ଛିଣ୍ଡି ପାରିଲାନି ଆସନ ଓ କ୍ଷମତା ଭାଗବଣ୍ଟା ଗଣିତ, ନିଜ ଦମରେ ନିର୍ବାଚନ ଲଢିବେ ବିଜେଡି-ବିଜେପି !

ଭୁବନେଶ୍ଵର: ଛିଣ୍ଡି ପାରିଲାନି ଆସନ ଓ କ୍ଷମତା ଭାଗବଣ୍ଟା ଗଣିତ । ତେଣୁ ବିଜେଡି-ବିଜେପି ଭିତରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣାର ସମ୍ଭାବନା ନାହିଁ । ଏଣିକି ଦୁଇ ଦଳ ଏକା ଏକା ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ଉଭୟ ଦଳର ଆକ୍ଟିଭିଟି ବି ଏଭଳି ସମ୍ଭାବନାକୁ ବଳ ଦେଇଛି । ଗଲା କିଛି ଦିନ ହେଲାଣି ବିଜେଡି ତା’ର ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ରଣନୀତି ଆରମ୍ଭ କରିସାରିଛି । ସେପଟେ ଦିଲ୍ଲୀରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ୍ ସହ ମିଶନ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଆସନ୍ତାକାଲି ଓଡ଼ିଶାର ୨୧ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଥିରୁ ଯାହା ଜଣାପଡ଼ୁଛି ଆଗକୁ ଜୋରଦାର ହେବ ଲଢ଼େଇ । କଂଗ୍ରେସରେ ପାଣି ପିଇବା ପାଇଁ ଗାନ୍ଧି ପରିବାରଙ୍କୁ ପଚାରିବାକୁ ପଡେ! ମଲ୍ଲିକାର୍ଜୁନ ଖଡଗେଙ୍କ Video ଭାଇରାଲବିଜେଡି-ବିଜେପି ମେଣ୍ଟ ଆଶା କ୍ଷୀଣ !  ଦୁଇ ଦଳ ଭିତରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣା ସମ୍ଭାବନା ନାହିଁ । ବର୍ତ୍ତମାନ ଦୁଇ ଦଳର ଆକ୍ଟିଭିଟିକୁ ଦେଖିଲେ ଏୟା ହିଁ ଅନୁମାନ କରି ହେଉଛି । ନିର୍ବାଚନ ପାଇଁ ଫୁଲ ଜୋସ୍ରେ ମାତିଲାଣି ବିଜେଡି । ଗଲା କିଛି ଦିନ ହେଲାଣି ନବୀନ ନିବାସରେ ଚାଲିଛି ମାରାଥନ ବୈଠକ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି  ସମୀକ୍ଷା କରୁଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ । କେବଳ ସଂସଦୀୟ କ୍ଷେତ୍ର କାହିଁକି ଏହା ଅଧୀନରେ ଆସୁଥିବା ବିଧାନସଭା ଆସନକୁ ନେଇ

ଛିଣ୍ଡି ପାରିଲାନି ଆସନ ଓ କ୍ଷମତା ଭାଗବଣ୍ଟା ଗଣିତ, ନିଜ ଦମରେ ନିର୍ବାଚନ ଲଢିବେ ବିଜେଡି-ବିଜେପି !

ଭୁବନେଶ୍ଵର: ଛିଣ୍ଡି ପାରିଲାନି ଆସନ ଓ କ୍ଷମତା ଭାଗବଣ୍ଟା ଗଣିତ । ତେଣୁ ବିଜେଡି-ବିଜେପି ଭିତରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣାର ସମ୍ଭାବନା ନାହିଁ । ଏଣିକି ଦୁଇ ଦଳ ଏକା ଏକା ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ଉଭୟ ଦଳର ଆକ୍ଟିଭିଟି ବି ଏଭଳି ସମ୍ଭାବନାକୁ ବଳ ଦେଇଛି । ଗଲା କିଛି ଦିନ ହେଲାଣି ବିଜେଡି ତା’ର ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ରଣନୀତି ଆରମ୍ଭ କରିସାରିଛି । ସେପଟେ ଦିଲ୍ଲୀରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ୍ ସହ ମିଶନ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଆସନ୍ତାକାଲି ଓଡ଼ିଶାର ୨୧ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଥିରୁ ଯାହା ଜଣାପଡ଼ୁଛି ଆଗକୁ ଜୋରଦାର ହେବ ଲଢ଼େଇ । 

