ଓଭର ଲୋଡିଂ କରି ଯାଉଥିଲା ପାଉଁଶ ଟ୍ରକ୍, ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲା ପରିବହନ ବିଭାଗ
ସୁନ୍ଦରଗଡ଼ ୪।୮: ପରିବହନ ବିଭାଗ ଯାଞ୍ଚ ସମୟରେ ଧରାପଡିଲେ ୧୪ ଟ୍ରକ । ଓଭର ଲୋଡିଙ୍ଗ କରି ଯାଉଥିବା ବେଳେ ପରିବହନ ବିଭାଗ ଏହି ଟ୍ରକ ଗୁଡିକର ଚାଲାଣ କାଟିଛନ୍ତି । ୫ ଲକ୍ଷ ୮୫ ହଜାର ୫୦ ଟଙ୍କା ଚାଲାଣ କାଟିଛି ପରିବହନ ବିଭାଗ । ସୁନ୍ଦରଗଡ଼ ଏନଟିପିସି ଦଲ୍ଲିପାଲିରୁ ଛତିଶଗଡକୁ ପାଉଁଶ ନେଇ ଯାଉଥିବା ୧୪ଟି ପାଉଁଶ ବୋଝେଇ ଟ୍ରକ ଓଭର ଲୋଡିଂ କରି ଯାଉଥିବା ସମୟରେ ସୁନ୍ଦରଗଡ଼ ପରିବହନ ବିଭାଗ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ ଗାଡିକୁ ଅଟକାଇ ଥିଲେ । ଗାଡ଼ି ଗୁଡିକର ଓଜନ କରାଯାଇଥିଲା । ଓଜନ କରିବା ପରେ ପ୍ରତ୍ୟେକ ଗାଡ଼ିରେ ତିନିରୁ ଚାରି ଟନ ଓଭର ଲୋଡ଼ ଥିବା ଜଣାପଡିଥିଲା । ଆଗରୁ ମଧ୍ୟ ଅନେକ ଥର ଏନଟିପିସି ଦଲ୍ଲିପାଲି ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ତାଗିଦ କରାଯାଇଛି । ବାରମ୍ବାର ପାଉଁଶ ଗାଡି ଓଜନ କରି ଲୋଡିଙ୍ଗ ଦେବା ପାଇଁ ଆଦେଶ ଦେଇଛନ୍ତି । କିନ୍ତୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ବିନା ଓଜନରେ ପାଉଁଶ ଗାଡି ଛାଡ଼ୁଛନ୍ତି କିଭଳି ।You Can Read:କଟକ ମହାନଦୀରେ ପୁଣି ଅଘଟଣ : ପାଣି ଉଠାଇବା ବେଳେ ବୁଡିଗଲେ କାଉଡିଆ
ସୁନ୍ଦରଗଡ଼ ୪।୮: ପରିବହନ ବିଭାଗ ଯାଞ୍ଚ ସମୟରେ ଧରାପଡିଲେ ୧୪ ଟ୍ରକ । ଓଭର ଲୋଡିଙ୍ଗ କରି ଯାଉଥିବା ବେଳେ ପରିବହନ ବିଭାଗ ଏହି ଟ୍ରକ ଗୁଡିକର ଚାଲାଣ କାଟିଛନ୍ତି । ୫ ଲକ୍ଷ ୮୫ ହଜାର ୫୦ ଟଙ୍କା ଚାଲାଣ କାଟିଛି ପରିବହନ ବିଭାଗ ।
ସୁନ୍ଦରଗଡ଼ ଏନଟିପିସି ଦଲ୍ଲିପାଲିରୁ ଛତିଶଗଡକୁ ପାଉଁଶ ନେଇ ଯାଉଥିବା ୧୪ଟି ପାଉଁଶ ବୋଝେଇ ଟ୍ରକ ଓଭର ଲୋଡିଂ କରି ଯାଉଥିବା ସମୟରେ ସୁନ୍ଦରଗଡ଼ ପରିବହନ ବିଭାଗ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ ଗାଡିକୁ ଅଟକାଇ ଥିଲେ । ଗାଡ଼ି ଗୁଡିକର ଓଜନ କରାଯାଇଥିଲା । ଓଜନ କରିବା ପରେ ପ୍ରତ୍ୟେକ ଗାଡ଼ିରେ ତିନିରୁ ଚାରି ଟନ ଓଭର ଲୋଡ଼ ଥିବା ଜଣାପଡିଥିଲା । ଆଗରୁ ମଧ୍ୟ ଅନେକ ଥର ଏନଟିପିସି ଦଲ୍ଲିପାଲି ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ତାଗିଦ କରାଯାଇଛି । ବାରମ୍ବାର ପାଉଁଶ ଗାଡି ଓଜନ କରି ଲୋଡିଙ୍ଗ ଦେବା ପାଇଁ ଆଦେଶ ଦେଇଛନ୍ତି । କିନ୍ତୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ବିନା ଓଜନରେ ପାଉଁଶ ଗାଡି ଛାଡ଼ୁଛନ୍ତି କିଭଳି ।
You Can Read:
କଟକ ମହାନଦୀରେ ପୁଣି ଅଘଟଣ : ପାଣି ଉଠାଇବା ବେଳେ ବୁଡିଗଲେ କାଉଡିଆ