ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଦ୍ୱିତୀୟ ଆଉଟ୍‌ଲେଟ୍‌ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍‌ରେ ଶନିବାର ଏହି ଆଉଟ୍‌ଲେଟର ଉଦ୍‌ଘାଟନ କରାଯାଇଛି। ଏଠାରେ ହାଇପ୍ରୋ, ଇମ୍ୟୁନୋ ଏବଂ ବ୍ରାଉନ ଆଦି ପ୍ରକାରର ଅଣ୍ଡା ଉପଲବ୍ଧ ହେବ। ତେବେ ଏହି ଅଣ୍ଡାର ବିଶେଷତ୍ୱ ହେଉଛି ପ୍ରତି ଟ୍ରେରେ ସମାନ ଓଜନର ଅଣ୍ଡା ରହୁଛି। ଅଣ୍ଡାଗୁଡ଼ିକର ପ୍ୟାକେଜିଂ ଏପରି କରାଯାଇଛି ଗ୍ରାହକ ଦୂରଦୂରାନ୍ତ ପର୍ଯ୍ୟନ୍ତ ସୁବିଧାରେ ନେବାଆଣିବା କରିପାରିବେ। ପ୍ରତି ଅଣ୍ଡାରେ ଉତ୍ପାଦନ ତାରିଖ ଏବଂ ବ୍ୟବହାର […] The post ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌ appeared first on Dharitri Odia News.

ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଦ୍ୱିତୀୟ ଆଉଟ୍‌ଲେଟ୍‌ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍‌ରେ ଶନିବାର ଏହି ଆଉଟ୍‌ଲେଟର ଉଦ୍‌ଘାଟନ କରାଯାଇଛି। ଏଠାରେ ହାଇପ୍ରୋ, ଇମ୍ୟୁନୋ ଏବଂ ବ୍ରାଉନ ଆଦି ପ୍ରକାରର ଅଣ୍ଡା ଉପଲବ୍ଧ ହେବ। ତେବେ ଏହି ଅଣ୍ଡାର ବିଶେଷତ୍ୱ ହେଉଛି ପ୍ରତି ଟ୍ରେରେ ସମାନ ଓଜନର ଅଣ୍ଡା ରହୁଛି। ଅଣ୍ଡାଗୁଡ଼ିକର ପ୍ୟାକେଜିଂ ଏପରି କରାଯାଇଛି ଗ୍ରାହକ ଦୂରଦୂରାନ୍ତ ପର୍ଯ୍ୟନ୍ତ ସୁବିଧାରେ ନେବାଆଣିବା କରିପାରିବେ। ପ୍ରତି ଅଣ୍ଡାରେ ଉତ୍ପାଦନ ତାରିଖ ଏବଂ ବ୍ୟବହାର କରିବାର ଅବଧି ଉଲ୍ଲେଖ ରହୁଛି। ଗ୍ରାହକଙ୍କୁ ତାଜା, ପୌଷ୍ଟିକ ଏବଂ ସ୍ବଚ୍ଛ ଅଣ୍ଡା ଯୋଗାଇବା ଲକ୍ଷ୍ୟରେ ଏହି ଆଉଟ୍‌ଲେଟ୍‌ ଖୋଲଯାଇଥିବା ଓଭୋ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର କହିଛନ୍ତି। ପୂର୍ବ ଭାରତରେ ବୃହତ୍ତମ ଅଣ୍ଡା ଉତ୍ପାଦନକାରୀ ଫାର୍ମ ଭାବେ ଉଭାହୋଇଥିବା ବଲାଙ୍ଗୀରର ଓଭୋ ଫାର୍ମ ଉତ୍ତମ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଥିବା ସେ କହିଛନ୍ତି। ଭୁବନେଶ୍ୱର ଶହୀନନଗର ଅନ୍ୟାନ୍ୟ ଅଞ୍ଚଳରେ ଆଉଟ୍‌ଲେଟ୍‌ ଖୋଲିବା ପାଇଁ ଯୋଜନା ରହିଥିବା ମିଶ୍ର କହିଛନ୍ତି।
ସ୍ବତନ୍ତ୍ର ଅବସରରେ ଆଉଟ୍‌ଲେଟ୍‌ରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ପ୍ରଦାନ କରାଯିବ ବୋଲି ଫାଇନାନ୍ସ ହେଡ୍‌ ସଞ୍ଜୟ ପରିଡ଼ା କହିଛନ୍ତି। ମାର୍କେଟ୍‌ରେ ମିଳୁଥିବା ଅଣ୍ଡା ତୁଳନାରେ ଏଠାରେ ବଡ଼ ଆକାରର ଅଣ୍ଡା ମିଳିବ। ଏହାସହ ଷ୍ଟୋରରେ ଅଣ୍ଡା ବ୍ୟତୀତ ଦୁଗ୍ଧଜାତ ଦ୍ରବ୍ୟ, ଫ୍ରୋଜେନ୍‌ ଫୁଡ୍‌, ବେକେରୀ ଆଇଟମ୍‌, ହେଲ୍‌ଥ ଡ୍ରିଙ୍କସ୍‌ ମଧ୍ୟ ଗ୍ରାହକ ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଡେଲିଭରି ସେବା ମଧ୍ୟ ପ୍ରଦାନ କରାଯିବ। ଓଭୋ ଫାର୍ମର ସହ ପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ଗ୍ରାହକଙ୍କ ପାଖରେ ଏକ ସ୍ବାସ୍ଥ୍ୟକର ଖାଦ୍ୟ ପହଞ୍ଚାଇବା ସହିତ ୩୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇଥିବା ସେ କହିଛନ୍ତି।

The post ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌ appeared first on Dharitri Odia News.