ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ୨୦୨୪ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ ଲିମିଟେଡ଼ (ଇମ୍ଫା)ର ସାମାଜିକ କଲ୍ୟାଣ ବିଭାଗ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ ମର୍ଯ୍ୟାଦା ଜନକ ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ (ପିଜିଡିଏସ୍‌)ର ୨୦ତମ ସଂସ୍କରଣ ନିମନ୍ତେ ଆବେଦନ ଗ୍ରହଣ କରାଯାଉଛି । ଓଡ଼ିଶାର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସଶକ୍ତ କରିବା ଲକ୍ଷ୍ୟରେ ଏହିସ୍କୋଲାରସିପ୍ ପ୍ରଦାନ କରାଯାଉଛି ପ୍ରତି ବର୍ଷ ଇଞ୍ଜିନିୟରିଂ, ମେଡ଼ିସିନ୍‌, ଷ୍ଟେମ୍ ଓ ଲିବରାଲ ଆର୍ଟ୍ସ ବିଭାଗରେ ଭାରତର ଶ୍ରେଷ୍ଠଶିକ୍ଷାନୁଷ୍ଠାନରେ ୬ ଜଣ ଅସାଧାରଣ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାରେ ଆର୍ଥିକ ସହାୟତା ସ୍ୱରୁପ  ଏହି ସ୍କୋଲାରସିପ୍ ପ୍ରଦାନ କରାଯାଇଥାଏ ।ପ୍ରଫେସର୍‌ ଘନଶ୍ୟାମ ଦାଶସ୍କୋଲାରସିପ୍‌ ଅନ୍ତର୍ଗତ ଏକାଡେମିକ୍ ଫିର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ସ୍କୋଲାରସିପ୍‌ ହାସଲକାରୀ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ଏହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ୪ ବର୍ଷିଆ ପେଶାଦାର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାରେ ସହାୟତା କରିଥାଏ । ଏହା ସହିତ ବିଆଇପିଏଫ୍‌ର ସ୍ୱତନ୍ତ୍ର ମେଂଟରସିପ୍‌ କାର୍ଯ୍ୟକ୍ରମ ‘ଉତ୍ସାହ” ମାଧ୍ୟମରେ ଏହି ଛାତ୍ରଛାତ୍ରୀମାନେ ଇମ୍ଫା କର୍ମଚାରୀମାନଙ୍କ ଠାରୁ ଶିକ୍ଷା ଓ କ୍ୟାରିୟର ସମ୍ପର୍କିତ

ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ୨୦୨୪ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ ଲିମିଟେଡ଼ (ଇମ୍ଫା)ର ସାମାଜିକ କଲ୍ୟାଣ ବିଭାଗ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ ମର୍ଯ୍ୟାଦା ଜନକ ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ (ପିଜିଡିଏସ୍‌)ର ୨୦ତମ ସଂସ୍କରଣ ନିମନ୍ତେ ଆବେଦନ ଗ୍ରହଣ କରାଯାଉଛି । ଓଡ଼ିଶାର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସଶକ୍ତ କରିବା ଲକ୍ଷ୍ୟରେ ଏହିସ୍କୋଲାରସିପ୍ ପ୍ରଦାନ କରାଯାଉଛି 

ପ୍ରତି ବର୍ଷ ଇଞ୍ଜିନିୟରିଂ, ମେଡ଼ିସିନ୍‌, ଷ୍ଟେମ୍ ଓ ଲିବରାଲ ଆର୍ଟ୍ସ ବିଭାଗରେ ଭାରତର ଶ୍ରେଷ୍ଠଶିକ୍ଷାନୁଷ୍ଠାନରେ ୬ ଜଣ ଅସାଧାରଣ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାରେ ଆର୍ଥିକ ସହାୟତା ସ୍ୱରୁପ  ଏହି ସ୍କୋଲାରସିପ୍ ପ୍ରଦାନ କରାଯାଇଥାଏ ।

