ପଶ୍ଚିମବଙ୍ଗରୁ ଆସୁନି ଆଳୁ: ନବୀନଙ୍କୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ, କହିଲେ…
ଭୁବନେଶ୍ୱର,୮।୮: ହୁ ହୁ ହୋଇ ବଢୁଛି ଆଳୁ ରେଟ୍। ନା ଲାଗୁଛି ଲଗାମ ନା ବାହାର ରାଜ୍ୟରୁ ଆସିପାରୁଛି ଆଳୁ। କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ […] The post ପଶ୍ଚିମବଙ୍ଗରୁ ଆସୁନି ଆଳୁ: ନବୀନଙ୍କୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ, କହିଲେ… appeared first on Dharitri Odia News.
ଭୁବନେଶ୍ୱର,୮।୮: ହୁ ହୁ ହୋଇ ବଢୁଛି ଆଳୁ ରେଟ୍। ନା ଲାଗୁଛି ଲଗାମ ନା ବାହାର ରାଜ୍ୟରୁ ଆସିପାରୁଛି ଆଳୁ। କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ ହୋଇଯାଇଛି। ବାସ୍ତବ ସ୍ଥିତି ସ୍ବୀକାର କରିବାକୁ ଯୋଗାଣ ଅଧିକାରୀ ପ୍ରସ୍ତୁତ ନ ଥିବାବେଳେ ଏହି ଚଢ଼ାଉ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ତେବେ ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୟୁପି ଓ ବେଙ୍ଗଲରୁ ଆଳୁ ଆସିବାକୁ ଯାଉଛି। ଆଳୁକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି। ଏଥିସହ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ଆଳୁ ଦେଉ ନଥିବା ନେଇ ନବୀନଙ୍କୁ ଇସାରା କରି ସେ କହିଛନ୍ତି, କାହିଁକି ପଶ୍ଚିମବଙ୍ଗ ଆଳୁ ଛାଡ଼ୁନି ଜଣା ନାହିଁ। ଭାଇ ଭଉଣୀକୁ ଆଳୁ ଦେବାକୁ ମନା କରିଥିବେ। ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ଓ ମମତାଙ୍କୁ ଭଉଣୀ କହିଛନ୍ତି। ଆଗକୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ ଆସିବ। ଆଳୁ ସମସ୍ୟା ଦିନେ ବା ଦୁଇ ଦିନରେ ସମାଧାନ ହେବ ବୋଲି କୃଷ୍ଣ ପାତ୍ର କହିଛନ୍ତି।
ତେବେ ଏହାକୁ ନେଇ BJD ନେତା ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନବୀନ ବାବୁ ସେଭଳି କାମ କେବେ କରନ୍ତିନି। ଓଡ଼ିଶାକୁ ଆଳୁ ଆସିବା ପାଇଁ ଦିଦିଙ୍କୁ ଚିଠି ଲେଖିଥିଲେ। ଜଣେ ଜନନାୟକ ଭାବେ ନବୀନ ପରିଚିତ।ତେଣୁ ସେ ଏପରି କେବେ ଚିନ୍ତା କରିବେ ନାହିଁ।
The post ପଶ୍ଚିମବଙ୍ଗରୁ ଆସୁନି ଆଳୁ: ନବୀନଙ୍କୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ, କହିଲେ… appeared first on Dharitri Odia News.