ଲରେନ୍ସ ଗ୍ୟାଙ୍ଗକୁ ମୁହଁତୋଡ ଜବାବ ଦେଲେ ସଲମାନଙ୍କ ବାପା, କହିଲେ 'ଯିଏ ଅସରପା ମାରିନି ସେ କଣ ମାରିବ ପଶୁ'

ମୁମ୍ୱାଇ ୧୯/୧୦: ମହାରାଷ୍ଟ୍ରର ଏନସିପି ନେତା ତଥା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ବି ମିଳିଛି । ଏମିତିକି କଡା ସୁରକ୍ଷା ବଳୟରେ ଅଛନ୍ତି ଭାଇଜାନ୍ । ଏହି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଇତି ମଧ୍ୟରେ ମୁମ୍ବାଇ ପୁଲିସ୍‌କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିବା ବେଳେ ସଲମାନ ଖାନଙ୍କ ନିକଟରୁ ୫

ଲରେନ୍ସ ଗ୍ୟାଙ୍ଗକୁ ମୁହଁତୋଡ ଜବାବ ଦେଲେ ସଲମାନଙ୍କ ବାପା, କହିଲେ 'ଯିଏ ଅସରପା ମାରିନି ସେ କଣ ମାରିବ ପଶୁ'

ମୁମ୍ୱାଇ ୧୯/୧୦: ମହାରାଷ୍ଟ୍ରର ଏନସିପି ନେତା ତଥା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ବି ମିଳିଛି । ଏମିତିକି କଡା ସୁରକ୍ଷା ବଳୟରେ ଅଛନ୍ତି ଭାଇଜାନ୍ । ଏହି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।

ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଇତି ମଧ୍ୟରେ ମୁମ୍ବାଇ ପୁଲିସ୍‌କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିବା ବେଳେ ସଲମାନ ଖାନଙ୍କ ନିକଟରୁ ୫ କୋଟି ଟଙ୍କା ମଗା ଯାଇଥିଲା। ଏହା ନ ଦେଲେ ବାବା ସିଦ୍ଦିକିଙ୍କଠୁ ବି ଖରାପ ଅବସ୍ଥା ହେବ ବୋଲି ଧମକ ଦିଆଯାଇଥିଲା।

ଏହାପରେ ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ୬୦ ଜଣ ପୁଲିସ୍‌ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି। ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି। 

ସେମାନେ ଏସଓପି ଅନୁସାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି। 

କହିବାକୁ ଗଲେ ବହୁ ବର୍ଷ ହେଲା ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଭାରତ ଓ କାନାଡାର ଓ୍ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଗୋଲ୍ଡ ବ୍ରାର ସଲମାନଙ୍କୁ ହତ୍ୟା କରିବାକୁ ଅନେକ ଥର ଧମକ ଦେଇ ସାରିଲେଣି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ଯୋଜନା ଫଳପ୍ରଦ ହୋଇ ନ ଥିବା ବେଳେ ଏହା ଭାଇଜାନଙ୍କ ଫ୍ୟାନ୍‌ଙ୍କ ଚିନ୍ତା ବଢ଼ାଉଛି।