ଟ୍ରମ୍ପ୍ଙ୍କୁ ଆକ୍ରମଣ ଘଟଣାକୁ ନେଇ ଏମିତି କହିଲା ରୁଷିଆ
ମସ୍କୋ,୧୪ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ପେନ୍ସିଲ୍ଭାନିଆର ବଟଲର ସହରରେ ଏକ ପ୍ରଚାର ରାଲିକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଜଣେ ଯୁବ ଶୁଟର ଟ୍ରମ୍ପ୍ଙ୍କୁ ଟାର୍ଗେଟ କରି ଏକାଧିକ ଗୁଳିମାଡ଼ କରିଥିଲେ। ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବାବେଳେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସିକ୍ରେଟ୍ ସର୍ଭିସ ଏଜେଣ୍ଟଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। […] The post ଟ୍ରମ୍ପ୍ଙ୍କୁ ଆକ୍ରମଣ ଘଟଣାକୁ ନେଇ ଏମିତି କହିଲା ରୁଷିଆ appeared first on Dharitri Odia News.
ମସ୍କୋ,୧୪ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ପେନ୍ସିଲ୍ଭାନିଆର ବଟଲର ସହରରେ ଏକ ପ୍ରଚାର ରାଲିକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଜଣେ ଯୁବ ଶୁଟର ଟ୍ରମ୍ପ୍ଙ୍କୁ ଟାର୍ଗେଟ କରି ଏକାଧିକ ଗୁଳିମାଡ଼ କରିଥିଲେ। ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବାବେଳେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସିକ୍ରେଟ୍ ସର୍ଭିସ ଏଜେଣ୍ଟଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି।
ଏହି ଆକ୍ରମଣ ଘଟଣା ପାଇଁ ଜୋ ବାଇଡେନ୍ ପ୍ରଶାସନକୁ ଦାୟୀ କରିଛି ରୁଷିଆ। ଆକ୍ରମଣ ପାଇଁ ବାଇଡେନ୍ ପ୍ରଶାସନ ପରିବେଶ ସୃଷ୍ଟି କରିଥିଲା ବୋଲି କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି। ବର୍ତ୍ତମାନର କର୍ତ୍ତୃପକ୍ଷ ଟ୍ରମ୍ପ୍ଙ୍କ ହତ୍ୟା ଉଦ୍ୟମ କରିଥିଲେ ବୋଲି ଆମେ ବିଶ୍ୱାସ କରୁନାହୁଁ। ତେବେ ଜଣେ ପ୍ରାର୍ଥୀଙ୍କ ଚାରିପଟେ ସେହିଭଳି ପରିବେଶ ସୃଷ୍ଟି କରାଯାଇଥିଲା ଯାହା ଆକ୍ରମଣକୁ ପ୍ରୋତ୍ସାହିତ କଲା ଏବଂ ଆମେରିକାକୁ ଏଭଳି ଦିନର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ପେସ୍କୋଭ୍ ଖବରଦାତାମାନଙ୍କୁ କହିଛନ୍ତି।
The post ଟ୍ରମ୍ପ୍ଙ୍କୁ ଆକ୍ରମଣ ଘଟଣାକୁ ନେଇ ଏମିତି କହିଲା ରୁଷିଆ appeared first on Dharitri Odia News.