ଓଭରଟେକ୍‌ କଲେ ବାଇକ୍‌ ଚାଳକ, ତାତିଗଲେ କନଷ୍ଟେବଳ

ପୁଲିସ୍‌ ବର୍ଦ୍ଦିର ତାତି ଦେଖାଇଲେ ପୁଲିସ୍‌ କନଷ୍ଟେବଳ । ରାସ୍ତାରେ ଯାଉଥିବା ଜଣେ ବାଇକ୍‌ ଚାଳକ କନଷ୍ଟେବଳଙ୍କ କାର୍‌କୁ ଓଭରଟେକ୍‌ କରିବାରୁ ଏହାକୁ ସେ ସହ୍ୟ କରି ପାରିଲେନି।

ଓଭରଟେକ୍‌ କଲେ ବାଇକ୍‌ ଚାଳକ, ତାତିଗଲେ କନଷ୍ଟେବଳ

ପୁଲିସ୍‌ ବର୍ଦ୍ଦିର ତାତି ଦେଖାଇଲେ ପୁଲିସ୍‌ କନଷ୍ଟେବଳ । ରାସ୍ତାରେ ଯାଉଥିବା ଜଣେ ବାଇକ୍‌ ଚାଳକ କନଷ୍ଟେବଳଙ୍କ କାର୍‌କୁ ଓଭରଟେକ୍‌ କରିବାରୁ ଏହାକୁ ସେ ସହ୍ୟ କରି ପାରିଲେନି। ନିଜ ବର୍ଦ୍ଦିର କ୍ଷମତା ଦେଖାଇବାକୁ ଯାଇ ତାଙ୍କୁ ବିଚ୍‌ ବଜାରରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ।

ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ବାଇକ୍‌ ଚାଳକଜଣକ ଏହାର ଭିଡିଓ କରି ଭାଇରାଲ କରିବା ପରେ ଘଟଣା ସାମନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ବାଇକ୍‌ ଚାଳକଜଣକ ରାସ୍ତାରେ ଯାଉଥିବା ବେଳେ ସରୋଜିନୀନଗରଠାରେ ଏକ କାର୍‌କୁ ଓଭରଟେକ୍‌ କରିଥିଲେ। ଉକ୍ତ କାର୍‌ଟି ଜଣେ କନଷ୍ଟେବଳଙ୍କର ହୋଇଥିବା ବେଳେ ସେ ଏହାକୁ ସହ୍ୟ କରି ପାରି ନ ଥିଲେ।

ଏହାପରେ ସେ ତୁରନ୍ତ ବାଇକ୍‌ ଚାଳକଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ବେଲ୍ଟରେ ପିଟିବାକୁ ଉଦ୍ୟମ କରିଥିଲେ। ବାଇକ୍‌ ଚାଳକଜଣକ ଏହାର ଭିଡ଼ିଓ କରି ଭାଇରାଲ କରିଥିଲେ।

ଏନେଇ ପୁଲିସ୍‌ ଥାନାରେ ଅଭିଯୋଗ ହେବାପରେ ଏହାର ଯାଞ୍ଚ କରାଯିବ ବୋଲି ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।