ଓଭରବ୍ରିଜ୍ରୁ ବସ୍ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି
କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍ ଖସି ଦୁର୍ଘଟଣା ଘଟିବାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପିଟିସନ୍ ଦାୟର ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏହି ପିଟିସନ୍ ଦାୟର କରି ମୃତାହତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଆବେଦନ କରିଛନ୍ତି। ଏହି ଦୁର୍ଘଟଣାରେ ୬ ଜଣ ମୃତକଙ୍କ ପରିବାରକୁ […] The post ଓଭରବ୍ରିଜ୍ରୁ ବସ୍ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି appeared first on Dharitri Odia News.
କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍ ଖସି ଦୁର୍ଘଟଣା ଘଟିବାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପିଟିସନ୍ ଦାୟର ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏହି ପିଟିସନ୍ ଦାୟର କରି ମୃତାହତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଆବେଦନ କରିଛନ୍ତି। ଏହି ଦୁର୍ଘଟଣାରେ ୬ ଜଣ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏ ଓ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇଦେବା ସହ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ସେ ପିଟିସନ୍ରେ ଦର୍ଶାଇଛନ୍ତି। ଏଥିସହ ଏଭଳି ସମ୍ବେଦନଶୀଳ ଘଟଣାରେ କମିଶନ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପିଟିସନ୍ରେ ଦର୍ଶାଇଛନ୍ତି। ଯାଜପୁର ଜିଲାପାଳ, ପରିବହନ ବିଭାଗ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।
The post ଓଭରବ୍ରିଜ୍ରୁ ବସ୍ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି appeared first on Dharitri Odia News.