ପ୍ରଫେସର୍‌ ଘନଶ୍ୟାମ ଦାଶସ୍କୋଲାରସିପ୍‌ ଅନ୍ତର୍ଗତ ଏକାଡେମିକ୍ ଫିର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ସ୍କୋଲାରସିପ୍‌ ହାସଲକାରୀ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ଏହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ୪ ବର୍ଷିଆ ପେଶାଦାର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାରେ ସହାୟତା କରିଥାଏ । ଏହା ସହିତ ବିଆଇପିଏଫ୍‌ର ସ୍ୱତନ୍ତ୍ର ମେଂଟରସିପ୍‌ କାର୍ଯ୍ୟକ୍ରମ ‘ଉତ୍ସାହ” ମାଧ୍ୟମରେ ଏହି ଛାତ୍ରଛାତ୍ରୀମାନେ ଇମ୍ଫା କର୍ମଚାରୀମାନଙ୍କ ଠାରୁ ଶିକ୍ଷା ଓ କ୍ୟାରିୟର ସମ୍ପର୍କିତ ମାର୍ଗଦର୍ଶନର ଲାଭ ମଧ୍ୟ ନେଇପାରିବେ ।

୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୪ ନଭେମ୍ବର ୧୫ରେ ଏହା ଶେଷ ହେବ । ଓଡ଼ିଶାର ବାସିନ୍ଦା ହୋଇଥିବା ଓ ଯୋଗ୍ୟତାମାନଦଣ୍ଡ (୮ ଲକ୍ଷରୁକମ୍‌ବାର୍ଷିକ ପରିବାର ଆୟ) ପୂରଣ କରୁଥିବା ଆଗ୍ରହୀ ଛାତ୍ରଛାତ୍ରୀମାନେ www.bipf.org.in. ମାଧ୍ୟମରେ ଏହି ସ୍କୋଲାରସିପ୍‌ ନିମନ୍ତେ ଆବେଦନ କରିପାରିବେ ।

ଏହି ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଶ୍ରୀମତି ଶୈଫାଳିକା ପଣ୍ଡା କହିଛନ୍ତି ଯେ, “ଆଗାମୀ ପିଢିକୁ ସଶକ୍ତ କରିବାରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି । ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍‌ ମାଧ୍ୟମରେ ଆମେ ଆର୍ଥିକ ପୃଷ୍ଠଭୂମି ଯେପରି ଶିକ୍ଷାରେ ବାଧକ  ନ ହେଉ ଏହାକୁ ସୁନିଶ୍ଚିତ କରିଓଡ଼ିଶାର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷାହାସଲରେ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ସମ୍ପ୍ରଦାୟରେ ଏକ ସକାରତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ରହିଛୁ ।

ଏକ ପ୍ରତିଷ୍ଠିତ ଐତିହାସିକ ଓ ସ୍ୱର୍ଗତ ଶ୍ରୀମତି ଇଲା ପଣ୍ଡାଙ୍କ ପିତା ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କୁ ସମ୍ମାନ ଜଣାଇ ୨୦୦୫ ମସିହାରେ ପିଜିଡିଏସ୍‌ ଆରମ୍ଭ କରାଯାଇଥିଲା ।ଏହି ସ୍କୋଲାରସିପ୍ ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଉଚ୍ଚାଭିଳାଷା ପରିପୁରଣରେ ସହାୟତା କରିବା ସହିତ ଓଡ଼ିଶାର ଅଗ୍ରଗତି ଓ ବିକାଶରେ ଯୋଗଦାନ କରିଚାଲିଛି । ଅଧିକବିବରଣୀ ଓ ଏଥିନିମନ୍ତେ ଆବେଦନ କରିବା ପାଇଁ ଆପଣ www.bipf.org.in ରେ ଲଗ୍‌ ଇନ୍‌ କରି ପାରିବେ ।