ବାର ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ବିରାଟ କୋହଲି, ଶ୍ରେୟାସ  ଆୟର ଓ କେଏଲ୍‌ ରାହୁଲ ଦଳରେ ନଥିବାରୁ ବର୍ତ୍ତମାନ ଦଳର ମଧ୍ୟକ୍ରମ ନୂଆ ଖେଳାଳିଙ୍କ ଉପରେ ନିର୍ଭର କରିବ । ଯୁବ ତାରକାଙ୍କ ପାଇଁ ତୃତୀୟ ଟେଷ୍ଟ ଅଗ୍ନି ପରୀକ୍ଷା ସଦୃଶ । ୩ୟ ଟେଷ୍ଟରେ ପଦାର୍ପଣ କରିଛନ୍ତି ୨ ଯୁବ ବ୍ୟାଟର ସର୍ଫରାଜ୍ ଖାନ୍ ଓ ଧ୍ରୁବ ଜୁରେଲ୍ । ଅନ୍ୟପଟେ ରଜତ ପାତିଦାରଙ୍କ ମାତ୍ର ଗୋଟିଏ ଟେଷ୍ଟର  ଅଭିଜ୍ଞତା ରଖିଛନ୍ତି । ଆଜିର ମ୍ୟାଚରେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି । ୫ନଂ ସ୍ଥାନ ପାଇଁ ସର୍ଫରାଜ ଖାନ ଓ ଦେବଦତ୍ତ ପାଡ଼ିକଲ ଦୌଡ଼ରେ ରହିଛନ୍ତି । ତେବେ ସର୍ଫରାଜଙ୍କୁ ପ୍ରାଥମିକତା ମିଳିପାରେ । ମଧ୍ୟକ୍ରମରେ ଅଭିଜ୍ଞ ବ୍ୟାଟର ଭାବେ କେବଳ ରବିନ୍ଦ୍ର  ଜାଡେଜା ରହିଛନ୍ତି । ଫିଟ୍‌ ହୋଇ ଫେରିଥିବା ଜାଡେଜା  ୬ନଂ ସ୍ଥାନରେ ବ୍ୟାଟିଂ କରିବେ ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଯଶସୀ ଜୈସ୍ୱାଲ୍‌, ଶୁବମନ୍‌ ଗିଲ୍‌, ରଜତ ପାଟିଦାର୍‌, ସରଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌ (ଓ୍ୱିକେଟ୍‌ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ)

ଇଂଲଣ୍ଡ ଦଳ- ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜ୍ୟାକ କ୍ରଲି, ବେନ ଡକେଟ୍‌, ଓଲି  ପୋପ, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଫୋକ୍ସ (ଓ୍ୱିକେଟ୍‌ କିପର), ରେହାନ ଅହମ୍ମଦ,  ଟମ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ ।

https://www.prameyanews7.com/farmers-government-gear-up-for-third-round-of-talks-today-as-protests-intense/

The post ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ : ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଜୁରେଲ୍‌-ସରଫରାଜ୍‌ ଡେବ୍ୟୁ appeared first on Prameya News7.