କଂଗ୍ରେସରେ ପାଣି ପିଇବା ପାଇଁ ଗାନ୍ଧି ପରିବାରଙ୍କୁ ପଚାରିବାକୁ ପଡେ! ମଲ୍ଲିକାର୍ଜୁନ ଖଡଗେଙ୍କ Video ଭାଇରାଲ

ବିଜେଡି-ବିଜେପି ମେଣ୍ଟ ଆଶା କ୍ଷୀଣ !  ଦୁଇ ଦଳ ଭିତରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣା ସମ୍ଭାବନା ନାହିଁ । ବର୍ତ୍ତମାନ ଦୁଇ ଦଳର ଆକ୍ଟିଭିଟିକୁ ଦେଖିଲେ ଏୟା ହିଁ ଅନୁମାନ କରି ହେଉଛି । ନିର୍ବାଚନ ପାଇଁ ଫୁଲ ଜୋସ୍ରେ ମାତିଲାଣି ବିଜେଡି । ଗଲା କିଛି ଦିନ ହେଲାଣି ନବୀନ ନିବାସରେ ଚାଲିଛି ମାରାଥନ ବୈଠକ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି  ସମୀକ୍ଷା କରୁଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ । କେବଳ ସଂସଦୀୟ କ୍ଷେତ୍ର କାହିଁକି ଏହା ଅଧୀନରେ ଆସୁଥିବା ବିଧାନସଭା ଆସନକୁ ନେଇ ମଧ୍ୟ ଆଲୋଚନା ହେଉଥିବା କୁହାଯାଉଛି । 

ଏମିତିକି ଲୋକସଭା ଓ ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ ସଂକେତ ମିଳିଗଲାଣି ।ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ ସହ ଲୋକଙ୍କର ଅଧିକ ନିକଟତର ହୋଇ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଉଛନ୍ତି ନବୀନ । ବୈଠକରେ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହି  ନିର୍ବାଚନ ମଣ୍ଡଳୀଓ୍ବାରୀ ନେତାଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରୁଛନ୍ତି । ଆଗାମୀ  ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଭଳି ଜିତିବେ ସେଥିପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ଦଳର ଅନେକ ଯୁବ ନେତୃତ୍ବ । ଏମିତିରେ ଦଳୀୟ ନେତାଙ୍କୁ ପଚାରିଲେ ସେମାନେ ମଧ୍ୟ ମେଣ୍ଟ କଥାକୁ ଏଡ଼ାଇ ନିର୍ବାଚନ ପ୍ରସ୍ତୁତି କଥା କହୁଛନ୍ତି । 

ସେପଟେ  ବିଜେପି କ୍ୟାମ୍ପରେ ମଧ୍ୟ ଜୋର ଧରିଲାଣି ନିର୍ବାଚନୀ କସରତ । ଆଜି ଦଳର ଯୁବନେତା ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ନିର୍ବାଚନ ପାଇଁ ଆମ ଦଳର ରୁଟିନ୍ ବୈଠକ ଚାଲିଛି । ନିର୍ବାଚନ କମିଟି ଠାରୁ ଆରମ୍ଭ କରି କୋର କମିଟି ବୈଠକ ମାଧ୍ୟମରେ ଦଳ ବିସ୍ତୃତ ଆଲୋଚନା କରୁଛି । ବିଭିନ୍ନ ସ୍ତରରେ ସମୀକ୍ଷା କରାଯାଉଛି । ଆଗାମୀ ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ମେଣ୍ଟ ପ୍ରସଙ୍ଗରେ ଦଳର ଶୀର୍ଷ ନେତୃତ୍ବ ଉତ୍ତର ଦେଇ ସାରିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ରାଜନୈତିକ ବିଶାରଦମାନଙ୍କ ଆକଳନ ଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିବ । ବିଜେପି ଲଢ଼ିବ ଓ ସରକାର କରିବ ବୋଲି ସେ କହିସାରିଛନ୍ତି । ସେପଟେ ଦିଲ୍ଲୀରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ୍ ସହ ମିଶନ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଆସନ୍ତାକାଲି ଓଡ଼ିଶାର ଲୋକସଭା ପ୍ରାର୍ଥୀ ଘୋଷଣା ହୋଇପାରେ । 

ନିର୍ବାଚନକୁ ନେଇ ଦୁଇ ଦଳର ଆକ୍ଟିଭିଟିକୁ ଦେଖିଲେ ସେମାନେ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଜଳ ଜଳ ଦେଖାଯାଉଛି । ଏମିତିରେ ଏୟା ବୁଝି ହେଉଛି ଯେ, ଆଉ ମେଣ୍ଟ କିମ୍ବା ଆସନ ବୁଝାମଣାର ସମ୍ଭାବନା ନାହିଁ ।